IPL 2021 Points Table: ପ୍ରଥମ ସପ୍ତାହ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକମାତ୍ର ଅପରାଜିତ ଦଳ; ଚେନ୍ନାଇ ଦ୍ୱିତୀୟରେ

IPL 2021 Points Table: ଏମଏସ ଧୋନିଙ୍କ (MS Dhoni) ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ (CSK) ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଆଇପିଏଲ ୨୦୨୧ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ।

IPL 2021 Points Table: ପ୍ରଥମ ସପ୍ତାହ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକମାତ୍ର ଅପରାଜିତ ଦଳ; ଚେନ୍ନାଇ ଦ୍ୱିତୀୟରେ
RCB ପଏଣ୍ଟ ଟେବୁଲର ଶୀର୍ଷରେ ଅଛି (ଫଟୋ- PTI)
  • News18 Odia
  • Last Updated: April 17, 2021, 9:23 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଇପିଏଲ ୨୦୨୧ (IPL 2021) ଟୁର୍ନାମେଣ୍ଟ ଆରମ୍ଭ ହେବାର ଏକ ସପ୍ତାହ ବିତିସାରିଛି । ଏହି ଟୁର୍ନାମେଣ୍ଟର ଚଳିତ ସିଜିନ୍ ୯ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଖେଳାଯାଇଥିବା ମ୍ୟାଚରୁ ଆରମ୍ଭ ହୋଇଥିଲା ଓ ଏହି ସମୟ ମଧ୍ୟରେ ସମସ୍ତ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି ।

ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ମୁମ୍ବାଇକୁ ପରାସ୍ତ କରି ଟୁର୍ନାମେଣ୍ଟ ଆରମ୍ଭ କରିଥିଲା ଓ ପ୍ରଥମ ସପ୍ତାହ ପରେ ଏହି ଦଳ ଆଇପିଏଲର ଚଳିତ ସିଜନରେ ଏକମାତ୍ର ଅପରାଜିତ ଦଳ ଭାବେ ରହିଛି । ଆରସିବି ବ୍ୟତୀତ ଅନ୍ୟ ସମସ୍ତ ଦଳ ଅତି କମରେ ଗୋଟିଏ ମ୍ୟାଚ୍ ଜିତିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ହେଉଛି ଏକମାତ୍ର ଦଳ ଯିଏ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ ଜିତିବାରେ ମଧ୍ୟ ସକ୍ଷମ ହୋଇନାହିଁ ।

IPL 2021 Points Table: ଏପର୍ଯ୍ୟନ୍ତ ଆଇପିଏଲ୍ ୨୦୨୧ ରେ ମୋଟ ୮ ଟି ମ୍ୟାଚ୍ ଖେଳାଯାଇଛି ଓ ଏହି ଆଧାରରେ RCB ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଏଥି ସହିତ ପଞ୍ଜାବ କିଙ୍ଗସକୁ ୬ ୱିକେଟରେ ପରାସ୍ତ କରିବା ପରେ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଦଳ ସିଧାସଳଖ ଦ୍ୱିତୀୟ ନମ୍ବରରେ ପହଞ୍ଚିଛି । ପଞ୍ଜାବ ତୃତୀୟରୁ ସପ୍ତମ ସ୍ଥାନକୁ ଖସି ଯାଇଥିବାବେଳେ ରୋହିତ ଶର୍ମାଙ୍କ ମୁମ୍ବାଇ ତୃତୀୟ, ଦିଲ୍ଲୀ ଚତୁର୍ଥ, ରାଜସ୍ଥାନ ରୟାଲ୍ସ ପଞ୍ଚମ ଓ କୋଲକାତା ନାଇଟ୍ ରାଇଡର୍ସ ଷଷ୍ଠ ସ୍ଥାନରେ ରହିଛି । ହାଇଦ୍ରାବାଦ ସର୍ବନିମ୍ନ ସ୍ଥିତିରେ ଅଛି ।



IPL Purple Cap: ଆଇପିଏଲର ୧୪ ତମ ସିଜିନର ୮ ଟି ମ୍ୟାଚ୍ ଉପରେ ଆଧାରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହର୍ଷଲ ପଟେଲ ବର୍ତ୍ତମାନ ପର୍ପଲ୍ କ୍ୟାପ ଦଖଲ କରିଛନ୍ତି । ଦୁଇଟି ମ୍ୟାଚ୍‌ରେ ପଟେଲ ସାତୋଟି ୱିକେଟ୍ ନେଇଛନ୍ତି । ଏହି ତାଲିକାରେ କୋଲକାତା ନାଇଟ୍ ରାଇଡର୍ସର ଆଣ୍ଡ୍ରେ ରସେଲ ୬ଟି ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏଥି ସହ ଦିଲ୍ଲୀ କ୍ୟାପିଟାଲର ଆବେଶ ଖାନ ୫ଟି ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି ।

IPL Oragne Cap: ଆଇପିଏଲର ୧୪ ତମ ସିଜନରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୮ ଟି ମ୍ୟାଚକୁ ଆଧାର କରି ଅରେଞ୍ଜ କ୍ୟାପ୍ ବର୍ତ୍ତମାନ କୋଲକାତା ନାଇଟ୍ ରାଇଡର୍ସର ନୀତୀଶ ରାଣାଙ୍କ ପାଖରେ ରହିଛି । ନୀତୀଶ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚରେ ୧୩୭ ରନ୍ ସଂଗ୍ରହ କରି ତାଲିକାର ଶୀର୍ଷରେ ଅଛନ୍ତି । ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ୧୨୩ ରନ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ସନରାଇଜର୍ସ ହାଇଦ୍ରାବାଦର ମନୀଷ ପାଣ୍ଡେ ୯୯ ରନ୍ ସହ ତୃତୀୟ ସ୍ଥାନରେ ଅଛନ୍ତି ।
Published by: Jagdish Barik
First published: April 17, 2021, 9:23 AM IST