IPL 2021: ଦିଲ୍ଲୀର ୨ ଖେଳାଳି ପ୍ରଥମ ମ୍ୟାଚରୁ ବାଦ ପଡିଲେ; ମୁମ୍ବାଇ-ଚେନ୍ନାଇ ସୁପରକିଙ୍ଗ୍ସକୁ ମଧ୍ୟ ଝଟକା

ଆଇପିଏଲ୍ ୨୦୨୧ (IPL 2021) ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଦିଲ୍ଲୀ କ୍ୟାପିଟାଲର ୨ ଜଣ ବଡ ଖେଳାଳି ପ୍ରଥମ ମ୍ୟାଚ୍ ଖେଳି ପାରିବେ ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ସହିତ ମଧ୍ୟ ସମାନ ଘଟଣା ଘଟିବାକୁ ଯାଉଛି ।

IPL 2021: ଦିଲ୍ଲୀର ୨ ଖେଳାଳି ପ୍ରଥମ ମ୍ୟାଚରୁ ବାଦ ପଡିଲେ; ମୁମ୍ବାଇ-ଚେନ୍ନାଇ ସୁପରକିଙ୍ଗ୍ସକୁ ମଧ୍ୟ ଝଟକା
ଆଇପିଏଲ୍-୨୦୨୧ ଏପ୍ରିଲ୍ ୯ ରୁ ଆରମ୍ଭ ହେବାକୁ ଯାଉଛି
  • News18 Odia
  • Last Updated: March 30, 2021, 6:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ ତମ ସିଜନ୍ (IPL 2021) ଆରମ୍ଭ ହେବାକୁ ମାତ୍ର ଆଉ କିଛି ଦିନ ବାକି ଅଛି । ଆଇପିଏଲ୍ ୨୦୨୧ ଏପ୍ରିଲ୍ ୯ ରୁ ଆରମ୍ଭ ହେବାକୁ ଯାଉଛି ଓ ଏହି ଟୁର୍ନାମେଣ୍ଟ ପୂର୍ବରୁ ତିନିଟି ବଡ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ, ତିନିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ଗତ ବର୍ଷ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଥିବା ଦିଲ୍ଲୀ କ୍ୟାପିଟାଲ ସେମାନଙ୍କ ପ୍ରମୁଖ ଖେଳାଳିଙ୍କ ବିନା ପ୍ରଥମ ମ୍ୟାଚ୍ ଖେଳିବେଳୁ ପଡିଆକୁ ଓଲ୍ହାଇବେ । ଦିଲ୍ଲୀ କ୍ୟାପିଟାଲ ପାଇଁ ଅଧିକ ଖରାପ ଖବର ଅଛି କାରଣ ସେମାନଙ୍କର ଦୁଇ ପ୍ରମୁଖ ଖେଳାଳି ପ୍ରଥମ ମ୍ୟାଚରେ ଖେଳି ପାରିବେ ନାହିଁ ।

ବାସ୍ତବରେ କାଗିସୋ ରାବାଡା, ଏନ୍ରିକ୍ ନୋର୍କିଆ, ଲୁଙ୍ଗି ଆଙ୍ଗିଡି କ୍ୱିଣ୍ଟନ୍ ଡିକକ୍ ଓ ଡେଭିଡ ମିଲରଙ୍କୁ ଆଇପିଏଲ ୨୦୨୧ ର ପ୍ରଥମ ମ୍ୟାଚରୁ ବାଦ୍ ଦିଆଯାଇଛି । ଏହି ଚାରି ଖେଳାଳି ପାକିସ୍ତାନ ବିପକ୍ଷ ODI ସିରିଜରେ ଦକ୍ଷିଣ ଆଫ୍ରିକା ଦଳର ଅଂଶ ଅଟନ୍ତି । ଏହି ସିରିଜ୍ ଯୋଗୁଁ ଏହି ଖେଳାଳିମାନେ ନିକଟରେ ଭାରତରେ ପହଞ୍ଚିବେ ଓ ଏହା ପରେ ସେମାନେ ଏକ ସପ୍ତାହ ପାଇଁ କ୍ୱାରାଣ୍ଟିନରେ ରହିବା ପରେ ଦଳରେ ଯୋଗଦେବେ । ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଏପ୍ରିଲ୍ ୨ ରୁ ଆରମ୍ଭ ହେବ ଓ ଶେଷ ମ୍ୟାଚ୍ ୭ ଏପ୍ରିଲରେ ଖେଳାଯିବ ।

ଦଳ ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ପାଇଁ ଚାର୍ଟାର୍ଡ ​​ବିମାନ ପଠାଯିବ?
ଆଇପିଏଲରେ ବାୟୋ ବବଲ ପର୍ଯ୍ୟନ୍ତ କ୍ୱାରାଣ୍ଟିନର କୌଣସି ବ୍ୟବସ୍ଥା ନାହିଁ । କିନ୍ତୁ ଏଥିପାଇଁ ଦଳମାନଙ୍କୁ ସେମାନଙ୍କ ଖେଳାଳୀ ଉଠାଇବା ପାଇଁ ଏକ ଚାର୍ଟାର୍ଡ ​​ବିମାନର ବ୍ୟବସ୍ଥା କରିବାକୁ ପଡିବ । ଯଦି ଏହା କରା ନ ଯାଏ ତେବେ ଖେଳାଳିମାନେ ଅତି କମରେ ୨ଟି ଆଇପିଏଲ ମ୍ୟାଚ୍ ଖେଳିବାକୁ ସକ୍ଷମ ହେବେ ନାହିଁ । ତେବେ ଚେନ୍ନାଇ ସୁପର କିଙ୍ଗ୍ସ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କର ଦ୍ରୁତ ବୋଲର ଲୁଙ୍ଗି ଆଙ୍ଗିଡି ପ୍ରଥମ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ । ଏହାର ଅର୍ଥ ଚେନ୍ନାଇ ସେମାନଙ୍କ ପାଇଁ ଚାର୍ଟାର୍ଡ ​​ବିମାନ ପଠାଇବ ନାହିଁ । ଏଙ୍ଗିଡି ୭ ଦିନିଆ କ୍ୟାଣ୍ଟିନ ଶେଷ କରିବା ପରେ ଦଳରେ ଯୋଗଦେବେ । ଏଥିରେ ଦିଲ୍ଲୀ କ୍ୟାପିଟାଲ ସବୁଠୁ ବଡ କ୍ଷତି ସହିବ କାରଣ ଗତ ସିଜନରେ ସେମାନଙ୍କର ଦୁଇ ସଫଳ ବୋଲର କାଗିସୋ ରାବାଡା ଓ ଏନ୍ରିକ୍ ନୋର୍କିଆ ଥିଲେ । ଯଦି ଏହି ଦୁଇ ଖେଳାଳି ଦୁଇଟି ଲେଖାଏଁ ମ୍ୟାଚ୍ ନ ଖେଳନ୍ତି ତେବେ ଦଳ ବଡ଼ କ୍ଷତି ହେବ।
Published by: Jagdish Barik
First published: March 30, 2021, 6:06 PM IST