IPL 2021:ଆଇପିଏଲ୍ ପୂର୍ବରୁ ବୌଦ୍ଧ ଭିକ୍ଷୁଙ୍କ ପରି ଅବତାରରେ ନଜର ଆସିଲେ ଧୋନି; ଭାଇରାଲ ହେଲା ଫଟୋ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ (Mahendra Singh Dhoni) ଏକ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ବୌଦ୍ଧ ଭିକ୍ଷୁଙ୍କ ପରି ପୋଷାକ ପରିଧାନ କରିଥିବାର ନଜର ଆସିଛନ୍ତି । ଷ୍ଟାର ସ୍ପୋର୍ଟସ୍ ଧୋନିଙ୍କ ଏହି ଫଟୋକୁ ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛି ।

IPL 2021:ଆଇପିଏଲ୍ ପୂର୍ବରୁ ବୌଦ୍ଧ ଭିକ୍ଷୁଙ୍କ ପରି ଅବତାରରେ ନଜର ଆସିଲେ ଧୋନି; ଭାଇରାଲ ହେଲା ଫଟୋ
ଆଇପିଏଲ୍ ପୂର୍ବରୁ ବୌଦ୍ଧ ଭିକ୍ଷୁଙ୍କ ପରି ଅବତାରରେ ନଜର ଆସିଲେ ଧୋନି
  • News18 Odia
  • Last Updated: March 14, 2021, 11:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ନିଜ ହେୟାର ଷ୍ଟାଇଲ ଯୋଗୁଁ ଅନେକ ସମୟରେ ହେଡଲାଇନରେ ରହିଥା’ନ୍ତି । ବେଳେବେଳେ ତାଙ୍କୁ ଲମ୍ବା କେଶରେ ଦେଖାଯାଏ ଓ ବେଳେବେଳେ ସେ ଛୋଟ କେଶରେ ନଜର ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ଯେଉଁ ନୂତନ ରୂପ ଆସିଛି ତାହା ସମ୍ପୂର୍ଣ୍ଣ ରୂପେ ଅଲଗା । ବାସ୍ତବରେ ଆଇପିଏଲର ଅଫିସିଆଲ୍ ବ୍ରଡକାଷ୍ଟର ଷ୍ଟାର୍ ସ୍ପୋର୍ଟସ୍ (Star Sports) ନିଜ ଟ୍ୱିଟର ଆକାଉଣ୍ଟରେ ଧୋନିଙ୍କ ଛବି ସେୟାର କରିଛି । ଏଥିରେ ସେ ଲଣ୍ଡା ମୁଣ୍ଡ ବୌଦ୍ଧ ଭିକ୍ଷୁଙ୍କ ପରି ପୋଷାକ ପରିଧାନ କରି ବସିଥିବାର ନଜର ଆସିଛନ୍ତି । ଧୋନିଙ୍କ ଏହି ଫଟୋ ଆରମ୍ଭରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଧୋନିଙ୍କ ଏହି ଫଟୋ କେଉଁଠୁ ଆସିଛି ତାହା ସ୍ପଷ୍ଟ ଜଣା ପଡିନାହିଁ । କିନ୍ତୁ ଅନୁମାନ କରାଯାଉଛି ଯେ ଏହି ଫଟୋ ଆଇପିଏଲ ୨୦୨୧ (IPL 2021) ସହିତ ଜଡିତ ଏକ ବିଜ୍ଞାପନର ସୁଟିଂର ଅଂଶ ହୋଇପାରେ । ଫଟୋ ତଳେ ଏକ ମାର୍ଶଲ ଆର୍ଟ ଟ୍ରେନିଂ କ୍ୟାମ୍ପ ମଧ୍ୟ ଲେଖାଯାଇଛି । ଦୁଇ ଦିନ ପୂର୍ବେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶିକ୍ଷଣ ଅଧିବେଶନରେ ୩୯ ବର୍ଷୀୟ ଧୋନି ନିଜ ମୁଣ୍ଡରେ କେଶ ସହ ନଜର ଆସିଥିଲେ । କିନ୍ତୁ ହଠାତ୍ ତାଙ୍କର ଏହି ଅବତାର ବାହାରକୁ ଆସିଲା । ତେବେ ଧୋନିଙ୍କ ଏହି ଲୁକ୍କୁ ନେଇ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ।

ଏହି ସମୟରେ ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଚଳିତ ବର୍ଷର ଆଇପିଏଲ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ବର୍ଷ ଦଳକୁ ଚାମ୍ପିୟନ କରିବା ପାଇଁ ଧୋନି ନିଜେ ନେଟରେ ଅନେକ ଅଭ୍ୟାସ କରୁଛନ୍ତି । ଦୁଇ ଦିନ ପୂର୍ବେ CSK ର ଅଫିସିଆଲ୍ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଭିଡିଓ ସେୟାର କରାଯାଇଥିଲା ଯେଉଁଥିରେ ଧୋନି ଲମ୍ବା ଛକା ମାରୁଥିବାର ନଜର ଆସିଥିଲେ ।

ଶେଷ ଆଇପିଏଲରେ CSK ପ୍ଲେ ଅଫରେ ମଧ୍ୟ ପହଞ୍ଚି ପାରି ନଥିଲା
ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୦ ରେ ନିଜର ଶକ୍ତି ପ୍ରଦର୍ଶନ କରିପାରି ନ ଥିଲା । ଦଳ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ ଅଫରେ ପହଞ୍ଚି ନ ଥିଲା ।ଧୋନି ମଧ୍ୟ ବିଫଳ ହୋଇଥିଲେ । ଧୋନି ଗତ ସିଜନରେ ୧୪ଟି ମ୍ୟାଚରେ ହାରାହାରି ୨୫ ଓ ଷ୍ଟ୍ରାଇକ୍ ହାର ୧୧୬.୨୭ ରେ ୨୦୦ ରନ୍ ସଂଗ୍ରହ କରିଥିଲେ । ଯଦି ଚେନ୍ନାଇ ଏହି ସିଜିନରେ ପ୍ରତ୍ୟାବର୍ତ୍ତନ କରେ ତେବେ ଧୋନିଙ୍କ ଫର୍ମ ଗୁରୁତ୍ୱପୂର୍ଣ୍ଣ ହେବ । ଧୋନି ଆଇପିଏଲରେ ୧୩୬.୭୫ ହାରରେ ୪୬୩୨ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୨୩ଟି ଅର୍ଦ୍ଧଶତକ ସାମିଲ ଅଛି । CSK ଦଳ ଚଳିତ ବର୍ଷ ଏହାର ପ୍ରଥମ ଆଇପିଏଲ୍ ମ୍ୟାଚ୍ ୧୦ ଏପ୍ରିଲରେ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଖେଳିବ । ଏହି ମ୍ୟାଚ୍ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
Published by: Jagdish Barik
First published: March 14, 2021, 11:06 AM IST