IPL 2021: ସାମସନ୍ ମରିସଙ୍କୁ କାହିଁକି ଷ୍ଟ୍ରାଇକ ଦେଲେନାହିଁ; ସାଙ୍ଗାକାରା ଉତ୍ତର ରଖିଲେ

ରାଜସ୍ଥାନ ରୟାଲ୍ସ (Rajasthan Royals) କ୍ରିକେଟ୍ ନିର୍ଦ୍ଦେଶକ କୁମାର ସାଙ୍ଗାକାରା (Kumar Sangakkara) ପଞ୍ଜାବ କିଙ୍ଗସ (Punjab Kings) ବିପକ୍ଷ ମ୍ୟାଚର ଶେଷ ବଲରେ କ୍ରିସ ମୋରିସକୁ (Chris Morris) ଷ୍ଟ୍ରାଇକ ନ ଦେବା ପାଇଁ ଅଧିନାୟକ ସଞ୍ଜୁ ସାମସନଙ୍କ (Sanju Samson) ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ସାମସନ ନିଶ୍ଚିତ ଥିଲେ ଯେ ସେ ଶେଷ ବଲକୁ ଛକା ମାରି ପାରିବେ । ଏଥିପାଇଁ ସେ ଏପରି କଲେ ।

ଶେଷ ବଲରୁ ଛକା ମାରିବାକୁ ଯାଇ ସାମସନ୍ ଆଉଟ୍ ହୋଇଥିଲେ

ଶେଷ ବଲରୁ ଛକା ମାରିବାକୁ ଯାଇ ସାମସନ୍ ଆଉଟ୍ ହୋଇଥିଲେ

  • Share this:
News18 Odia Digital
ନୂଆ ଦିଲ୍ଲୀ: ରାଜସ୍ଥାନ ରୟାଲ୍ସ (Rajasthan Royals) କ୍ରିକେଟ୍ ନିର୍ଦ୍ଦେଶକ କୁମାର ସାଙ୍ଗାକାରା (Kumar Sangakkara) ପଞ୍ଜାବ କିଙ୍ଗସ (Punjab Kings) ବିପକ୍ଷ ମ୍ୟାଚର ଶେଷ ବଲରେ କ୍ରିସ ମୋରିସକୁ (Chris Morris) ଷ୍ଟ୍ରାଇକ ନ ଦେବା ପାଇଁ ଅଧିନାୟକ ସଞ୍ଜୁ ସାମସନଙ୍କ (Sanju Samson) ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, "ସାମସନ ନିଶ୍ଚିତ ଥିଲେ ଯେ ସେ ଶେଷ ବଲକୁ ଛକା ମାରି ପାରିବେ । ଏପରି ପରିସ୍ଥିତିରେ ସେ ନିଜ କାନ୍ଧରେ ମ୍ୟାଚ୍ ଶେଷ କରିବାର ଦାୟିତ୍ବ ଗ୍ରହଣ କରିଥିଲେ, ମୋ ମତରେ ତାଙ୍କ ନିଷ୍ପତ୍ତି ଠିକ୍ ଥିଲା ।" ସେ କହିଛନ୍ତି ଯେ ସଞ୍ଜୁ ମ୍ୟାଚ୍ ଶେଷ କରିବାକୁ ନିଜ ନିଷ୍ପତ୍ତିରେ ଦୃଢ଼ ଭାବରେ ଠିଆ ହୋଇଥିଲେ ଓ ପ୍ରାୟ ଶେଷ କରିଛନ୍ତି । ସେ ଶେଷ ବଲକୁ ଛକା ମାରିବାରେ ମାତ୍ର ପାଞ୍ଚ କିମ୍ବା ଛଅ ଗଜ ଦୂରତାରୁ ବଞ୍ଚିତ ହୋଇଥିଲେ । ନଚେତ୍ ବଲ୍ ସୀମା ଅତିକ୍ରମ କରିଦେଇଥାନ୍ତା ।"

ରାଜସ୍ଥାନ ଦଳର କ୍ରିକେଟ୍ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ ବେଳେବେଳେ ଯେତେବେଳେ ଆପଣ ଜାଣନ୍ତି ଯେ ଆପଣ ବଲ୍କୁ ଭଲ ଭାବରେ ମାରିପାରୁଛନ୍ତି, ଆପଣ ଫର୍ମରେ ଅଛନ୍ତି ଓ ଆପଣ ନିଶ୍ଚିତ ଯେ ଆପଣ ଏହା କରିପାରିବେ, ସେତେବେଳେ ଆପଣଙ୍କୁ ଏହି ଦାୟିତ୍ୱ ଗ୍ରହଣ କରିବାକୁ ପଡିବ ଓ ସଞ୍ଜୁ ଏହା କରିବାର ଦେଖିବା ପ୍ରକୃତରେ ଉତ୍ସାହଜନକ ଥିଲା । ଆମେ ସବୁବେଳେ ଛୋଟ ଛୋଟ ଲାପ୍ସ ବିଷୟରେ କଥାବାର୍ତ୍ତା କରିଥାଉ । କିନ୍ତୁ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଖେଳାଳିଙ୍କ ଆତ୍ମବିଶ୍ୱାସ, ମନୋଭାବ ଓ ଉତ୍ସର୍ଗୀକୃତତା । କାରଣ ସେମାନେ ଜାଣନ୍ତି ସେମାନଙ୍କର ଶକ୍ତି କ’ଣ?

