ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇପାରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍
News18 Odia Digital
ନୂଆ ଦିଲ୍ଲୀ: ଆଇପିଏଲ ୨୦୨୧ ର ଅବଶିଷ୍ଟ ମ୍ୟାଚ୍ ଟି -୨୦ ବିଶ୍ୱକପ ପୂର୍ବରୁ ଆୟୋଜିତ ହୋଇପାରେ । ଏହା ସହ ବାକି ଲିଗ୍ ମ୍ୟାଚ୍ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇପାରେ ।ଖେଳାଳିମାନେ ଆଇପିଏଲ୍ ୨୦୨୧ ରେ କରୋନା ପଜିଟିଭ୍ ଥିବା ଜଣାପଡିବା ପରେ ଲିଗ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଭାରତରେ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବ । ସେତେବେଳେ ସମସ୍ତ ବିଦେଶୀ ଦଳ କେବଳ ଭାରତରେ ରହିବେ । ସେପ୍ଟେମ୍ବରରେ ଯଦି ବିସିସିଆଇ ୱିଣ୍ଡୋ ପାଏ ତେବେ ଆଇପିଏଲ୍ ଆୟୋଜନ କରିବା ସମ୍ଭବ ଅଟେ ।
ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା କରି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯଦି ସେପ୍ଟେମ୍ବରରେ ଭାରତରେ କରୋନା ଭୂତାଣୁ ନିୟନ୍ତ୍ରଣରେ ରହେ ତେବେ ଲିଗ୍ ସଂଗଠିତ ହୋଇପାରିବ । ଗତ ଚାରି ଦିନ ମଧ୍ୟରେ ଭାରତରେ ଚାରି ଲକ୍ଷରୁ ଅଧିକ କରୋନା ମାମଲା ଆସୁଛି । ବର୍ତ୍ତମାନ ଭାରତରେ କରୋନାର ଅବସ୍ଥା ଅନିୟନ୍ତ୍ରିତ ରହିଛି । ବିସିସିଆଇ ଅଧିକାରୀ କହିଛନ୍ତି, 'କାହିଁକି ନୁହେଁ? ଯଦି ବିଦେଶୀ ଖେଳାଳି ଉପଲବ୍ଧ ଓ କୋଭିଡ -୧୯ ର ସ୍ଥିତି ନିୟନ୍ତ୍ରଣରେ ରହେ, ତେବେ ଆମେ ନିଶ୍ଚିତ ଭାବରେ ଟି-୨୦ ବିଶ୍ୱକପ ପୂର୍ବରୁ ୱିଣ୍ଡୋ ଦେଖିପାରିବା । ବିଶ୍ୱକପ ପୂର୍ବରୁ ଏହା ପ୍ରକୃତରେ ଏକ ଭଲ ପ୍ରସ୍ତୁତି ସୁଯୋଗ ହୋଇପାରେ ।
ଏହି ସମୟରେ ଏକ ଖବର ମଧ୍ୟ ଅଛି ଯେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆର (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ମୁଖ୍ୟ ସଚିବ ଜୟ ଶାହା ୧୮ ଜୁନ୍ ଠାରୁ ସାଉଥମ୍ପଟନରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ ପାଇଁ ଇଂଲଣ୍ଡ ଯାଇପାରନ୍ତି । ଏହି ସମୟ ମଧ୍ୟରେ ଉଭୟ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ସହିତ ଇଂଲଣ୍ଡରେ ଇଣ୍ଡିଆନ୍ ପ୍ରିମିୟର ଲିଗର ୩୧ ଟି ମ୍ୟାଚ୍ ଆୟୋଜନ କରିବାର ସମ୍ଭାବନା ଓ ଆନ୍ତର୍ଜାତୀୟ କ୍ରିକେଟ୍ ବୋର୍ଡର ନୀତିଗତ ନିଷ୍ପତ୍ତି ବିଷୟରେ ଆଲୋଚନା କରିପାରନ୍ତି।
ଆଇପିଏଲ୍ ବାୟୋ-ବବଲରେ ଅନେକ ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏହି ଟି -୨୦ ଲିଗ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ମିଡଲସେକ୍ସ, ସରେ, ୱାରୱିକସର ଓ ଲାନକାଶିର୍ କାଉଣ୍ଟି ଦଳ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ସହିତ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ମଧ୍ୟ ତାଙ୍କ ଦେଶରେ ଆଇପିଏଲ ପାଇଁ ଓକିଲାତି କରିଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।