IPL 2021: ୟୁଜବେନ୍ଦ୍ର ଚହଲ ସିଜିନର ପ୍ରଥମ ୱିକେଟ୍ ନେଲେ; ପତ୍ନୀ ଧନଶ୍ରୀଙ୍କ ଆଖିରେ ଲୁହ ଆସିଗଲା

IPL 2021: ଆଇପିଏଲର ଦଶମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (RCB) ଓ କୋଲକାତା ନାଇଟ୍ ରାଇଡର୍ସ (KKR) ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଆରସିବି କେକେଆରକୁ ୩୮ ରନରେ ପରାସ୍ତ କରିଛି । ବିଜୟ ସହିତ ଆରସିବି ଦଳ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି ।

IPL 2021: ୟୁଜବେନ୍ଦ୍ର ଚହଲ ସିଜିନର ପ୍ରଥମ ୱିକେଟ୍ ନେଲେ; ପତ୍ନୀ ଧନଶ୍ରୀଙ୍କ ଆଖିରେ ଲୁହ ଆସିଗଲା
IPL 2021: ୟୁଜବେନ୍ଦ୍ର ଚହଲ କେକେଆରର ଦୁଇଟି ୱିକେଟ୍ ନେଲେ (PTI/Twitter)
  • News18 Odia
  • Last Updated: April 19, 2021, 9:30 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ ର (IPL 2021) ଦଶମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (Royal Challengers Banglore) ଓ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଆରସିବି (RCB) କେକେଆରକୁ ୩୮ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଆରସିବି ଦଳ ତିନିଟି ମ୍ୟାଚରୁ ଛଅ ପଏଣ୍ଟ ପାଇ ଟୁର୍ଣ୍ଣାମେଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଛି । ଏଥି ସହିତ ତିନୋଟି ମ୍ୟାଚରେ ଏହା କେକେଆରର ଦ୍ୱିତୀୟ ପରାଜୟ । ଟୁର୍ଣ୍ଣାମେଣ୍ଟର ଏହି ସିଜନରେ ଆରସିବି ଖେଳୁଥିବା ଏକାଦଶରେ ଅଂଶଗ୍ରହଣ କରିଥିବା ୟୁଜଭେନ୍ଦ୍ର ଚହଲ (Yuzvendra Chahal) ଏହି ମ୍ୟାଚ୍ ପୂର୍ବରୁ ଉଭୟ ମ୍ୟାଚ୍‌ରେ ୱିକେଟ୍ ପାଇବାରେ ବିଫଳ ହୋଇଥିଲେ । କିନ୍ତୁ କେକେଆର୍ ବିପକ୍ଷରେ ଖେଳାଯାଇଥିବା ସିଜନର ତୃତୀୟ ମ୍ୟାଚ୍‌ରେ ଚହଲ ଦୁଇଟି ୱିକେଟ୍ ନେଇଥିଲେ । ମ୍ୟାଚ୍ ସମୟରେ ଚହଲ ପ୍ରଥମ ୱିକେଟ୍ ନେବା ବେଳେ ତାଙ୍କ ପତ୍ନୀ ଧନଶ୍ରୀ ଭର୍ମାଙ୍କ (Dhanashree Verma) ଆଖିରୁ ଲୁହ ଆସିଯାଇଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ୟୁଜଭେନ୍ଦ୍ର ଚହଲ ଗୋଟିଏ ୱିକେଟ୍ ମଧ୍ୟ ପାଇପାରିନଥିଲେ ଓ ଏହି ଦୁଇଟି ମ୍ୟାଚରେ ଅଧିକ ମହଙ୍ଗା ହୋଇଥିଲେ । ତେବେ ରବିବାର ଦିନ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଚହଲ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନିଜର ଚାରି ଓଭର ବୋଲିଂରେ ସେ ନୀତୀଶ ରାଣା ଓ ଦୀନେଶ କାର୍ତ୍ତିକଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଏହି ସମୟ ମଧ୍ୟରେ ସେ ୮.୫୦ ରନ ହାର ସହିତ ବୋଲିଂ କରି ୩୪ ରନ୍ ଖର୍ଚ୍ଚ କରିଥିଲେ ।

