News18 Odia Digital
ନୂଆ ଦିଲ୍ଲୀ: କ୍ରିକେଟ୍ ପ୍ରଶଂସକମାନେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟକୁ ନେଇ ଚର୍ଚ୍ଚା ଜାରି ରଖିଥିବା ବେଳେ ସେମାନଙ୍କୁ ଆଉ ଏକ ପ୍ରସଙ୍ଗ ମିଳିଯାଇଛି । ଇଣ୍ଡିଆନ୍ ପ୍ରିମିୟର ଲିଗର ସମସ୍ତ ୮ ଟି ଫ୍ରାଞ୍ଚାଇଜ୍ ୨୦୨୧ ଆଇପିଏଲ ଲିଗ୍ ପୂର୍ବରୁ ନିଜ ନିଜ ଦଳର ଚିତ୍ର ପ୍ରାୟ ସ୍ପଷ୍ଟ କରିଛନ୍ତି । ୨୦ ଜାନୁଆରୀରେ ଏହି ସମସ୍ତ ଦଳ ଖେଳାଳିଙ୍କ ତାଲିକା ପ୍ରକାଶ କରାଯାଇଛି । ଯାହାକୁ ସେମାନେ ଆଇପିଏଲ୍ ୨୦୨୧ ରେ ରିଟେନ କରୁଛନ୍ତି ଅର୍ଥାତ୍ ସେମାନଙ୍କ ଚୁକ୍ତିନାମା ବଢା଼ଉଛନ୍ତି । ଏହା ସହିତ ଆଉ ଏକ ଖେଳାଳିମାନଙ୍କର ତାଲିକା ପ୍ରକଶ ପାଇଛି ଯାହାର ଚୁକ୍ତିନାମା ସମାପ୍ତ ହୋଇଛି ବା ସେମାନଙ୍କୁ ରିଲିଜ କରିଦିଯାଇଛି । ଏହି ୮ ଟି ଫ୍ରାଞ୍ଚାଇଜ୍ ଯେଉଁ ଖେଳାଳିମାନଙ୍କୁ ରିଲିଜ କରିଦେଇଛନ୍ତି ସେମାନେ ବର୍ତ୍ତମାନ ଫେବୃଆରୀରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍ ନିଲାମରେ ଅଂଶଗ୍ରହଣ କରିପାରିବେ ।
ଆଇପିଏଲ ୨୦୨୧ (IPL 2021) ନିଲାମ ପୂର୍ବରୁ ୮ ଟି ଦଳର ଚିତ୍ର ପ୍ରାୟ ସ୍ପଷ୍ଟ ହୋଇଛି । ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ସର୍ବାଧିକ ୨୧ ଜଣ ଖେଳାଳିଙ୍କୁ ରିଟେନ କରିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) କମ୍ ଖେଳାଳିଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି । ସେ ୨୦୨୦ ରେ ଦଳରେ ସାମିଲ କରିଥିବା ୧୨ ଜଣ ଖେଳାଳିଙ୍କୁ ୨୦୨୧ ରେ ଦଳରେ ଖେଳିବାକୁ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀ କ୍ୟାପିଟାଲ ୧୯ ଓ ଚେନ୍ନାଇ ସୁପର କିଙ୍ଗ୍ସ ୧୮ ଜଣ ଖେଳାଳିଙ୍କୁ ରିଟେନ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ୧୭ ଜଣ ଲେଖାଏଁ ଖେଳାଳିଙ୍କୁ ରିଟେନ କରିଛି । ୧୬ ଖେଳାଳିଙ୍କ ସହ କିଙ୍ଗସ ଏକାଦଶ ପଞ୍ଜାବ ଓ ୧୩ ଖେଳାଳିଙ୍କ ସହ କୋଲକାତା ନାଇଟ୍ ରାଇଡର୍ସ ସେମାନଙ୍କ ଚୁକ୍ତିନାମାକୁ ଆଗେଇ ନେବାକୁ ନିଷ୍ପତି କରିଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ:ରିଟେନ ଖେଳାଳି: ରୋହିତ ଶର୍ମା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, କ୍ୱିଣ୍ଟନ ଡ଼ିକକ, ଅନମୋଲପ୍ରୀତ ସିଂ, ଆଦିତ୍ୟ ତର, କ୍ରିସ ଲିନ, ସୌରଭ ତିୱାରୀ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, କିରନ ପୋଲାର୍ଡ, ଜୟନ୍ତ ଯାଦବ, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମ୍ରା ଓ ଅନୁକୂଳ ରାଏ
