ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»IPL 2021: ଶୀର୍ଷରେ RCB; ଦ୍ୱିତୀୟ ନମ୍ବରରେ ପହଞ୍ଚିଲା CSK, ଜାଣନ୍ତୁ ଅରେଞ୍ଜ-ପର୍ପଲ କ୍ୟାପର ସ୍ଥିତି

IPL 2021: ଶୀର୍ଷରେ RCB; ଦ୍ୱିତୀୟ ନମ୍ବରରେ ପହଞ୍ଚିଲା CSK, ଜାଣନ୍ତୁ ଅରେଞ୍ଜ-ପର୍ପଲ କ୍ୟାପର ସ୍ଥିତି

IPL 2021 Points Table: ଆଇପିଏଲ୍ ୨୦୨୧ ର ଚଳିତ ସିଜିନରେ ସୋମବାର ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱିତୀୟ ବିଜୟ ହାସଲ କରିଛି । ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ପଏଣ୍ଟ ଟେବୁଲରେ ସିଏସକେ (CSK) ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ।

IPL 2021: ଶୀର୍ଷରେ RCB; ଦ୍ୱିତୀୟ ନମ୍ବରରେ ପହଞ୍ଚିଲା CSK, ଜାଣନ୍ତୁ ଅରେଞ୍ଜ-ପର୍ପଲ କ୍ୟାପର ସ୍ଥିତି
CSK ଦ୍ୱିତୀୟ ନମ୍ବରରେ ପହଞ୍ଚିଲା
  • News18 Odia
  • Last Updated: April 20, 2021, 11:19 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ମୋଇନ୍ ଅଲି ଓ ରବିନ୍ଦ୍ର ଜାଡେଜାଙ୍କ ଘାତକ ସ୍ପିନ୍ ଯୋଗୁଁ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ଇଣ୍ଡିଆନ ପ୍ରିମିୟର ଲିଗରେ (ଆଇପିଏଲ୍ 2021) ସୋମବାର ଦିନ ହୋଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି । ଚେନ୍ନାଇ ସୁପର କିଙ୍ଗ୍ସର ୧୮୯ ରନର ଟାର୍ଗେଟକୁ ପିଛାକରି ରାଜସ୍ଥାନ ରୟାଲ୍ସ ଦଳ ମୋଇନ୍ ଓ ଜାଡେଜାଙ୍କ ବ୍ୟତୀତ ସାମ କ୍ୟୁରନ ଘାତକ ବୋଲିଂରେ ଧରାଶାୟୀ ହୋଇ ୯ ୱିକେଟ୍ ହରାଇ ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ରାଜସ୍ଥାନ ରୟାଲ୍ସ ପାଇଁ ଓପନର୍ ଜୋସ୍ ବଟଲର ସର୍ବାଧିକ ୪୯ ରନ୍ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ କେବଳ ରାହୁଲ ତେୱାଟିଆ (୨୦) ଓ ଜୟଦେବ ଉନାଦକାଟ (୨୪) ୨୦ ରନ୍ ମାର୍କ ଛୁଇଁ ବାରେ ସକ୍ଷମ ହୋଇଥିଲା ।

IPL Points Table: ଏହି ବିଜୟ ସହିତ ସିଏସକେ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଚେନ୍ନାଇ ସୁପରକିଙ୍ଗ୍ସ ବର୍ତ୍ତମାନ ସୁଦ୍ଧା ୩ ଟି ମ୍ୟାଚରେ ୨ ଟିରେ ବିଜୟ ହୋଇ 4 ପଏଣ୍ଟ ପାଇଛି । ଏହି ଦଳର ରନ୍ ରେଟ୍ ମଧ୍ୟ ସମସ୍ତ ଦଳ ଅପେକ୍ଷା ଅଧିକ ରହିଛି । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମସ୍ତ ତିନୋଟି ମ୍ୟାଚ ଜିତିବା ପରେ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଏଥି ସହିତ ଦିଲ୍ଲୀ କ୍ୟାପିଟାଲ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ।





IPL Orange Cap: ଆଇପିଏଲର ୧୪ ତମ ସିଜନରେ ଅରେଞ୍ଜ କ୍ୟାପ୍ ରେସରେ ୧୮୬ ରନ୍ ସହ ଦିଲ୍ଲୀ କ୍ୟାପିଟାଲର ଶିଖର ଧାୱନ ଶୀର୍ଷରେ ଅଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଗ୍ଲେନ୍ ମ୍ୟାକ୍ସୱେଲ ୧୭୬ ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏଥି ସହିତ ତୃତୀୟ ସ୍ଥାନରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଅଛନ୍ତି । ଯିଏ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚରେ ୧୫୭ ରନ୍ ସଂଗ୍ରହ କରିଛନ୍ତି ।



IPL Purple Cap: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହର୍ଷଲ ପଟେଲ ଆଇପିଏଲ୍ ୨୦୨୧ ସିଜନରେ ଏପର୍ଯ୍ୟନ୍ତ ସର୍ବାଧିକ ୱିକେଟ୍ ହାସଲ କରି ପର୍ପଲ କ୍ୟାପ୍ ନିଜ ପାଖରେ ରଖିଛନ୍ତି । ତାଙ୍କ ଆକାଉଣ୍ଟରେ ସିଜିନର ସର୍ବାଧିକ ୯ ଟି ୱିକେଟ୍ ରହିଛି । ଦ୍ୱିତୀୟ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ରାହୁଲ ଚହର ଅଛନ୍ତି ଯିଏ ୩ ଟି ମ୍ୟାଚରେ ୭ ୱିକେଟ୍ ନେଇଛନ୍ତି । ଏଥି ସହ ଦିଲ୍ଲୀ କ୍ୟାପିଟାଲର ଆବେଶ ଖାନ ୬ ୱିକେଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି ।



ଆଜି ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମ୍ୟାଚ୍ ରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଗତ ସିଜିନର ରନର୍ସ ଅପ୍ ଦିଲ୍ଲୀ କ୍ୟାପିଟାଲ ଦଳ ମୁହାଁମୁହିଁ ହେବେ । ସେମାନେ ପରସ୍ପରକୁ ପରାସ୍ତ କରିବାକୁ ଚେଷ୍ଟା କରିବେ । ଯଦି ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସ ଦଳ କ୍ରମାଗତ ତୃତୀୟ ବିଜୟ ଜିତିବାକୁ ହେଲେ ଦଳକୁ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ନିଜର ମିଡିଲ ଅର୍ଡର ସମସ୍ୟାକୁ ଦୂର କରିବାକୁ ପଡ଼ିବ । ୱାନକେଡେ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସକୁ ୬ ୱିକେଟରେ ପରାସ୍ତ କରିବା ପରେ ଦିଲ୍ଲୀ ଦଳ ଏହି ମ୍ୟାଚରେ ଖେଳିବ । ଯେତେବେଳେ କି ମୁମ୍ବାଇ କ୍ରମାଗତ ଭାବେ ଛୋଟ ଟାର୍ଗେଟ ବଞ୍ଚାଇବାକୁ ଯାଇ ବିଜୟ ହାସଲ କରିଛି ।
Published by: Jagdish Barik
First published: April 20, 2021, 11:09 AM IST