ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Breaking: KKR ଦୁଇ ଖେଳାଳି କରୋନା ପଜିଟିଭ୍: RCB ବିପକ୍ଷରେ ସ୍ଥଗିତ ରଖାଯାଇପାରେ ଆଜିର ମ୍ୟାଚ୍

Breaking: KKR ଦୁଇ ଖେଳାଳି କରୋନା ପଜିଟିଭ୍: RCB ବିପକ୍ଷରେ ସ୍ଥଗିତ ରଖାଯାଇପାରେ ଆଜିର ମ୍ୟାଚ୍

ଆଜି ସନ୍ଧ୍ୟାରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲର 30 ତମ ମ୍ୟାଚ ସ୍ଥଗିତ ହୋଇପାରେ । ମିଡିଆ ରିପୋର୍ଟ ଅନୁଯାୟୀ କୋଲକାତା ଦଳର ଜଣେ ଖେଳାଳିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି ଓ ଅନ୍ୟ କେତେକ ଖେଳାଳି ଅସୁସ୍ଥ ଅଛନ୍ତି ।

Breaking: KKR ଦୁଇ ଖେଳାଳି କରୋନା ପଜିଟିଭ୍: RCB ବିପକ୍ଷରେ ସ୍ଥଗିତ ରଖାଯାଇପାରେ ଆଜିର ମ୍ୟାଚ୍
KKR ଦୁଇ ଖେଳାଳି କରୋନା ପଜିଟିଭ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଜି ସନ୍ଧ୍ୟାରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲର ୩୦ ତମ ମ୍ୟାଚ ସ୍ଥଗିତ ହୋଇପାରେ । କ୍ରିକବଜ୍ ନ୍ୟୁଜ ଅନୁଯାୟୀ, କେକେଆରର ଅନେକ ଖେଳାଳି ଅସୁସ୍ଥ ହୋଇ ପଡିଛନ୍ତି । ଦୁଇ ଖେଳାଳିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପେଟ କମିନ୍ସଙ୍କ ସମେତ କୋଲକାତା ଦଳର ଅନେକ ଖେଳାଳି ଓ ସହାୟକ କର୍ମଚାରୀ ଅସୁସ୍ଥ ଅଛନ୍ତି । ତେଣୁ ପରିଚାଳନା ବାକି ଲୋକଙ୍କୁ ଆଇସୋଲେଟ କରି ଦିଆଯାଇଛି । ଏହି କାରଣରୁ ଆରସିବି ବିପକ୍ଷ ମ୍ୟାଚକୁ ସ୍ଥଗିତ ରଖାଯାଇପାରେ ।

ANI ର ଏକ ରିପୋର୍ଟ ଅନୁଯାୟୀ, ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିଅରଙ୍କ କରୋନା ପଜିଟିଭ ହୋଇଛନ୍ତି ଓ ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ କେକେଆର ବିପକ୍ଷରେ ପଡ଼ିଆରେ ଓଲ୍ହାଇବାକୁ ନେଇ ଭୟ କରୁଛନ୍ତି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ବରୁଣ ଓ ସନ୍ଦୀପଙ୍କର କରୋନା ରିପୋର୍ଟ ପଜିଟିଭ ମିଳିଛି ଓ ସୋମବାର ମ୍ୟାଚକୁ ସ୍ଥଗିତ ରଖାଯାଇ ପାରେ ।



ଚଳିତ ସିଜିନ୍ କୋଲକାତାର ପ୍ରଦର୍ଶନ ଭଲ ହୋଇନାହିଁ । ପଏଣ୍ଟ ଟେବୁଲରେ ଦଳ ସପ୍ତମ ସ୍ଥାନରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ୭ ଟି ମ୍ୟାଚ ମଧ୍ୟରୁ କେକେଆର କେବଳ ଦୁଇଟି ଜିତିଥିବାବେଳେ ପାଞ୍ଚଟିରେ ପରାଜୟର ସମ୍ମୁଖୀନ ହୋଇଛି । ଦଳ ଶେଷ ଚାରିଟି ମ୍ୟାଚ ମଧ୍ୟରୁ ତିନୋଟି ହାରିଛି ।

କଠିନତା ସତ୍ତ୍ୱେ କରୋନା କ୍ୟାମ୍ପରେ ପ୍ରବେଶ କଲା
ଦେଶରେ ବଢୁଥିବା କରୋନା ମାମଲା ଯୋଗୁଁ ବିସିସିଆଇ କିଛି ଦିନ ପୂର୍ବରୁ ଆଇପିଏଲରେ ଜଡିତ ଖେଳାଳିଙ୍କ ପାଇଁ ବାୟୋ-ବବଲକୁ କଡାକଡି କରିଥିଲା । ପ୍ରତିଦିନ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ଦ୍ୱାରା କରୋନା ପରୀକ୍ଷା କରାଯାଉଥିଲା । ଯେତେବେଳେ କି ପ୍ରତି ପାଞ୍ଚ ଦିନରେ ପୂର୍ବରୁ କରୋନା ଟେଷ୍ଟ କରାଯାଇଥିଲା । ଏହା ବ୍ୟତୀତ ବାୟୋ ବବଲରେ ରହୁଥିବା ଖେଳାଳି ଓ କର୍ମଚାରୀଙ୍କ ପାଇଁ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା । ବିସିସିଆଇ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ହୋଟେଲରୁ ବାହାରୁ ଖାଦ୍ୟ ଆଣିବାକୁ ବାରଣ କରିଥିଲା । କେବଳ ହୋଟେଲ ଭିତରେ ଥିବା ଖାଦ୍ୟ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିଲା । ଏପର୍ଯ୍ୟନ୍ତ କରୋନା ଓ ବାୟୋ-ବବଲ କାରଣରୁ ତିନି ଜଣ ଅଷ୍ଟ୍ରେଲୀୟ ଖେଳାଳି ଆଡାମ ଜାମ୍ପା, କେନ ରିଚାର୍ଡସନ ଓ ଆଣ୍ଡ୍ରିୟୁ ଟି ଲିଗରୁ ଓହରି ଯାଇଛନ୍ତି । ଏହା ବ୍ୟତୀତ ନିଜ ପରିବାର ସଦସ୍ୟ ସଂକ୍ରମିତ ହେବା ପରେ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଲିଗରୁ ଓହରି ଯାଇଛନ୍ତି ।
Published by: Jagdish Barik
First published: May 3, 2021, 1:02 PM IST