ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»IPL 2021: ଦେବଦତ୍ତ ପଡ଼ିକ୍କଲଙ୍କ ପ୍ରଶଂସା କଲେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା; କହିଲେ ଚମତ୍କାର ପ୍ରତିଭା

IPL 2021: ଦେବଦତ୍ତ ପଡ଼ିକ୍କଲଙ୍କ ପ୍ରଶଂସା କଲେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା; କହିଲେ ଚମତ୍କାର ପ୍ରତିଭା

IPL 2021: ଆଇପିଏଲର ଶେଷ ସିଜନରେ ଦେବଦତ୍ତ ପଡ଼ିକ୍କଲ ଆରସିବି ତରଫରୁ ଡେବ୍ୟୁ କରିଥିଲେ । ସେ ୧୨୪.୮ ର ଷ୍ଟ୍ରାଇକ୍ ହାରରେ ୧୫ ଟି ଇନିଂସରେ ୪୭୩ ରନ୍ ସଂଗ୍ରହ କରିଥିଲେ । ସେ 'ଏମର୍ଜିଂ ପ୍ଲେୟାର ଅଫ୍ ସିଜନ୍' ଭାବରେ ମଧ୍ୟ ଚୟନ ହୋଇଥିଲେ ।

IPL 2021: ଦେବଦତ୍ତ ପଡ଼ିକ୍କଲଙ୍କ ପ୍ରଶଂସା କଲେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା; କହିଲେ ଚମତ୍କାର ପ୍ରତିଭା
ଦେବଦତ୍ତ ପଡ଼ିକ୍କଲଙ୍କ ପ୍ରଶଂସା କଲେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା
  • News18 Odia
  • Last Updated: April 17, 2021, 5:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା (Brian Lara) ବିଶ୍ୱାସ କରନ୍ତି ଯେ ଦେବଦତ୍ତ ପଡ଼ିକ୍କଲଙ୍କୁ (Devdutt Padikkal) କିଛି ଟେକନିକରେ ଉନ୍ନତି ଆଣିବା ଆବଶ୍ୟକ । ତେବେ ଲାରା ନିଶ୍ଚିତ ଯେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର (RCB) ଏହି ବାମହାତୀ ଏହି ଇଣ୍ଡିଆନ୍ ପ୍ରିମିୟର ଲିଗରେ (IPL 2021) ଚମତ୍କାର ପ୍ରଦର୍ଶନ କରିବ । ପଡ଼ିକ୍କଲ ପାଞ୍ଚଟି ଅର୍ଦ୍ଧ ସାତକ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ୪୭୪ ରନ୍ ସଂଗ୍ରହ କରିଛନ୍ତି । ଚଳିତ ବର୍ଷ ଏହି ଓପନର୍ କୋଭିଡ -୧୯ ଭୂତାଣୁ ଦ୍ୱାରା ଅସୁସ୍ଥ ଥିବାରୁ ଦଳର ଓପନିଂ ମ୍ୟାଚରେ ଖେଳିପାରିନଥିଲେ । କିନ୍ତୁ ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ପ୍ରଥମ ମ୍ୟାଚରେ ୧୧ ରନ୍ ସଂଗ୍ରହ କରିଥିଲେ ।

ଷ୍ଟାର ସ୍ପୋର୍ଟସ୍ '' ସିଲେକ୍ଟ ଡଗ୍ଆଉଟ୍ ଲାଇଭ୍ ଫିଡ୍ 'କାର୍ଯ୍ୟକ୍ରମରେ ଲାରା କହିଛନ୍ତି, ପଡ଼ିକ୍କଲ ଜଣେ ଉଜ୍ଜ୍ୱଳ ପ୍ରତିଭା । ଗତ ବର୍ଷ ସେ ପାଞ୍ଚଟି ଅର୍ଦ୍ଧଶତକ ହାସଲ କରିଥିଲେ, ସେ ଭଲ ବ୍ୟାଟିଂ କରିଥିଲେ, ବିରାଟ କୋହଲିଙ୍କ ସହ ତାଙ୍କର ଭଲ ଭାଗିଦାରୀ ହୋଇଥିଲା । ସେ ଆଶା କରିଛନ୍ତି ଯେ ପଡ଼ିକ୍କଲ ଗତ ପାଞ୍ଚ ମାସ ମଧ୍ୟରେ ତାଙ୍କ ଖେଳ ଉପରେ କାମ କରିଥିବେ ଓ ସମସ୍ତେ ଏଥିରେ ଉନ୍ନତି ଦେଖିବେ । ସେ କର୍ଣ୍ଣାଟକ ପାଇଁ ବିଜୟ ହଜାରେ ଟ୍ରଫିରେ ୭୦୦ ରୁ ଅଧିକ ରନ୍ କରିଛନ୍ତି । ଲାରା କହିଛନ୍ତି, "ତାଙ୍କୁ କିଛି ଜିନିଷର ଉନ୍ନତି କରିବାକୁ ପଡିବ । ମୁଁ ଆଶା କରୁଛି ସେ ବ୍ରେକରେ ଏହା କରିଥିବେ ଓ ଏହି ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିବେ । "

୨୦ ବର୍ଷୀୟ ପଡ଼ିକ୍କଲ ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ ୧୪୭.୪ ହାରାହାରିରେ ୭୩୭ ରନ୍ ସଂଗ୍ରହ କରିଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ କ୍ରମାଗତ ସାତଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଲଗାତାର ଶେଷ ଦୁଇଟି ସିଜନରେ ୬୦୦ ରୁ ଅଧିକ ରନ୍ ସ୍କୋର କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି । ଏହାପୂର୍ବରୁ ସେ ୨୦୧୯ ରେ ୬୦୯ ରନ୍ ସ୍କୋର କରିଥିଲେ । ଆଇପିଏଲ 2020 ରେ ପଡ଼ିକ୍କଲ ଆରସିବି ପକ୍ଷରୁ ଡେବ୍ୟୁ କରିଥିଲେ । ସେ ୧୨୪.୮ ର ଷ୍ଟ୍ରାଇକ୍ ହାରରେ ୧୫ ଇନିଂସରେ ୪୭୩ ରନ୍ ସଂଗ୍ରହ କରିଥିଲେ । ସେ 'ଏମର୍ଜିଂ ପ୍ଲେୟାର ଅଫ୍ ସିଜନ୍' ଭାବରେ ମନୋନୀତ ହୋଇଥିଲେ ।
Published by: Jagdish Barik
First published: April 17, 2021, 5:07 PM IST