IPL 2020: ହାରିବା ପରେ ମଧ୍ୟ Playoff ରେ ପହଞ୍ଚିଲା ବିରାଟଙ୍କ RCB; ବଢ଼ିଲା KKR ର ପାଇଁ ଅଡୁଆ

ଦିଲ୍ଲୀ କ୍ୟାପିଟାଲ ସୋମବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ପରାସ୍ତ କରିଛି । ଏହା ସହିତ ସେ ଆଇପିଏଲ୍-୨୦୨୦ ର ପ୍ଲେ ଅଫରେ ମଧ୍ୟ ପହଞ୍ଚିଯାଇଛି । କୌତୁହଳର ବିଷୟ ଏହା ଯେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ହାରିବା ପରେ ମଧ୍ୟ ପ୍ଲେ ଅଫରେ ପହଞ୍ଚିଛି ।

IPL 2020: ହାରିବା ପରେ ମଧ୍ୟ Playoff ରେ ପହଞ୍ଚିଲା ବିରାଟଙ୍କ RCB; ବଢ଼ିଲା KKR ର ପାଇଁ ଅଡୁଆ
ବିରାଟ କୋହଲି ଓ ଶ୍ରେୟସ୍ ଆୟର (ଫଟୋ ସୌଜନ୍ୟ- @RCBTweets)
  • News18 Odia
  • Last Updated: November 3, 2020, 9:49 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଆଇପିଏଲ୍ ୨୦୨୦ ର ସୋମବାର ଦିନ ହୋଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ (Royal Challengers Bangalore) ଅତି ସହଜରେ ପରାସ୍ତ କରିଛି । ସୋମବାର ଖେଳାଯାଇଥିବା ମ୍ୟାଚକୁ ଦିଲ୍ଲୀ ୬ ୱିକେଟରେ ଜିତିନେଇଛି । ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ଟୁର୍ନାମେଣ୍ଟର ପ୍ଲେ ଅଫରେ (IPL Playoff) ପ୍ରବେଶ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ଦଳର ପଏଣ୍ଟ ଟେବୁଲରେ ବର୍ତ୍ତମାନ ୧୬ ପଏଣ୍ଟ ହୋଇଯାଇଛି । ସେ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ (୧୮) ପରେ ପଏଣ୍ଟ ଟେବୁଲରେ (IPL 2020 Point Table) ଦ୍ୱିତୀୟ ସ୍ଥାନରେ ଅଛି ।

କୌତୁହଳର ବିଷୟ ଏହା ଯେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଦଳ ହାରିବା ପରେ ମଧ୍ୟ ପ୍ଲେ ଅଫରେ ପହଞ୍ଚିଛି । ପଏଣ୍ଟ ଟେବୁଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ସମାନ ୧୪ ପଏଣ୍ଟ ଲେଖାଏଁ ପାଇଛନ୍ତି । ପଏଣ୍ଟ ସମାନ ହେଲେ ନେଟ୍ ରନ୍ ରେଟ୍ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ, ଯେଉଁଥିରେ ବିରାଟ କୋହଲିଙ୍କ 'ରୟାଲ ଚ୍ୟାଲେଞ୍ଜର୍ସ' ଉନ୍ନତ ବୋଲି ପ୍ରମାଣିତ ହୋଇଛି ।



ବାସ୍ତବରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଜାଣିଥିଲେ ଯେ ଯଦି ତାଙ୍କ ଦଳ ହାରିଯାଏ ତେବେ ନେଟ୍ ରନ୍ ରେଟ୍ ଗୁରୁତ୍ୱପୂର୍ଣ୍ଣ ହେବ । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୫୨ ରନ୍ ସଂଗ୍ରହ କରିଥିଲା । ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ RCB ଜିତିବାକୁ ପଡ଼ିଥାନ୍ତି କିମ୍ବା ୧୭.୩ ଓଭର ପୂର୍ବରୁ ଦିଲ୍ଲୀକୁ ଜିତିବାକୁ ଦେବ ନାହିଁର ବିକଳ୍ପ ଥିଲା । ବାଙ୍ଗାଲୋରର ଦଳ ଜିତିନଥିଲା କିନ୍ତୁ ସେମାନେ ୧୭.୩ ଓଭର ପୂର୍ବରୁ ଦିଲ୍ଲୀକୁ ଜିତିବାକୁ ଦେଇନଥିଲେ । ଫଳରେ ହାରିବା ପରେ ମଧ୍ୟ ତାଙ୍କ ରନ୍ କୋଲକାତା ଦଳଠାରୁ ଉପରେ ରହିଲା ।

ଆଇପିଏଲ୍ ୨୦୨୦ ରେ ୫୫ଟି ମ୍ୟାଚ୍ ପରେ ମୁମ୍ବାଇ ପ୍ରଥମ ଓ ଦିଲ୍ଲୀ ଆଇପିଏଲ୍ ପଏଣ୍ଟ ଟେବୁଲରେ (IPL Point Table) ଦ୍ୱିତୀୟ ସ୍ଥାନରେ ଅଛି । ଏହା ପରେ ବାଙ୍ଗାଲୋର ଓ କୋଲକାତାରେ ୧୪ପଏଣ୍ଟ ଲେଖାଏଁ ରହିଛି । ବାଙ୍ଗାଲୋର ରନ୍ ରେଟ୍ ହେଉଛି -୦.୧୭୨ ଓ କୋଲକାତା ରନ୍ ରେଟ୍ ହେଉଛି -୦.୨୧୪ । ୧୯ ଓଭରରେ ୪ ୱିକେଟ୍ ହରାଇ ୧୫୪ ରନ୍ ସ୍କୋର କରି ଦିଲ୍ଲୀ ଏହି ମ୍ୟାଚ ଜିତିଥିଲା । ଯଦି ସେ ଏହି ମ୍ୟାଚ୍ ୯ଟି ବଲ ପୂର୍ବରୁ ଜିତିଥାନ୍ତେ ତେବେ ବାଙ୍ଗାଲୋର ଦଳର ରନ୍ ରେଟ୍ କୋଲକାତା ଠାରୁ କମ୍ ହୋଇଥାନ୍ତା ।

ବର୍ତ୍ତମାନ କୋଲକାତା ନାଇଟ୍ ରାଇଡର୍ସ ପ୍ଲେ ଅଫ୍ ଖେଳିବାର ସମ୍ଭାବନା ୫୬ତମ ମ୍ୟାଚ ଅର୍ଥାତ୍ ଟୁର୍ନାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ରେ ସ୍ଥିର ହେବ । ମଙ୍ଗଳବାର ଦିନର ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ (SRH ବନାମ MI) ମଧ୍ୟରେ ହେବ । ସନରାଇଜର୍ସ ହାଇଦ୍ରାବାଦର ରନ୍ ରେଟ୍ କୋଲକାତା ଦଳ ଠାରୁ ଅଧିକ ରହିଛି । ତେଣୁ ଯଦି ହାଇଦ୍ରାବାଦ ଦଳ ଜିତେ ତେବେ ସେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବ । ଯଦି ମୁମ୍ବାଇର ଦଳ ଜିତେ ତେବେ କୋଲକାତା ପ୍ଲେ ଅଫ୍ ପାଇଁ ରାସ୍ତା ସଫା ହେବ ।
Published by: Jagdish Barik
First published: November 3, 2020, 9:49 AM IST
corona virus btn
corona virus btn
Loading