ପରବର୍ତ୍ତୀ ସମୟରେ ସଞ୍ଜୁ ଛକା ମାରି ଦଳକୁ ଜିତାଇବେ: ସାଙ୍ଗାକାରା
ସେ କହିଛନ୍ତି ଯେ ସଞ୍ଜୁ ମ୍ୟାଚ୍ ଶେଷ କରିବାର ଦାୟିତ୍ବ ଗ୍ରହଣ କରିଛନ୍ତି ଓ ସେ ମାତ୍ର କିଛି ପାଦ ଦୂରତାରେ ଏହା ହରାଇଛନ୍ତି । କ୍ରୀଡ଼ାରେ ଏହା ଘଟେ । ମୁଁ ଆଶା କରୁଛି ଯେ ପରବର୍ତ୍ତୀ ସମୟରେ ସେ ବଲକୁ ୧୦ ଗଜ ଓ ସୀମା ରେଖା ବାହାରକୁ ପଠାଇବେ ଓ ଆମ ପାଇଁ ମ୍ୟାଚ୍ ଜିତାଇବେ । ସଞ୍ଜୁ ସାମସନଙ୍କ ଫର୍ମ ଜାରିରଖିବା ସହ ଜଡିତ ପ୍ରଶ୍ନ ଉପରେ ସାଙ୍ଗାକାରା କହିଛନ୍ତି ଯେ ସଞ୍ଜୁ ଜଣେ ଅସାଧାରଣ ଖେଳାଳି । ମୁଁ ଜାଣେ ଯେ ଯେତେବେଳେ ଜଣେ ଖେଳାଳୀ ବିସ୍ଫୋରକ ଆରମ୍ଭ କରେ, ସେତେବେଳେ ତାଙ୍କ ସ୍ଥିରତା ବିଷୟରେ କଥାବାର୍ତ୍ତା କରାଯାଏ । କିନ୍ତୁ ପ୍ରକୃତ କଥା ହେଉଛି ଏହି ଜିନିଷ ମ୍ୟାଚରୁ ମ୍ୟାଚ୍ ପର୍ଯ୍ୟନ୍ତ ବଦଳୁଛି । ମ୍ୟାଚର ଆବଶ୍ୟକତା ଅନୁଯାୟୀ ଆପଣଙ୍କ ଖେଳକୁ ପରିବର୍ତ୍ତନ କରିବାକୁ ପଡିବ । ବେଳେବେଳେ ଆପଣ ଅଧିକ ରିସ୍କ ନେଇଥାନ୍ତି । ଏପରି ପରିସ୍ଥିତିରେ ସ୍ଥିରତା ଆସିବ ଯେତେବେଳେ ଆପଣ ଏହି ପାର୍ଥକ୍ୟକୁ ବୁଝିବା ଆରମ୍ଭ କରିବେ ଓ ନିଜ ପାଇଁ କିମ୍ବା ପରିସ୍ଥିତି ପାଇଁ ଲଢ଼ିବା ପରିବର୍ତ୍ତେ ଆପଣ ନିଜ ଲୟ ଉପରେ ଧ୍ୟାନ ଦେଇ ତୁଇନିଂସ ତିଆରି କରିବାକୁ ଚେଷ୍ଟା କରିବେ ।

ଶେଷ ବଲରୁ ଛକା ମାରିବାକୁ ଯାଇ ସାମସନ୍ ଆଉଟ୍ ହୋଇଥିଲେ
ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୨୧ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ରାଜସ୍ଥାନ ଦଳ ୨୦ ଓଭରରେ ୭ ୱିକେଟ୍ ପାଇଁ କେବଳ ୨୧୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଶେଷ ଓଭରରେ ଜିତିବା ପାଇଁ ରାଜସ୍ଥାନକୁ ୧୩ ରନ୍ ଆବଶ୍ୟକ ଥିଲା । ପଞ୍ଜାବଙ୍କ ପକ୍ଷରୁ ଅର୍ଶଦୀପ ସିଂ ୨୦ ତମ ଓଭରରେ ବୋଲିଂ କରିଥିଲେ । ପ୍ରଥମ ୩ ଟି ବଲରୁ ମାତ୍ର ୨ ରନ୍ ଆସିଥିଲା । ଏହା ପରେ ସାମସନ ଚତୁର୍ଥ ବଲରେ ଛକା ମାରିଥିଲେ । ପଞ୍ଚମ ବଲ ରନ ନେବାର ସୁଯୋଗ ଥିବା ସତ୍ତ୍ୱେ ସେ କ୍ରିସ ମରିସଙ୍କୁ ରନ ନେବାକୁ ମନା କରିଥିଲେ । ଅନ୍ତିମ ବଲରେ ରାଜସ୍ଥାନ ଜିତିବା ପାଇଁ ୫ ରନ୍ ଆବଶ୍ୟକ କରିଥିଲା । ସାମସନ୍ ମଧ୍ୟ ଏକଛକା ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବାଉଣ୍ଡ୍ରି ଲାଇନରେ ଥିବା ଦୀପକ ହୁଡ୍ଡା ଏହାକୁ କ୍ୟାଚ୍ କରି ନେଇଥିଲେ । ୬୩ ଟି ବଲରୁ ୧୧୯ ରନ୍ କରି ସାମସନ୍ ଆଉଟ ହୋଇ ଯାଇଥିଲା ଓ ରାଜସ୍ଥାନ ଏହି ମ୍ୟାଚକୁ ୪ ରନରେ ହାରି ଯାଇଥିଲା । ରାଜସ୍ଥାନର ଏହାର ପରବର୍ତ୍ତୀ ମ୍ୟାଚ୍ ୧୫ ଏପ୍ରିଲରେ ଦିଲ୍ଲୀ କ୍ୟାପିଟାଲ ସହିତ ଖେଳିବ ।
Published by:Jagdish Barik
First published: