IPL ଉପରେ କରୋନାର କାୟା; ୱାଙ୍ଖେଡେ ଷ୍ଟାଡିୟମର ୮ ଜଣ ଗ୍ରାଉଣ୍ଡମ୍ୟାନ୍ କରୋନା ପଜିଟିଭ୍ ହେଲେ

ଆଇପିଏଲ ୨୦୨୧ ଏପ୍ରିଲ ୯ ରୁ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ କରୋନାର କାୟା ବିସ୍ତାର ବିସିସିଆଇର ଚିନ୍ତା ବଢ଼ାଇ ଦେଇଛି । ୱାଙ୍ଖେଡେ ଷ୍ଟାଡିୟମର ୮ ଜଣ ଗ୍ରାଉଣ୍ଡମ୍ୟାନ୍ କରୋନା ଭୂତାଣରେ ସଂକ୍ରମିତ ହୋଇଛନ୍ତି ।

IPL ଉପରେ କରୋନାର କାୟା; ୱାଙ୍ଖେଡେ ଷ୍ଟାଡିୟମର ୮ ଜଣ ଗ୍ରାଉଣ୍ଡମ୍ୟାନ୍ କରୋନା ପଜିଟିଭ୍ ହେଲେ
ୱାଙ୍ଖେଡେ ଷ୍ଟାଡିୟମର ୮ ଜଣ ଗ୍ରାଉଣ୍ଡମ୍ୟାନ୍ କରୋନା ପଜିଟିଭ୍ ହେଲେ
  • News18 Odia
  • Last Updated: April 3, 2021, 10:12 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଉପରେ କରୋନା ଭାଇରସର ବିପଦରେ ଲାଗି ରହିଛି । ଆଇପିଏଲର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଏହା ପୂର୍ବରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସୁଛି । ୱାଙ୍ଖେଡେ ଷ୍ଟାଡିୟମର ୮ ଗ୍ରାଉଣ୍ଡମ୍ୟାନ୍ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ୱାଙ୍ଖେଡେ ଷ୍ଟାଡିୟମରେ ଆଇପିଏଲର ୧୪ ତମ ସିଜନର ୧୦ ଟି ମ୍ୟାଚ୍ ଖେଳାଯିବ । ମୁମ୍ବାଇ ସମେତ ମହାରାଷ୍ଟ୍ରରେ ଦିନକୁ ଦିନ ବଢୁଥିବା କରୋନା ଭୂତାଣୁ ଯୋଗୁଁ ବିସିସିଆଇର ଚିନ୍ତା ବୃଦ୍ଧି ପାଇଛି ।

ସ୍ପୋର୍ଟଷ୍ଟାର ରିପୋର୍ଟ ଅନୁଯାୟୀ, ୱାଙ୍ଖେଡେ ଷ୍ଟାଡିୟମର ୧୯ ଜଣ ଗ୍ରାଉଣ୍ଡମ୍ୟାନ୍ RT-PCR ପରୀକ୍ଷା ଗତ ସପ୍ତାହରେ କରାଯାଇଥିଲା । ତିନି ଜଣଙ୍କ ରିପୋର୍ଟ ଏହା ପୂର୍ବରୁ ନେଗେଟିଭ ଆସିଥିବାବେଳେ ଅନ୍ୟ ପାଞ୍ଚ ଜଣ ଗ୍ରାଉଣ୍ଡମ୍ୟାନ୍ ୧ ଏପ୍ରିଲରେ ହୋଇଥିବା ରିପୋର୍ଟରେ ପଜିଟିଭ୍ ବୋଲି ଜଣାପଡିଛି ।

ଯଦିଓ ଏହି ସମୟରେ ଭାରତରେ ଏହି ଲିଗ୍ କରାଯାଉଛି କିନ୍ତୁ କରୋନା ଯୋଗୁଁ ଅନେକ ପରିବର୍ତ୍ତନ ମଧ୍ୟ ହୋଇଛି । ଏହି ପରି ଫାଇନାଲ୍ ସହିତ ସମସ୍ତ ୬୦ ଟି ମ୍ୟାଚ୍ ୬ ଟି ସହରରେ ଖେଳାଯିବ । ଏଥିରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ସାମିଲ ଅଛି । ଲିଗ୍ ପର୍ଯ୍ୟାୟର ୫୬ ଟି ମ୍ୟାଚ୍ ମଧ୍ୟରୁ ୪୦ ଟି ଚେନ୍ନାଇ, ମୁମ୍ବାଇ, କୋଲକାତା, ବାଙ୍ଗାଲୋରରେ ଖେଳାଯିବ । ଅବଶିଷ୍ଟ ୧୬ ଟି ମ୍ୟାଚ୍ ମଧ୍ୟରୁ ୮ ଟି ଲେଖାଏ ଦିଲ୍ଲୀ ଓ ଅହମ୍ମଦାବାଦରେ ଅନୁଷ୍ଠିତ ହେବ । ଅହମ୍ମଦାବାଦର ନବନିର୍ମାଣ ମୋଦୀ ଷ୍ଟାଡିୟମରେ ଫାଇନାଲ ଓ ପ୍ଲେ ଅଫ୍ ମଧ୍ୟ ଖେଳାଯିବ ।

କରୋନା କାରଣରୁ ଏହି ଟୁର୍ନାମେଣ୍ଟ ବାୟୋ ସିକ୍ୟୁର ବବଲରେ ଖେଳାଯିବ । ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ କେବଳ ତିନିଥର ଯାତ୍ରା କରିବା ଜରୁରୀ । ଅର୍ଥାତ୍ ସେ ତିନିଥର ଭ୍ରମଣ କରି ନିଜର ସମସ୍ତ ମ୍ୟାଚ୍ ସମାପ୍ତ କରିବେ । କରୋନା ଭାଇରସ୍ କାରଣରୁ ଲିଗର ପ୍ରାରମ୍ଭିକ ପର୍ଯ୍ୟାୟରେ ଦର୍ଶକଙ୍କ ଷ୍ଟାଡିୟମରେ ପ୍ରବେଶ ନିଷେଧ ରହିବ ।
ମ୍ୟାଚ୍ ନିରପେକ୍ଷ ସ୍ଥାନରେ ହେବ- ଏଥର ସମସ୍ତ ଦଳ ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳିବେ । ଉଦାହରଣ ସ୍ୱରୂପ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅଭିଯାନ ଆରମ୍ଭ କରିବବେଳେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇର ଦିଲ୍ଲୀ ରାଜଧାନୀ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ।

ସବୁଠୁ ବଡ ଷ୍ଟାଡିୟମରେ ଆଇପିଏଲ୍ ଫାଇନାଲ୍ - ଆଇପିଏଲ୍ ୨୦୨୧ ର ଅନ୍ତିମ ମ୍ୟାଚ୍ ଦୁନିଆର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଫାଇନାଲ ମ୍ୟାଚ୍ ମେ ୩୦ ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଲୋକ ଏକାଠି ବସି ମ୍ୟାଚ୍ ଦେଖିପାରିବେ । ତେବେ କରୋନା ଯୋଗୁଁ ଏତେ ସଂଖ୍ୟକ ଦର୍ଶକଙ୍କୁ ବସିବାକୁ ଦିଆଯିବ ନାହିଁ ।
Published by: Jagdish Barik
First published: April 3, 2021, 10:06 AM IST