ରିଲିଜ୍ ଖେଳାଳୀ: ଲାସିଥ୍ ମାଲିଙ୍ଗା, ନାଥାନ୍ କୁଲଟର ନାଇଲ୍, ମିଚେଲ ମ୍ୟାକଲାଗାନ୍, ରଦରଫୋର୍ଡ, ଜେମ୍ସ ପାଟିନ୍ସ , ଦିଗବିଜୟ, ପ୍ରିନ୍ସ ବଳବନ୍ତ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:ରିଟେନ ଖେଳାଳି: ବିରାଟ କୋହଲି, ଏବି ଡି ଭିଲିୟର୍ସ, ୟୁଜଭେନ୍ଦ୍ର ଚହଲ, ଦେବଦତ୍ତ ପାଡ଼ିକଲ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ନବଦୀପ ସାଇନି, ଆଦାମ ଜାମ୍ପା, ଶାହାବାଜ ଅହମ୍ମଦ, ଜୋଶ ଫିଲିପ, କେନ ରିଚାର୍ଡସନ ଓ ପୱନ ଦେଶପାଣ୍ଡେ
ରିଲିଜ୍ ଖେଳାଳି: ମୋଇନ୍ ଅଲି, ଶିବମ୍ ଦୁବେ, ଉମେଶ ଯାଦବ, ଆରୋନ୍ ଫିଞ୍ଚ, କ୍ରିସ୍ ମୋରିସ୍
କୋଲକାତା ନାଇଟ୍ ରାଇଡର୍ସ:ରିଟେନ ଖେଳାଳି: ଆୟାନ୍ ମୋର୍ଗାନ୍, ଆଣ୍ଡ୍ରେ ରସେଲ, ଦୀନେଶ କାର୍ତ୍ତିକ, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲକି ଫର୍ଗୁସନ୍, ନୀତୀଶ ରାଣା, ପ୍ରସିଦ୍ଧ କୃଷ୍ଣ, ରିଙ୍କୁ ସିଂ, ସନ୍ଦୀପ ୱାରିଅର୍, ଶିବମ୍ ମାଭି, ଶୁବମାନ ଗିଲ୍, ସୁନୀଲ ନରେନ୍
ରିଲିଜ୍ ଖେଳାଳୀ: ଟମ୍ ବଣ୍ଟନ୍, କ୍ରିସ୍ ଗ୍ରୀନ୍, ସିଦ୍ଧେଶ ଲାଡ, ନିଖିଲ ନାୟକ, ଏମ ସିଦ୍ଧାର୍ଥ, ହ୍ୟାରି ଗର୍ନି
ସନରାଇଜର୍ସ ହାଇଦ୍ରାବାଦ:ରିଟେନ ଖେଳାଳି: କେନ୍ ୱିଲିୟମସନ, ଡେଭିଡ ୱାର୍ଣ୍ଣର, ମନୀଷ ପାଣ୍ଡେ, ବିରାଟ ସିଂ, ପ୍ରିୟମ ଗର୍ଗ, ସମଦ, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ୍, ଟି ନଟରାଜନ୍, ଅଭିଷେକ ଶର୍ମା, ଶାହବାଜ ନଦିମ, ମିଚେଲ ମାର୍ଶ, ବିଜୟ ଶଙ୍କର, ମହମ୍ମଦ ନବୀ, ରସିଦ ଖାନ, ରିଦ୍ଧିମାନ ସାହା, ଶ୍ରୀବାତ ଗୋସ୍ୱାମୀ, ୱାସିଲ ଥାମ୍ପି ଓ ଜେସନ ହୋଲ୍ଡର।
ରିଲିଜ୍ ଖେଳାଳୀ: ବିଲି ଷ୍ଟେନଲେକ୍, ଫାବିଆନ୍ ଆଲେନ୍, ବାୱଙ୍କା ସନ୍ଦୀପ, ସଞ୍ଜୟ ଯାଦବ, ପୃଥ୍ଵୀ ରାଜ
