IPL 2020: ଶଶି ଥରୁର ସଞ୍ଜୁ ସାମସନଙ୍କୁ କଲେ ପ୍ରଶଂସା; ତେଣୁ ରାଗି ଗଲେ ଗୌତମ ଗମ୍ଭୀର ଓ ଶ୍ରୀସନ୍ତ!

IPL 2020 RR vs KXIP: ସଞ୍ଜୁ ସାମସନ ଏପର୍ଯ୍ୟନ୍ତ ୨ଟି ମ୍ୟାଚରେ ୧୧୯ ରନ୍ ସଂଗ୍ରହ କରି ସାରିଛନ୍ତି । ବିଶେଷ କଥା ହେଉଛି ସାମସନ୍ ୨୧୪ର ଷ୍ଟ୍ରାଇକ୍ ହାରରେ ସ୍କୋର୍ କରିଛନ୍ତି ।

IPL 2020: ଶଶି ଥରୁର ସଞ୍ଜୁ ସାମସନଙ୍କୁ କଲେ ପ୍ରଶଂସା; ତେଣୁ ରାଗି ଗଲେ ଗୌତମ ଗମ୍ଭୀର ଓ ଶ୍ରୀସନ୍ତ!
ଶଶି ଥରୁର ଓ ସଞ୍ଜୁ ସାମସନ
  • News18 Odia
  • Last Updated: September 28, 2020, 3:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ (Sanju Samson) ଆଜିକାଲି ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି । ଇନିଂସ ପରେ ଇନିଂସରେ ସେ ରନର ବର୍ଷା କରୁଛନ୍ତି । ବିଶେଷ କଥା ହେଉଛି ଯେପର୍ଯ୍ୟନ୍ତ ସେମାନେ କ୍ରିଜରେ ରହୁଛନ୍ତି ରନର ବର୍ଷା ହେଉଛି । ୨୦୦ରୁ ଅଧିକ ଷ୍ଟ୍ରାଇକ୍ ହାରରେ ସେ ଦୁଇଟି ବିସ୍ଫୋରକ ଅର୍ଦ୍ଧ ଶତକ ହାସଲ କରିବା ସହ କ୍ରମାଗତ ଦୁଇଟି ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ଏହାକୁ ନେଇ ତାଙ୍କୁ ସବୁଆଡେ ପ୍ରଶଂସା କରଯାଉଛି । ରବିବାର ମ୍ୟାଚ୍ ପରେ କଂଗ୍ରେସ ସାଂସଦ ଶଶି ଥରୁର ତାଙ୍କୁ ପରବର୍ତ୍ତୀ ଧୋନି ବୋଲି କହିଥିଲେ । କିନ୍ତୁ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଶଶି ଥରୁରଙ୍କ ଏହି କଥାରେ ରାଗି ଯାଇଥିଲେ । ସେ କହିଛନ୍ତି ଯେ ସାମସନ୍ କେବେ ଧୋନି ହୋଇପାରିବେ ନାହିଁ , ସେ ସର୍ବଦା ସଞ୍ଜୁ ସାମନ୍ ହୋଇ ରହିବେ ଓ ତାଙ୍କର ଭିନ୍ନ ପରିଚୟ ଅଛି ।

କ’ଣ କହିଥିଲେ ଶଶି ଥରୁର ?
ସଞ୍ଜୁ ସାମସନ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ମାତ୍ର ୪୨ଟି ବଲରୁ ୮୫ ରନର ଏକ ଇନିଂସ ଖେଳିଥିଲେ । ଏହା ପରେ ଥରୁର ଟ୍ୱିଟ୍ କରି ଲେଖିଛନ୍ତି, 'ମୁଁ ଗତ ଦଶନ୍ଧି ଧରି ସଞ୍ଜୁ ସାମସନଙ୍କୁ ଜାଣିଛି । ଯେତେବେଳେ ତାଙ୍କୁ ୧୪ ବର୍ଷ ହୋଇଥିଲା ମୁଁ ତାଙ୍କୁ କହିଲି ଦିନେ ତୁମେ ଏମଏସ ଧୋନି ହେବ । ଆଉ ସେହି ଦିନ ବର୍ତ୍ତମାନ ଆସିଛି । ଆଇପିଏଲରେ ଦୁଇଟି ଶକ୍ତିଶାଳୀ ଇନିଂସ ପରେ ବିଶ୍ୱ ସ୍ତରର ଖେଳାଳି ଆସିସାରିଛି ।

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ଏହା ବି ପଢ଼ନ୍ତୁ | ଅନୁଷ୍କା ଓ ବିରାଟଙ୍କ ବିଷୟରେ ୟେ କ’ଣ କହିପକାଇଲେ ଗାଭାସ୍କର? ସବୁଠି ଚର୍ଚ୍ଚା; ଅନୁଷ୍କା ଖପା

ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଥରୁରଙ୍କୁ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ସଞ୍ଜୁ ସାମସନଙ୍କୁ ପରବର୍ତ୍ତୀ ଖେଳାଳି ହେବା ଆବଶ୍ୟକ ନାହିଁ । ତାଙ୍କୁ ଭାରତୀୟ କ୍ରିକେଟର ସଞ୍ଜୁ ସାମସନ ହିଁ କୁହାଯିବ ।



କ’ଣ କହିଲେ ଶ୍ରୀସନ୍ତ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଶ୍ରୀସନ୍ତ ମଧ୍ୟ ଥରୁରଙ୍କୁ ଉତ୍ତର ଲେଖିଛନ୍ତି ''ସେ ପରବର୍ତ୍ତୀ ଧୋନି ନୁହଁନ୍ତି ଓ ସେ ସଞ୍ଜୁ ସାମସନ ରହିବେ । ସେ ଟ୍ୱିଟ୍ କରି ଲେଖିଛନ୍ତି, ସେ ପରବର୍ତ୍ତୀ ଧୋନି ନୁହଁନ୍ତି । ସେ ହେଉଛନ୍ତି ସଞ୍ଜୁ ସାମସନ୍ ... ଏକୁଟିଆ । ସେ ୨୦୧୫ ଠାରୁ ସମସ୍ତ ଫର୍ମାଟରେ କ୍ରମାଗତ ଭାବରେ ଖେଳିବା ଉଚିତ୍ ଥିଲା । ଦୟାକରି ତାଙ୍କୁ କାହା ସହ ତୁଳନା କରନ୍ତୁ ନାହିଁ । ଯଦି ତାଙ୍କୁ ଉପଯୁକ୍ତ ସୁଯୋଗ ଦିଆଯାଇଥାନ୍ତା ତେବେ ସେ ଭାରତକୁ ବିଶ୍ୱକପ ଜିତାଇ ପାରିଥାନ୍ତେ ।''
Published by: Jagdish Barik
First published: September 28, 2020, 3:10 PM IST
corona virus btn
corona virus btn
Loading