୨.୨ କୋଟି ଟଙ୍କା ପାଇଁ ଆଇପିଏଲ୍ ୨୦୨୧ ଖେଳିବାକୁ ଭାରତ ଆସିବେ ନାହିଁ ଷ୍ଟିଭ୍ ସ୍ମିଥ୍!

ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ଙ୍କୁ (Steve Smith) ଆଇପିଏଲ୍ ୨୦୨୧ ସିଜିନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ ତରଫରୁ ୨.୨ କୋଟି ଟଙ୍କାରେ କିଣାଯାଇଛି । ଏହାକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ।

ଷ୍ଟିଭ୍ ସ୍ମିଥ୍କୁ ନେଇ ମାଇକେଲ୍ କ୍ଲାର୍କଙ୍କ ରୋଚକ ବୟାନ

ଷ୍ଟିଭ୍ ସ୍ମିଥ୍କୁ ନେଇ ମାଇକେଲ୍ କ୍ଲାର୍କଙ୍କ ରୋଚକ ବୟାନ

  • Share this:
News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ନିଲାମରେ ଷ୍ଟିଭ୍ ସ୍ମିଥ୍ (Steve Smith) ମାତ୍ର ୨.୨ କୋଟିରେ ବିକ୍ରି ହେବା ପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍ କ୍ଲାର୍କ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏତେ କମ୍ ମୂଲ୍ୟରେ ଆଇପିଏଲ୍ ୨୦୨୧ ରେ ଷ୍ଟିଭ୍ ସ୍ମିଥ୍ ଖେଳିବା କଷ୍ଟକର ।

କ୍ଲାର୍କ ଆଶ୍ଚର୍ଯ୍ୟ ଏଥି ପାଇଁ ହୋଇଥିଲେ ଯେତେବେଳେ ଦିଲ୍ଲୀ କ୍ୟାପିଟାଲ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ସ୍ମିଥ୍ଙ୍କୁ ଏତେ କମ ପରିମାଣରେ କିଣିଥିଲେ । ଯଦିଓ ଏହା ଦ୍ୱାରା ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କ୍ଲାର୍କ ଅନୁଭବ କରିଛନ୍ତି ଯେ 'ମାଇଲ୍ଡ ହାମଷ୍ଟ୍ରିଙ୍ଗ୍ ଷ୍ଟ୍ରେଚ୍' ହେତୁ ସେ ଟୁର୍ନାମେଣ୍ଟରୁ ଓହରି ଯାଇପାରନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୨୯ ଲକ୍ଷ ଟଙ୍କା ନେବା ପରେ ବି ସନ୍ନି ଲିଓନି ଇଭେଣ୍ଟରେ ପହଞ୍ଚିଲେନି; ପୋଲିସ ତାଙ୍କୁ ଜେରା କଲା

କ୍ଲାର୍କ ବିଗ୍ ସ୍ପୋର୍ଟସ୍ ବ୍ରେକଫାଷ୍ଟ ପୋଡକାଷ୍ଟରେ କହିଛନ୍ତି, 'ମୁଁ ଜାଣେ ଯେ ଟି -୨୦ ରେ ତାଙ୍କର ପ୍ରଦର୍ଶନ ଏତେ ଭଲ ନୁହେଁ ଓ ଗତ ବର୍ଷର ଆଇପିଏଲ୍ ମଧ୍ୟ ସେତେଟା ଭଲ ନଥିଲା । ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଥିଲି ଯେ ସେ ଏତେ କମ ପରିମାଣରେ ବିକ୍ରି ହୋଇଥିଲା ଯାହା ୪୦୦,୦୦୦ ଡଲାରରୁ କମ୍ ଅଟେ ।" ସେ କହିଛନ୍ତି, "କିନ୍ତୁ ଆପଣ ଯଦି ଗତ ସିଜନରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଅଧିନାୟକ ଭୂମିକାରେ କେତେ ଟଙ୍କା ଦେଇଛନ୍ତି । ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ନାହିଁ ଭାରତ ବାହାରିବା ଦିନ ତାଙ୍କର ହାମଷ୍ଟ୍ରିଂ ହୋଇଯିବ ।"

ଏହା ବି ପଢ଼ନ୍ତୁ | Ind Vs Eng: ରହାଣେଙ୍କ ଖରାପ ବ୍ୟାଟିଂ ପରେ କୋହଲି ଏହି ହୃଦୟ ଜିତିବା ପରି କଥା କହିଲେ

କ୍ଲାର୍କ କହିଛନ୍ତି, "ଆଠ ସପ୍ତାହ ଟୁର୍ନାମେଣ୍ଟ ପାଇଁ ଓ ୧୧ ସପ୍ତାହ ମଧ୍ୟରେ, ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ପୃଥକତାକୁ ଦୃଷ୍ଟିରେ ରଖି ମୁଁ ଭାବୁନାହିଁ ଯେ ସେ ତାଙ୍କ ପରିବାର ଓ ପତ୍ନୀଙ୍କୁ ୧୧ ସପ୍ତାହ ସମୟ ପାଇଁ ୨.୨ କୋଟି ଟଙ୍କା ପାଇଁ ଦୂରରେ ରହିବେ । ଏହି ପୂର୍ବରୁ ସ୍ମିଥଙ୍କ ଦରମା ୧୨.୫ କୋଟି ଟଙ୍କା ପ୍ରତି ସିଜିନ ହିସାବରେ ଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | Valentine Dayରେ ଏମିତି କେହି ପ୍ରପୋଜ୍ କରିଥିବା ଦେଖିଛନ୍ତି? VIDEO ଦେଖନ୍ତୁ, ହେଲେ ଟ୍ରାଇ କରନ୍ତୁ ନାହିଁ!

ଗତ ବର୍ଷ ଷ୍ଟିଭ୍ ସ୍ମିଥ୍ ଫ୍ଲପ୍ ହୋଇଥିଲେ
ଆଇପିଏଲ୍ ୨୦୨୦ ରେ ଷ୍ଟିଭ୍ ସ୍ମିଥଙ୍କ ପ୍ରଦର୍ଶନ ଖରାପ ଥିଲା । ସ୍ମିଥ୍ ୨୫.୯୧ହାରାହାରିରେ ୧୪ ଟି ମ୍ୟାଚ୍ ରେ ମାଟି ୩୧୧ ରନ୍ ସ୍କୋର କରିପାରିଥିଲେ । ସ୍ମିଥଙ୍କ ନେତୃତ୍ୱରେ ରାଜସ୍ଥାନ ପଏଣ୍ଟ ଟେବୁଲରେ ଶେଷ ନମ୍ବର ଥିଲା । ଯାହା ପରେ ଦଳରୁ ତାଙ୍କୁ ରିଲିଜ କରି ଦିଆଯାଇଥିଲା ।



ସ୍ମିଥଙ୍କ ଆଇପିଏଲ୍ କରିୟର ଚମତ୍କାର ଅଟେ । ସେ ୩୫.୩୪ ହାରାହାରିରେ ୯୫ଟି ମ୍ୟାଚ୍ ରେ ୨୩୩୩ ରନ୍ ସଂଗ୍ରହ କରିଛନ୍ତି । ଏହି କରିୟରରେ ସେ ନିଜ ବ୍ୟାଟରୁ ଗୋଟିଏ ଶତକ ଓ ୧୧ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି ।
Published by:Jagdish Barik
First published: