IPL 2020: ଯୁବରାଜ ସିଂଙ୍କ ବ୍ୟାଟରେ ଖେଳୁଛନ୍ତି ଶୁଭମନ ଗିଲ୍! KKR ବ୍ୟାଟ୍ସମ୍ୟାନ୍ ଖୋଲିଲେ 'ରାଜ୍'

ଆବୁଧାବିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଶୁଭମନ ଗିଲ୍ ଅପରାଜିତ ୭୦ ରନ୍ ସ୍କୋର କରି କୋଲକାତା ନାଇଟ୍ ରାଇଡର୍ସକୁ ବିଜୟୀ କରିଥିଲେ ।

IPL 2020: ଯୁବରାଜ ସିଂଙ୍କ ବ୍ୟାଟରେ ଖେଳୁଛନ୍ତି ଶୁଭମନ ଗିଲ୍! KKR ବ୍ୟାଟ୍ସମ୍ୟାନ୍ ଖୋଲିଲେ 'ରାଜ୍'
ଯୁବରାଜ ସିଂଙ୍କ ବ୍ୟାଟରେ ଖେଳୁଛନ୍ତି ଶୁଭମନ ଗିଲ!
  • News18 Odia
  • Last Updated: September 28, 2020, 9:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଇପିଏଲ୍ ୨୦୨୦ର (IPL 2020) ଅଷ୍ଟମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ସନରାଇଜର୍ସ ହାଇଦ୍ରାବାଦକୁ (Sunrisers Hyderabad) ୭ ୱିକେଟରେ ପରାସ୍ତ କରିଛି । ଶୁଭମନ ଗିଲ୍ (Shubman Gill) ବିସ୍ଫୋରକ ବ୍ୟାଟିଂ କରି କେକେଆରକୁ ଚଳିତ ସିଜିନର ପ୍ରଥମ ବିଜୟୀ କରିବାରେ ସାହାଯ୍ୟ କରିଥିଲେ । ଯାହା ପରେ କୁହାଯାଉଛି ଯେ ଶୁଭମନ ଗିଲ୍ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବ୍ୟାଟରେ ଖେଳୁଥିଲେ । ବାସ୍ତବରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଶୁଭମନ ଗିଲଙ୍କ ଚମତ୍କାର ପ୍ରଦର୍ଶନ ପରେ ଯୁବରାଜ ସିଂ ତାଙ୍କୁ ବ୍ୟାଟ ବିଷୟରେ ସୋସିଆଲ ମିଡିଆରେ ଏକ ପ୍ରଶ୍ନ ପଚାରିଥିଲେ ଯେଉଁ ବ୍ୟାଟରେ ଗିଲ ଆବୁଧାବିରେ ୬୨ଟି ବଲରୁ ଅପରାଜିତ ୭୦ ରନ୍ ସ୍କୋର କରିଥିଲେ ।

ଯୁବରାଜ ଗିଲଙ୍କ ଫଟୋ ସେୟାର କରି କହିଛନ୍ତି ଯେ ମିଷ୍ଟ୍ର ଗିଲ ଭଲ ବ୍ୟାଟ୍ ଅଟେ । ଏହା କାହାର ? ଏହି ପ୍ରଶ୍ନରେ ଗିଲ୍ ଏକ ମଜାଦାର ଉତ୍ତର ଦେଇ କହିଥିଲେ ଆପଣ କୁହନ୍ତୁ ପାଜୀ । ଗିଲଙ୍କ ଉତ୍ତରରୁ ବିଶ୍ୱାସ କରାଯାଏ ଯେ ସେ ଯେଉଁ ବ୍ୟାଟ୍ ଖେଳୁଛନ୍ତି ତାହା ଯୁବରାଜଙ୍କର ଅଟେ ।



ଶୁଭମାନ ଗିଲ୍ ଖେଳିଥିଲେ ଅପରାଜିତ ଇନିଂସ
୨୬ ସେପ୍ଟେମ୍ବରରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୪ଟି ୱିକେଟ୍ ହରାଇ ୧୪୨ ରନ ସ୍କୋର କରିଥିଲା ଓ ଏହାର ଉତ୍ତରରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମ ଦୁଇ ଓଭର ପୂର୍ବରୁ ତିନୋଟି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ।

କେକେଆର୍ ୭ ୱିକେଟ୍ ବ୍ୟବଧାନରେ ମ୍ୟାଚ୍ ଜିତିଥିଲେ । ଗିଲ ୬୨ଟି ବଲରୁ ୫ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୭୦ ରନ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ ନୀତୀଶ ରାଣା ୧୩ଟି ବଲରୁ ୨୬ ରନ୍ ସଂଗ୍ରହ କରିଥିଲେ । ଏବଂ ଅୟନ୍ ମୋର୍ଗାନ୍ ଅପରାଜିତ ୪୨ ରନ୍ ସ୍କୋର କରିଥିଲେ । ହାଇଦ୍ରାବାଦ ବିଷୟରେ କହିଲେ ମନୀଷ ପାଣ୍ଡେଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରୁ ରନ ବାହାରିନଥିଲେ । ପାଣ୍ଡେ ୩୮ଟି ବଲରୁ ୫୧ ରନ୍ ସଂଗ୍ରହ କରିଥିଲେ । ଯଦିଓ ଅଧିନାୟକ ଡେଭିଡ ୱାର୍ନର ୩୬ ରନ୍ ଯୋଗଦାନ କରିଥିଲେ କିନ୍ତୁ ଅନ୍ୟ କାହାର ସହଯୋଗ ନ ମିଳିବା ଯୋଗୁଁ ହାଇଦ୍ରାବାଦର ଇନିଂସ ୧୪୨ ରନ୍ କରିବାରେ ସକ୍ଷମ ହୋଇଥିଲା ।
Published by: Jagdish Barik
First published: September 28, 2020, 9:27 PM IST
corona virus btn
corona virus btn
Loading