ଏହି ସମୟ ମଧ୍ୟରେ ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ଭର୍ମା ଭାବପ୍ରବଣ ହୋଇ ପଡିଥିବାବେଳେ କ୍ୟାମେରା କଏଦ ହୋଇଥିଲେ । ଟୁର୍ଣ୍ଣାମେଣ୍ଟର ଏହି ସିଜନରେ ୟୁଜବେନ୍ଦ୍ର ଚହଲ ପ୍ରଥମ ୱିକେଟ୍ ନେବା ମାତ୍ରେ ଧନଶ୍ରୀ ଭର୍ମାଙ୍କ ଆଖିରେ ଲୁହ ଆସିଯାଇଥିଲା । ଯେତେବେଳେ କ୍ୟାମେରା ଧନଶ୍ରୀଙ୍କ ଉପରେ ପଡିଥିଲା । ସେତେବେଳେ ସେ ତାଙ୍କ ଆଖିରୁ ଲୁହ ଆସିଜାଇଥିବା ଦେଖିବାକୁ ମିଳିଥିଲା । ଚହଲ ନୀତୀଶ ରାଣାଙ୍କୁ ଆଇପିଏଲ ୨୦୨୧ ରେ ନିଜର ପ୍ରଥମ ଶିକାର କରିଥିଲେ । ରାଣା ମ୍ୟାଚର ସପ୍ତମ ଓଭର ୟୁଜବେନ୍ଦ୍ର ଚହଲଙ୍କ ବିପକ୍ଷରେ ଦୁଇଟି ଚୌକା ମାରି ଦେବଦତ୍ତ ପାଡିକଲଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ । ନିଜର ପରବର୍ତ୍ତୀ ଓଭରରେ ଚହଲ ଦୀନେଶ କାର୍ତ୍ତିକଙ୍କୁ (୦୨) ଏଲବିଡ଼ବ୍ଲ୍ୟୁ କରିଥିଲେ ।



ପ୍ରଥମ ତିନି ଓଭରରେ ୟୁଜବେନ୍ଦ୍ର ଚହଲ ୧୪ ରନ୍ ଖର୍ଚ୍ଚ କରିଥିଲେ । କିନ୍ତୁ ଅନ୍ତିମ ତିନି ଓଭରରେ ସେ ୨୦ ରନ୍ ଖର୍ଚ୍ଚ କରିଥିଲେ । ଆଣ୍ଡ୍ରେ ରସେଲ ତାଙ୍କ ଓଭରରେ ଗୋଟିଏ ଛକା ଓ ତିନୋଟି ଚୌକା ମାରିଥିଲେ । ଚହଲ ଜାମାଇକା ବ୍ୟାଟ୍ସମ୍ୟାନଙ୍କ ପାଇଁ ନିଜ ବୋଲିଂ ପ୍ଲାନ ବିଷୟରେ କହିଥିଲେ ଓ ନିଜ ବୋଲିଂରେ ଡଟ୍ ବଲ୍ ଫୋକସ୍ କରୁଥିବା ବୋଲି କହିଥିଲେ । ସେ କହିଛନ୍ତି, "ଏହା ଏକ ଭଲ ଅନୁଭବ ଯେତେବେଳେ ଆପଣ ଭଲ ବୋଲିଂ କରୁଛ ଓ କିନ୍ତୁ ଯେତେବଳେ ଆପଣ ଭଲ ବୋଲିଂ କରି ୱିକେଟ୍ ନ ପାଇବ ତାହା କଷ୍ଟଦାୟକ । କିନ୍ତୁ ନିଜର ପ୍ରଥମ ୱିକେଟ୍ ପାଇବା ପରେ ଏହା ଭାବପ୍ରବଣ ଥିଲା । ମୁଁ ଆଣ୍ଡ୍ରେ ରସେଲଙ୍କୁ ବରଖାସ୍ତ କରିବାକୁ ଚାହୁଁଥିଲି । ତିନୋଟି ବଲ ପରେ ମୁଁ ମୋର ଫିଲ୍ଡ ବଦଳାଇଲି ।"

ଚହଲ ଆହୁରି କହିଛନ୍ତି, "ତାଙ୍କର ରନ ହାର ୧୦ ରୁ ଉର୍ଦ୍ଧ୍ୱ ଥିଲା । ମୁଁ ଅଧିକ ଡଟ୍ ବଲ୍ ପକାଇବାକୁ ଓ ମୋ ପ୍ଲାନରେ ଲାଗି ରହିବାକୁ ଚାହୁଁଥିଲି । ମୁମ୍ବାଇରେ ୱିକେଟ୍ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ସାମାନ୍ୟ ଟର୍ଣ୍ଣ ଥିଲା କିନ୍ତୁ ଏହି ୱିକେଟ୍ ସାଧାରଣତ ବ୍ୟାଟିଂ ପାଇଁ ଭଲ ଥିଲା ।"
Published by: Jagdish Barik
First published: April 19, 2021, 9:29 AM IST