ଚେନ୍ନାଇ ସୁପର କିଙ୍ଗସ୍:ରିଟେନ ଖେଳାଳି: ମହେନ୍ଦ୍ର ସିଂ ଧୋନି, ରୁତୁରାଜ ଗାଇକ୍ଵାଡ, ସୁରେଶ ରାଇନା, ସାମ କରନ, ଜୋଶ ହାଜଲେଉଡ, ଇମ୍ରାନ ତାହିର, ଫାଫ ଡୁପ୍ଲେସି, ଡୱେନ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, କର୍ଣ୍ଣ ଶର୍ମା, ଅମ୍ବାତି ରାୟୁଡୁ, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ନାରାୟଣ ଜଗଦୀଶନ, କେଏଲ ଆସିଫ୍, ଲୁଙ୍ଗି ଏଙ୍ଗୀଡ଼ି, ସାଇ କିଶୋର
ରିଲିଜ୍ ଖେଳାଳି: କେଦାର ଯାଦବ, ପୀୟୁଷ ଚାୱଲା, ମୋନୁ ସିଂ, ମୁରଲୀ ବିଜୟ, ହରଭଜନ ସିଂ, ସେନ ୱାଟସନ
କିଙ୍ଗସ ଏକାଦଶ ପଞ୍ଜାବ:ରିଟେନ ଖେଳାଳି: କେ.ଏଲ୍ ରାହୁଲ, କ୍ରିସ୍ ଗେଲ, ମୟଙ୍କ ଅଗ୍ରୱାଲ, ନିକୋଲାସ ପୁରନ, ମନଦୀପ ସିଂ, ସରଫରାଜ ଖାନ, ଦୀପକ ହୁଡ୍ଡା, ପ୍ରଭାସୀମରନ ସିଂ, ମହମ୍ମଦ ଶାମି, କ୍ରିସ ଜୋର୍ଡାନ, ଦର୍ଶନ ନାଲକାଣ୍ଡେ, ରବି ବିଷ୍ଣୋଇ, ମୁରୁଗାନ ଅଶ୍ୱିନ, ଅର୍ଶଦୀପ ସିଂ, ହରପ୍ରୀତ ବରାର, ଇଶାନ ପୋରେଲ
ରିଲିଜ୍ ଖେଳାଳି: ଗ୍ଲେନ୍ ମ୍ୟାକ୍ସୱେଲ, ଶେଲଡନ୍ କୋଟ୍ରେଲ, କରୁଣ ନାୟାର, ହାର୍ଡ଼ସ ଭିଲଜନ, ଜଗଦୀଶ ସୁଚିତ, ମୁଜିବ ଉର ରେହମାନ, ଜିମି ନିଶାମ, କୃଷ୍ଣା ଗୌତମ, ତାଜିନ୍ଦର ସିଂ
ଦିଲ୍ଲୀ କ୍ୟାପିଟାଲ:ରିଟେନ ଖେଳାଳି: ଶିଖର ଧାୱନ, ପୃଥ୍ଵୀ ଶ, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଅମିତ ମିଶ୍ର, ଇଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ, ଲଲିତ ଯାଦବ, ହର୍ଷଲ ପଟେଲ, ଆବେଶ ଖାନ, ପ୍ରବୀଣ ଦୁବେ, କୈଗିସୋ ରବାଡା, ଶିମ୍ରନ୍ ହେଟମାୟାର, କ୍ରିସ୍ ୱକସ୍, ଡାନିଏଲ୍ ସୌମ୍ସ
ରିଲିଜ୍ ଖେଳାଳି: ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, କେମୋ ପଲ୍, ସନ୍ଦୀପ ଲାମିଚାନେ, ଆଲେକ୍ସ କ୍ୟାରି, ଜେସନ ରୟ
ରାଜସ୍ଥାନ ରୟାଲ୍ସ:ରିଟେନ ଖେଳାଳି: ସଞ୍ଜୁ ସାମସନ୍, ୱେନ୍ ଷ୍ଟକ୍, ଜୋଫ୍ରା ଆର୍ଚ୍ଚର, ଜୋସ୍ ବଟଲର, ରିଆନ୍ ପାରାଗ, ଶ୍ରେୟାସ ଗୋପାଳ, ରାହୁଲ ତେୱାଟିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରିୟୁ ଟାଇ, ଜୟଦେବ ଉନାଦକଟ, ମୟଙ୍କ ମାର୍କାଣ୍ଡେ, ଜଶଭି ଜୈସୱାଲ, ଅନୁଜ ରାୱତ, ଡେଭିଡ ମିଲର, ଓ ରବିନ୍ ଉଥାପ୍ପା
ରିଲିଜ୍ ଖେଳାଳି: ଷ୍ଟିଭ୍ ସ୍ମିଥ୍, ଅଙ୍କିତ ରାଜପୁତ, ଓଶାନ ଥୋମାସ୍, ଆକାଶ ସିଂ, ବରୁଣ ଆରୋନ, ଟମ କ୍ୟୁରେନ, ଅନିରୁଦ୍ଧ ଯୋଶୀ ଓ ଶଶାଙ୍କ ସିଂ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।