IPL ରେ ପ୍ରଥମ ଥର ପାଇଁ କୌଣସି ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ଖେଳିବେ ନାହିଁ; ଜାଣନ୍ତୁ କ’ଣ ବଦଳିଛି?

ଆଇପିଏଲ ୨୦୨୧ (IPL 2021) ଏଥର କେବଳ ଭାରତରେ ଖେଳିଯିବ । କିନ୍ତୁ ଟୁର୍ନାମେଣ୍ଟରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଏଥର କୌଣସି ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବେ ନାହିଁ । ଏହାସହ ପ୍ରତ୍ୟେକ ଦଳ ପାଇଁ ଚାରୋଟି ସ୍ଥାନ ସ୍ଥିର କରାଯାଇଛି ।

IPL ରେ ପ୍ରଥମ ଥର ପାଇଁ କୌଣସି ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ଖେଳିବେ ନାହିଁ; ଜାଣନ୍ତୁ କ’ଣ ବଦଳିଛି?
ଆଇପିଏଲର ୧୪ ତମ ସିଜନର କାର୍ଯ୍ୟସୂଚୀ ପ୍ରକାଶ ପାଇଲା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତରେ କ୍ରିକେଟ୍ ବୋର୍ଡ (BCCI) ଆଇପିଏଲର ୧୪ ତମ ସିଜନର କାର୍ଯ୍ୟସୂଚୀ ପ୍ରକାଶ କରିଛି । ଏଥର ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଅନୁଷ୍ଠିତ ହେବ ଓ ପ୍ରଥମ ମ୍ୟାଚ୍ ୯ ଏପ୍ରିଲରେ ଚେନ୍ନାଇରେ ଖେଳାଯିବ ଓ ଫାଇନାଲ୍ ମ୍ୟାଚ ୩୦ ମେ'ରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ । କରୋନାକୁ ଦୃଷ୍ଟିରେ ରଖି ଏଥର ସମସ୍ତ ଆଇପିଏଲ୍ ମ୍ୟାଚ୍ କେବଳ ୬ଟି ସହରରେ ଖେଳାଯିବ । ଏଥିରେ ଚେନ୍ନାଇ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ଦିଲ୍ଲୀ ଓ ଅହମ୍ମଦାବାଦ ସାମିଲ ରହିଛି । ଚେନ୍ନାଇ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତାରେ ଲିଗ୍ ପର୍ଯ୍ୟାୟର ୧୦ଟି ମ୍ୟାଚ୍ ହେବ । ଅହମ୍ମଦାବାଦ ଓ ଦିଲ୍ଲୀରେ ୮ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ଅର୍ଥାତ୍ ଏହି ୬ଟି ସହରରେ ଲିଗ୍ ପର୍ଯ୍ୟାୟର ୫୬ ଟି ମ୍ୟାଚ୍ ହେବ ।

ଆଇପିଏଲ୍ ଇତିହାସରେ ଏହା ପ୍ରଥମ ଥର ହେବ ଯେତେବେଳେ ଦଳଗୁଡିକ ସମସ୍ତ ମ୍ୟାଚ୍ ନିରପେକ୍ଷ ଭିତ୍ତିରେ ଖେଳିବେ । କୌଣସି ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବେ ନାହିଁ । ସମସ୍ତ ଦଳ ଆଇପିଏଲ୍ ପାଇଁ ଧାର୍ଯ୍ୟ ହୋଇଥିବା ୬ଟି ସ୍ଥାନ ମଧ୍ୟରୁ ୪ ଟିରେ ଲିଗ୍ ପର୍ଯ୍ୟାୟରେ ମ୍ୟାଚ୍ ଖେଳିବେ । ଏଥର ୧୧ଟି ଡବଲ୍ ହେଡର୍ ଯଥା ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ନ ମ୍ୟାଚ୍ ୩.୩୦ ରୁ ଖେଳାଯିବ । ସନ୍ଧ୍ୟା ମ୍ୟାଚ୍ ୭.୩୦ ରେ ଆରମ୍ଭ ହେବ ।





ଏହାପୂର୍ବରୁ ୨୦୧୯ ରେ ଯେତେବେଳେ ଭାରତରେ ଆଇପିଏଲ୍ ଅନୁଷ୍ଠିତ ହୋଇଥିଲା ସେତେବେଳେ ଫାଇନାଲ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ଲିଗ୍ ପର୍ଯ୍ୟାୟରେ ଘରୋଇ ଗ୍ରାଉଣ୍ଡରେ ସାତଟି ମ୍ୟାଚ୍ ଖେଳିଥିଲା ​​ଓ ବାକି ୭ ଟି ବାହାର ସହରରେ ଖେଳିଥିଲା ​​। ତା’ପରେ ଫାଇନାଲ୍ ଖେଳୁଥିବା ଦ୍ୱିତୀୟ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଚେନ୍ନାଇରେ ମୋଟ ୮ ଟି ମ୍ୟାଚ୍ ଘରୋଇ ଗ୍ରାଉଣ୍ଡରେ ଖେଳିଥିଲା ​​। ଏଥିରେ ସାତଟି ଲିଗ୍ ପର୍ଯ୍ୟାୟ ଓ ଗୋଟିଏ ଯୋଗ୍ୟତା ମଧ୍ୟ ଅନ୍ତର୍ଭୁକ୍ତ । କିନ୍ତୁ ଏଥର ଦଳ ଘରୋଇ ଗ୍ରାଉଣ୍ଡର ଲାଭ ପାଇବ ନାହିଁ । କାରଣ ଦଳଗୁଡିକ ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ କେବଳ ୪ଟି ସ୍ଥାନରେ ଖେଳିବାକୁ ପଡିବ ।
Published by: Jagdish Barik
First published: March 7, 2021, 3:29 PM IST