IPL 2020: କ୍ରମାଗତ ୮ ଥର ଅନଲକି ପ୍ରମାଣିତ ହେଲେ ରୋହିତ ଶର୍ମା; ପ୍ରଶଂସକ କହିଲେ- ଚିନ୍ତା କର ନାହିଁ ଆମେ ଚାମ୍ପିୟନ ହେବୁ

IPL 2020: ରୋହିତଙ୍କ ଦଳ ଯଦିଓ ଆଇପିଏଲରେ ପରାଜୟରୁ ଆରମ୍ଭ କରିଛି କିନ୍ତୁ ଗତ ୮ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ତାଙ୍କ ଦଳ ମଧ୍ୟ ଚାରି ଥର ଚାମ୍ପିଅନ୍ ହୋଇ ସାରିଛି ।

IPL 2020: କ୍ରମାଗତ ୮ ଥର ଅନଲକି ପ୍ରମାଣିତ ହେଲେ ରୋହିତ ଶର୍ମା; ପ୍ରଶଂସକ କହିଲେ- ଚିନ୍ତା କର ନାହିଁ ଆମେ ଚାମ୍ପିୟନ ହେବୁ
ରୋହିତ ଶର୍ମା (ଫଟୋ - BCCI / IPL)
  • News18 Odia
  • Last Updated: September 20, 2020, 9:38 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digita
ଆବୁଧାବି: କ୍ରିକେଟ୍ ରେ ପରାଜୟ ଓ ବିଜୟ ଲାଗି ରହିଥାଏ । କେତେବେଳେ କିଏ ହାରିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । କିନ୍ତୁ ଏପରି ଲାଗୁଛି ଯେ ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର (Mumbai Indians) ପରାଜୟ ସ୍ଥିର ହୋଇ ସାରିଛି । ଏହାକୁ ଆମେ ନୁହେଁ ପରିସଂଖ୍ୟାନ କହୁଛି । ପୁନର୍ବାର ରବିବାର ଆଇପିଏଲ୍ ୨୦୨୦ ର ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଚେନ୍ନାଇ ସୁପର କିଙ୍ଗ୍ସ (CSK) ମୁମ୍ବାଇ ଇଣ୍ଡିଆନ୍ସକୁ ୫ୱିକେଟରେ ପରାସ୍ତ କରିଛି । ରୋହିତଙ୍କ ଦଳ ପୂର୍ବପରି ପୁଣି ଥରେ ପରାଜୟରୁ ଟୁର୍ନାମେଣ୍ଟ ଆରମ୍ଭ କରିଛି । ଆଇପିଏଲ ଇତିହାସରେ ଏହା କ୍ରମାଗତ ଅଷ୍ଟମ ଥର ହୋଇଛି ଯେତେବେଳେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ମୁମ୍ବାଇ ହାରିଯାଇଛି ।

କ୍ରମାଗତ ଅଷ୍ଟମ ଥର ପରାଜୟ
ୟୁଏଇରେ ଆବୁଧାବି ପଡିଆରେ ରୋହିତଙ୍କ ଦଳ ପୁଣି ଥରେ ପୁରୁଣା ଇତିହାସକୁ ପୁନରାବୃତ୍ତି କରିଛି । ରୋହିତଙ୍କ ଦଳ ପାଇଁ ଆଇପିଏଲର ପ୍ରଥମ ମ୍ୟାଚରେ ପରାଜୟର ୨୦୧୩ ସିଜିନ୍ରୁ ଆରମ୍ଭ ହୋଇଥିଲା । ସେହି ସମୟରେ ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ କରିଥିଲା । ୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ପରାଜୟର ଶୃଙ୍ଖଳା ସେହି ଦିନଠାରୁ କ୍ରମାଗତ ଭାବରେ ଜାରି ରହିଛି । ୨୦୧୪ ଓ ୨୦୧୫ ରେ KKR ପରାସ୍ତ ହୋଇଥିଲା । ୨୦୧୬ ଓ ୨୦୧୭ ରେ ମୁମ୍ବାଇ ପୁଣେକୁ ପ୍ରଥମ ମ୍ୟାଚ୍ ରେ ହରାଇଥିଲା । ୨୦୧୮ ମସିହାରେ ଧୋନିଙ୍କ ଦଳ ପରାସ୍ତ ହୋଇଥିଲା । ୨୦୧୯ ରେ ଡେକାନ୍ ଚାର୍ଜେସ୍ ଆଉ ଏବେ ପୁଣି ଏଥର ଚେନ୍ନାଇ ରୋହିତଙ୍କ ଦଳକୁ ହରାଇଲା । ପ୍ରଥମ ମ୍ୟାଚରେ ପରାଜୟ ସତ୍ୱେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ନିରାଶ ହୋଇ ନାହାନ୍ତି । ସେ ବିଶ୍ୱାସ କରନ୍ତି ଯେ ମୁମ୍ବାଇ ଦଳ ପୁଣି ଥରେ ଚାମ୍ପିୟନ ହେବ ।





ପ୍ରଥମ ମ୍ୟାଚରେ ପରାସ୍ତ ଦଳ ସୌଭାଗ୍ୟ ହେଉଛି କି?
ରୋହିତଙ୍କ ଦଳ ଯଦିଓ ଆଇପିଏଲରେ ହାରିବା ସହିତ ଆରମ୍ଭ ହୋଇଛି, କିନ୍ତୁ ଗତ ୮ବର୍ଷ ମଧ୍ୟରେ, ଏହି ସମୟ ମଧ୍ୟରେ ତାଙ୍କ ଦଳ ମଧ୍ୟ ୪ଥର ଚାମ୍ପିୟନ ହୋଇଛି । ତେବେ ଏହି ପରାଜୟ ଏଥର ରୋହିତଙ୍କ ଦଳ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ କି ? ଯଦି ଆମେ ଆଇପିଏଲର ଇତିହାସକୁ ଦେଖିବା ତେବେ ପ୍ରାରମ୍ଭିକ ମ୍ୟାଚରେ ହାରିବା ପରେବି ଦଳ ଅନେକ ଥର ଟୁର୍ନାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି । ଉଲ୍ଲେଖଥାଉ କି ରୋହିତଙ୍କ ଦଳରେ ଏକରୁ ଅଧିକ ଚାମ୍ପିଅନ୍ ଖେଳାଳି ଅଛନ୍ତି ଯେଉଁମାନେ ନିଜକୁ ଚାମ୍ପିଅନ୍ ବୋଲି ଦାବି କରିପାରିବେ ।

CSK ର ପ୍ରତ୍ୟାବର୍ତ୍ତନ
ଅନ୍ୟପକ୍ଷରେ ଧୋନିଙ୍କ ଦଳ ମଧ୍ୟ ମୁମ୍ବାଇ ବିପକ୍ଷରେ କ୍ରମାଗତ ପରାଜୟର ପର୍ଯ୍ୟାୟକୁ ଶେଷ କରିଛି । କ୍ରମାଗତ ପାଞ୍ଚଟି ମ୍ୟାଚ୍ ହାରିବା ପରେ ଚେନ୍ନାଇ ମୁମ୍ବାଇ ବିପକ୍ଷରେ ଜିତିଛି । ଆଇପିଏଲରେ ବର୍ତ୍ତମାନ ରୋହିତଙ୍କ ଦଳର ପରବର୍ତ୍ତୀ ମ୍ୟାଚ୍ ବୁଧବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ ।
Published by: Jagdish Barik
First published: September 20, 2020, 9:36 AM IST
corona virus btn
corona virus btn
Loading