IPL 2020: ଭାଙ୍ଗିଲା ଦ୍ରୁତତମ ବୋଲିଂ କରିବାର ରେକର୍ଡ; ଏହି ଦକ୍ଷିଣ ଆଫ୍ରିକୀୟ ବୋଲର କଲେ ୧୫୬ KM / HR ବେଗରେ ବୋଲିଂ

Fastest Ball in IPL: ୧୫୬.୨୨ କିଲୋମିଟର ବେଗରେ ଏହି ବଲ୍କୁ ରାଜସ୍ଥାନ ରୟାଲ୍ସ (Rajasthan Royals) ବ୍ୟାଟ୍ସମ୍ୟାନ୍ ବଟଲର୍ ଚୌକା ମାରିଥିଲେ ।

ଏନ୍ରିକ୍ ନୋର୍କିଆ (ଫଟୋ- IPL / BCCI)

ଏନ୍ରିକ୍ ନୋର୍କିଆ (ଫଟୋ- IPL / BCCI)

  • Share this:
News18 Odia Digital
ନୂଆ ଦିଲ୍ଲୀ; ଆଇପିଏଲରେ ଆଜିକାଲି କେବଳ ବ୍ୟାଟ୍ସମ୍ୟାନ୍ ନୁହଁନ୍ତି ବୋଲରମାନେ ମଧ୍ୟ କ୍ରମାଗତ ଭାବରେ ହଇଚଇ ସୃଷ୍ଟି କରୁଛନ୍ତି । ବିଶେଷକରି ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏନ୍ରିକ୍ ନୋର୍କିଆ (Anrich Nortje) ନିଜ ଗତିରେ ଆତଙ୍କ ସୃଷ୍ଟି କରିଛନ୍ତି । ସେ କ୍ରମାଗତ ଭାବରେ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ତାଙ୍କ ଗତି ସହିତ ଆଶ୍ଚର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ଥର ତାଙ୍କ ବଲ୍ ବୁଲେଟ୍ ବେଗରେ ବାହାରକୁ ଆସୁଛି । ଏନ୍ରିକ୍ ନୋର୍କିଆ ଆଇପିଏଲରେ ଦ୍ରୁତତମ ବଲ୍ ଫିଙ୍ଗିବା ରେକର୍ଡ ଭାଙ୍ଗିଛନ୍ତି । ସେ ବୁଧବାର ଦିଲ୍ଲୀ ବିପକ୍ଷରେ ୧୫୬.୨ କିଲୋମିଟର ବେଗରେ ବୋଲିଂ କରିଥିଲେ । ଏହା ସହ ସେ ଡେଲ ଷ୍ଟେନଙ୍କ (Dale Steyn) ରେକର୍ଡ ଭାଙ୍ଗିଥିଲେ । ଷ୍ଟେନ୍ ଆଇପିଏଲରେ ୧୫୪.୪ କିଲୋମିଟର ବେଗରେ ବୋଲିଂ କରିଥିଲେ ।

ସବଠୁ ଦ୍ରୁତତମ ବଲ୍
ବୁଧବାର ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳୁଥିବାବେଳେ ଏନ୍ରିକ୍ ନୋର୍କିଆ ତୃତୀୟ ଓଭରରେ ଦ୍ରୁତତମ ଆଇପିଏଲ୍ ବଲ୍ ବୋଲିଂ କରିଥିଲେ । ୧୫୬.୨୨ କିଲୋମିଟର ବେଗରେ ଏହି ବଲ୍କୁ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ବଟଲର୍ ଚୌକା ମାରିଥିଲେ । କିନ୍ତୁ ପରବର୍ତ୍ତୀ ବଲରେ ସେ ବଟଲରଙ୍କ ବୋଲ୍ଡ କରି ଦେଇଥିଲେ । ଏହି ବଲରେ ଗତି ମଧ୍ୟ ଘଣ୍ଟା ପ୍ରତି ୧୫୫.୪ କିଲୋମିଟର ଥିଲା । ବର୍ତ୍ତମାନର ଆଇପିଏଲର ଦ୍ରୁତତମ ବୋଲିଂ ତାଲିକାର ଶୀର୍ଷରେ ଏନ୍ରିକ୍ ନୋର୍କିଆଙ୍କ ନାମ ରହିଛି । ସେ ଏପର୍ଯ୍ୟନ୍ତ ୧୫୬.୨, ୧୫୫.୨, ୧୫୪.୭, ୧୫୪.୨ ଓ ୧୫୩.୭ କିଲୋମିଟର ବେଗରେ ଚାରିଟି ବଲ ବୋଲିଂ କରିଛନ୍ତି । ଏହା ପରେ ଜୋଫ୍ରା ଆର୍ଚର ରହିଛନ୍ତି । ଆର୍ଚର ପ୍ରତି ଘଣ୍ଟିରେ ୧୫୩.୬ କିଲୋମିଟର ବେଗରେ ବୋଲିଂ କରିଛନ୍ତି । ଏହି ଦୁଇ ବୋଲରଙ୍କ ମଧ୍ୟରେ ଏଥର ଜବରଦସ୍ତ ପ୍ରତିଯୋଗିତା ଦେଖିବାକୁ ମିଳୁଛି ।

ତାଲିକାରେ କିଏ କେଉଁଠି ଅଛନ୍ତି
ଯଦି ଆଇପିଏଲ୍ ଇତିହାସରେ ଦ୍ରୁତତମ ବଲ୍ ତାଲିକାକୁ ଦେଖାଯାଏ ତେବେ ଏନ୍ରିକ୍ ନୋର୍କିଆଙ୍କ ନାମ ବର୍ତ୍ତମାନ ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିଛି । ଏହା ପରେ ଡେଲ ଷ୍ଟେନ୍ ତୃତୀୟ ନମ୍ବରରେ ଅଛନ୍ତି । ଏନ୍ରିକ୍ ମଧ୍ୟ ଚତୁର୍ଥ ସଂଖ୍ୟା ଦଖଲ କରିଛି । ପଞ୍ଚମ ସ୍ଥାନରେ କାଗିସୋ ରାବାଡା ରହିଛନ୍ତି । ବିଶେଷ କଥା ହେଉଛି ଏହି ସମସ୍ତ ବୋଲରମାନେ ଦକ୍ଷିଣ ଆଫ୍ରିକାର ।

1. ଏନ୍ରିକ୍ ନୋର୍କିଆ - ୧୫୬.୨ କିଲୋମିଟର
2. ଏନ୍ରିକ୍ ନୋର୍କିଆ - ୧୫୪.୮ କିଲୋମିଟର
3. ଡେଲ୍ ଷ୍ଟେନ୍ - ୧୫୪.୪ କିଲୋମିଟର
4. ଏନ୍ରିକ୍ ନୋର୍କିଆ - ୧୫୪ କିଲୋମିଟର
5. କାଗିସୋ ରାବାଡା - ୧୫୩.୯ କିଲୋମିଟର
Published by:Jagdish Barik
First published: