IPL 2020: ୟୁଏଇରେ ବ୍ୟାଟ୍ ଧରିବା ମାତ୍ରେ ଭୟଭୀତ ହୋଇ ପଡ଼ିଲେ ବିରାଟ କୋହଲି; ନିଜେ କହିଲେ କାରଣ

ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ ଟୁର୍ନାମେଣ୍ଟର ୧୩ ତମ ସିଜନ୍ ଅନୁଷ୍ଠିତ ହେବାକୁ ଯାଉଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ନିଜର ଅଭ୍ୟାସ ଆରମ୍ଭ କରିଛନ୍ତି ।

IPL 2020: ୟୁଏଇରେ ବ୍ୟାଟ୍ ଧରିବା ମାତ୍ରେ ଭୟଭୀତ ହୋଇ ପଡ଼ିଲେ ବିରାଟ କୋହଲି; ନିଜେ କହିଲେ କାରଣ
IPL 2020: ୟୁଏଇରେ ଅଭ୍ୟାସ କରୁଥିବା ସମୟରେ ବିରାଟ କୋହଲି
  • News18 Odia
  • Last Updated: August 31, 2020, 11:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋ ଦଳ ନିଜର ଅଭ୍ୟାସ ଆରମ୍ଭ କରିଛି । ଦୁବାଇରେ ବିରାଟ କୋହଲି (Virat Kohli) ଆଣ୍ଡ କମ୍ପାନୀ ଜୋରଦାର ଅଭ୍ୟାସ କରିଛନ୍ତି । କ୍ୟାପଟେନ କୋହଲିଙ୍କୁ ମଧ୍ୟ ଅନେକ ସମୟ ଧରି ବ୍ୟାଟିଂ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା । ଅଭ୍ୟାସ ପରେ ବିରାଟ କୋହଲି ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି । ବିରାଟ କୋହଲି କହିଛନ୍ତି ଯେ ଯେତେବେଳେ ସେ ନେଟରେ ବ୍ୟାଟ୍ ଧରି ପହଁଞ୍ଚିଥିଲେ ସେତେବେଳେ ସେ ଭୟଭୀତ ହୋଇ ପଡ଼ିଥିଲେ। ବିରାଟ କୋହଲି ନିଜେ ମଧ୍ୟ ଏହାର କାରଣ କହିଛନ୍ତି ।

କୋହଲି କାହିଁକି ଡ଼ରିଥିଲେ

ବିରାଟ କୋହଲିଙ୍କ (Virat Kohli) ସାମ୍ନାରେ ବୋଲିଂ କରିବାକୁ ଭଲ ଭଲ ବୋଲର ଡ଼ରିଥାନ୍ତି । କିନ୍ତୁ ଯେତେବେଳେ ବିରାଟ କୋହଲି ପ୍ରଥମେ ନେଟରେ ଅଭ୍ୟାସ ପାଇଁ ଦୁବାଇରେ ଅବତରଣ କରିଥିଲେ, ସେତେବେଳେ ସେ ବହୁତ ଡ଼ରି ଯାଇଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜର ୱେବସାଇଟ୍ ଅନୁଯାୟୀ କୋହଲି କହିଛନ୍ତି, 'ସତ କହିବାକୁ ଗଲେ ଏହା ଆଶା କରାଯାଉଥିବା ଠାରୁ ବହୁତ ଭଲ ଥିଲା । ମୁଁ ଟିକିଏ ଡ଼ରିଗଲି । ମୁଁ ପାଞ୍ଚ ମାସ ଧରି ବ୍ୟାଟ୍ ଧରି ନଥିଲି, କିନ୍ତୁ ହଁ, ମୁଁ ଭାବିଥିବା ଅପେକ୍ଷା ଏହା ଭଲ ଥିଲା ।'' କରୋନା ଭୂତାଣୁ କାରଣରୁ ସ୍ଥଗିତ ଥିବା କାର୍ଯ୍ୟକଳାପ ପାଇଁ ପାଞ୍ଚ ମାସ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ତାଲିମ ପୁନଃସ୍ଥାପିତ କରିଛନ୍ତି । ନେଟ୍ ଅଧିବେଶନରେ କିମ୍ବଦନ୍ତୀ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡ଼େଲ୍ ଷ୍ଟେନ୍ ଓ ଦଳର ନିର୍ଦ୍ଦେଶକ ମାଇକ୍ ହେସନ ମଧ୍ୟ ସାମିଲ ହୋଇଥିଲେ ।

ଲକଡାଉନରେ ଟ୍ରେନିଂ ଯୋଗୁଁ କୋହଲି ଅଛନ୍ତି ଫିଟ୍

ଗତ ବର୍ଷ ଆଇପିଏଲରେ ଦଳ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିବା ୩୧ ବର୍ଷୀୟ କୋହଲି (Virat Kohli) କହିଛନ୍ତି ଯେ ଲକଡାଉନରେ ଫିଟ୍ ରହିବା ଯୋଗୁଁ ତାଙ୍କୁ ଦୀର୍ଘ ସମୟ ବିରତି ପରେ ଟ୍ରେନିଂ ନେଉଥିବା ବେଳେ ନେଟ୍ ଅଧିବେଶନରେ ଭଲ ସାହାଯ୍ୟ କରିଥିଲା । ସେ କହିଛନ୍ତି, 'ଲକଡାଉନ୍ ସମୟରେ ମୁଁ ବହୁତ ଟ୍ରେନିଂ କରିଥିଲି, ତେଣୁ ମୁଁ ନିଜକୁ ବହୁତ ଫିଟ୍ ଅନୁଭବ କରୁଛି ଓ ଯାହା ମୋତେ ସାହାଯ୍ୟ କରୁଛି । କାରଣ ନିଜର ଶରୀର ହାଲୁକା ରହିଲେ ପ୍ରତିକ୍ରିୟା ମଧ୍ୟ ଭଲ ଦେଇଥାଏ, ମୁଁ ଅନୁଭବ କଲି ଯେ ମୋର ବଲ୍ ଖେଳିବାକୁ ଯଥେଷ୍ଟ ସମୟ ଅଛି । ଏହା ବହୁତ ଭଲ କଥା । କୋହଲି କହିଛନ୍ତି, ''ନଚେତ୍ ଅଧିବେଶନରେ ଶରୀର ଭାରୀ ଅନୁଭବ କରିବ, ଯାହାଦ୍ୱାରା ଶରୀର ଏତେ ଗତି କରିପାରିବ ନାହିଁ ଓ ଏହା ମନରେ ଗତି କରିବା ଆରମ୍ଭ କରେ, କିନ୍ତୁ ହଁ, ଯେପରି ମୁଁ କହିଥିଲି ଅଭ୍ୟାସ ଅଧିବେଶନ ଆଶା କରାଯାଉଥିବା ଠାରୁ ବହୁତ ଭଲ ଥିଲା ।''

ଦ୍ରୁତ ବୋଲରଙ୍କ ଗତିରେ ହ୍ରାସ ଘଟିଛି: ବିରାଟ
ଆରସିବି ଦଳ ଗତ ସପ୍ତାହରେ ଦୁବାଇରେ ପହଞ୍ଚିଥିଲେ ଓ କ୍ୱାରାଣ୍ଟିନ ଶେଷ କରିବା ପରେ ଖେଳାଳିମାନେ ଶନିବାର ଠାରୁ ନେଟରେ ଅଭ୍ୟାସ ଆରମ୍ଭ କରିଥିଲେ । କୋହଲିଙ୍କ ବ୍ୟତୀତ ୟୁଜବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର ଓ ଶାହବାଜ ନଦିମ ଓ ଅନ୍ୟ କେତେକ ସ୍ପିନ୍ ଓ ଦ୍ରୁତ ବୋଲର ମଧ୍ୟ ଅଭ୍ୟାସ କରିଥିଲେ । ପ୍ରଥମ ଅଧିବେଶନ ପରେ କୋହଲି ଖୁସି ହୋଇଛନ୍ତି। କୋହଲି କହିଛନ୍ତି ''ପ୍ରଥମ ଦିନରେ ସ୍ପିନରମାନେ ଭଲ ଦେଖାଯାଉଥିଲେ, ସେମାନେ ଦୀର୍ଘ ସମୟ ଧରି ଲଗାତାର ଗୋଟିଏ ସ୍ଥାନରେ ବଲ୍ କରିଥିଲେ।'' ସେ କହିଛନ୍ତି, 'ଶାହାବାଜ ଭଲ ଥିଲେ, ୱାଶିଂଟନ ମଧ୍ୟ ବହୁତ ଭଲ ଥିଲେ । ମୁଁ ମଧ୍ୟ ଚାହଲ ବୋଲିଂ ଦେଖିଲି । ଦ୍ରୁତ ବୋଲରଙ୍କ ଗତିରେ ଟିକେ ଏପଟ ସେପଟ ଥିଲା କିନ୍ତୁ ଆମର କ୍ୟାମ୍ପର ଆରମ୍ଭ ଭଲ ଥିଲା ।''
Published by: Jagdish Barik
First published: August 31, 2020, 11:29 AM IST
corona virus btn
corona virus btn
Loading