IPL 2020: ଦୁଇ ଖେଳାଳି ଓ ୧୧ ଜଣ ସପୋର୍ଟ ଷ୍ଟାଫ କରୋନା ସଂକ୍ରମିତ ହେଲେ

ଖବର ଅନୁଯାୟୀ କରୋନା ସଂସ୍ପର୍ଶରେ ଆସିଥିବା ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଚେନ୍ନାଇ ସୁପର କିଙ୍ଗ୍ସର ଦଳର । ଏବଂ ଦୁଇ କରୋନା ସଂକ୍ରମିତ ଖେଳାଳି ହେଉଛନ୍ତି ବୋଲର ଦୀପକ ଚହର ଓ ବ୍ୟାଟ୍ସମ୍ୟାନ୍ ରିତୁରାଜ ଗାଇକ୍ୱାର୍ଡ଼ !

IPL 2020: ଦୁଇ ଖେଳାଳି ଓ ୧୧ ଜଣ ସପୋର୍ଟ ଷ୍ଟାଫ କରୋନା ସଂକ୍ରମିତ ହେଲେ
ଆଇପିଏଲ୍ ର ୧୩ ତମ ସିଜନ୍ ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି (ଫାଇଲ୍ ଫଟୋ)
  • News18 Odia
  • Last Updated: August 29, 2020, 7:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିସିସିଆଇ ନିଶ୍ଚିତ କରିଛି ଯେ, IPL ୨୦୨୦ ପାଇଁ ୟୁଏଇ ଯାଇଥିବା ଦଳର ଦୁଇ ଖେଳାଳିଙ୍କ ସମେତ ମୋଟ ୧୩ ଜଣଙ୍କୁ କରୋନା ସଂକ୍ରମିତ ହୋଇଛନ୍ତି। ବିସିସିଆଇ ଅନୁଯାୟୀ ୨୦ ରୁ ୨୮ ଅଗଷ୍ଟ ମଧ୍ୟରେ ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍, ଟିମ୍ ମ୍ୟାନେଜମେଣ୍ଟ, ବିସିସିଆଇ କର୍ମଚାରୀ, ଆଇପିଏଲ୍ ଅପରେସନ୍ ଟିମ୍, ହୋଟେଲଓ ଗ୍ରାଉଣ୍ଡ ଟ୍ରାନ୍ସପୋର୍ଟ ଷ୍ଟାଫ୍ ସହିତ ୧ ହଜାର ୯୮୮ କୋଭିଡ଼ ଟେଷ୍ଟ କରାଯାଇଥିଲା ଯେଉଁଥିରେ ଦୁଇ ଖେଳାଳିଙ୍କ ସମେତ ୧୩ ଜଣ ଲୋକ ସକାରାତ୍ମକ ରିପୋର୍ଟ ଆସିଥିଲା ।

କରୋନା ସଂକ୍ରମିତ ହୋଇଥିବା ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍ ଓ ଯେଉଁମାନେ ସେମାନଙ୍କ ସଂପର୍ଶରେ ଆସିଛନ୍ତି ସେମାନଙ୍କୁ ପୃଥକ କରାଯାଇଛି । ଆଇପିଏଲର ଡାକ୍ତରୀ ଦଳ ସେମାନଙ୍କୁ ଅନୁସନ୍ଧାନ କରୁଛନ୍ତି ।

ଖବର ଅନୁଯାୟୀ କରୋନା ସଂସ୍ପର୍ଶରେ ଆସିଥିବା ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଚେନ୍ନାଇ ସୁପର କିଙ୍ଗ୍ସର ଦଳର । ଏବଂ ଦୁଇ କରୋନା ସଂକ୍ରମିତ ଖେଳାଳି ହେଉଛନ୍ତି ବୋଲର ଦୀପକ ଚହର ଓ ବ୍ୟାଟ୍ସମ୍ୟାନ୍ ରିତୁରାଜ ଗାଇକୱାଡ଼ । ଯଦିଓ ବିସିସିଆଇ ନାମଗୁଡିକ ନିଶ୍ଚିତ କରି ନାହିଁ, ସୋସିଆଲ ମିଡିଆ ରିପୋର୍ଟ ଅନୁଯାୟୀ, ଦୀପକ ଚହରଙ୍କ ପରେ ରିତୁରାଜ ଗାଇକୱାଡ ମଧ୍ୟ କରୋନା ହୋଇଛନ୍ତି । ଏହି ଦୁଇ ଖେଳାଳି ଦୁବାଇ ଯିବା ପୂର୍ବରୁ ଚେନ୍ନାଇରେ ଦଳର ପାଞ୍ଚ ଦିନିଆ ଶିବିରର ଅଂଶ ଥିଲେ ।



ଏହା ବି ପଢ଼ନ୍ତୁ | JEE Main ଓ NEET ପାଇଁ ରାଜ୍ୟରେ ଉଠିଲା ସଟଡାଉନ; ପରୀକ୍ଷାର୍ଥୀଙ୍କ କଥା ବୁଝିବେ ରାଜ୍ୟ ସରକାର

ଏହା ବି ପଢ଼ନ୍ତୁ |  ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏଥି ସହିତ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ସୁରେଶ ରାଇନାଙ୍କ ରୂପରେ ଏକ ବଡ଼ ଝଟକା ଲାଗିଛି । ବ୍ୟକ୍ତିଗତ କାରଣରୁ ରାଇନା ଭାରତ ଫେରିଛନ୍ତି ଓ ସେ ଆଇପିଏଲର ଏହି ସିଜିନରେ ସେ ଅଂଶଗ୍ରହଣ କରିବେ ନାହିଁ । CSK ର ସିଇଓ ବିଶ୍ୱନାଥନ୍ ସୋସିଆଲ ମିଡିଆରେ ରାଇନାଙ୍କ ଆଇପିଏଲରୁ ପ୍ରତ୍ୟାହାର ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ସମୟରେ ଦଳ ରାଇନା ଓ ତାଙ୍କ ପରିବାରଙ୍କ ସହ ଅଛି ।



ବିସିସିଆଇ କହିଛି ଯେ ଆଇପିଏଲ୍ ୨୦୨୦ ର ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପ୍ରୋଟୋକଲ୍ ଅନୁଯାୟୀ ସମସ୍ତ ଅଧିବେଶନରେ ନିୟମିତ ଭାବେ ପରୀକ୍ଷା କରାଯିବ। ଯେଉଁମାନେ ସକାରାତ୍ମକ ଆସନ୍ତି ସେମାନଙ୍କୁ ୧୪ ଦିନ ପାଇଁ କ୍ୟାଣ୍ଟିନ୍ ରହିବାକୁ ପଡ଼ିବ । ଏହା ପରେ, ଅନୁସନ୍ଧାନ ନକାରାତ୍ମକ ହେଲେ ସେମାନଙ୍କୁ ଟୁର୍ନାମେଣ୍ଟର ବାୟୋ-ସୁରକ୍ଷିତ ପରିବେଶକୁ ଆସିବାକୁ ଅନୁମତି ଦିଆଯିବ ।
Published by: Jagdish Barik
First published: August 29, 2020, 7:35 PM IST
corona virus btn
corona virus btn
Loading