IPL 2020: ଆଜିଠାରୁ ଆରମ୍ଭ ହୋଇପାରେ 'ଅସଲି' ଚୌକା-ଛକାର ବର୍ଷା; ଦଳକୁ ଫେରିବେ କ୍ରିସ୍ ଗେଲ୍!

IPL 2020: କିଙ୍ଗସ୍ ଏକାଦଶ ପଞ୍ଜାବର ଅସୁବିଧା ବଢ଼ିବାରେ ଲାଗିଛି । କ୍ରମାଗତ ପରାଜୟ ହେତୁ ପଞ୍ଜାବର ଦଳ ଟୁର୍ନାମେଣ୍ଟରୁ ବାଦ ପଡିବାର ବିପଦ ଦେଇ ଗତିକରୁଛି । ଏପରି ପରିସ୍ଥିତିରେ କଣ ଆଜି କ୍ରିସ୍ ଗେଲଙ୍କୁ (Chris Gayle) ମିଳିବ ସୁଯୋଗ ?

IPL 2020: ଆଜିଠାରୁ ଆରମ୍ଭ ହୋଇପାରେ 'ଅସଲି' ଚୌକା-ଛକାର ବର୍ଷା; ଦଳକୁ ଫେରିବେ କ୍ରିସ୍ ଗେଲ୍!
ଦଳକୁ ଫେରିବେ କ୍ରିସ୍ ଗେଲ୍!
  • News18 Odia
  • Last Updated: October 10, 2020, 11:09 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଜିର ଆଇପିଏଲ୍ (IPL 2020) ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବର ଟକ୍କର କୋଲକାତା ନାଇଟ୍ ରାଇଡର୍ସ (KXIP Vs KKR) ସହ ହେବ । ୬ଟି ମ୍ୟାଚରେ ୫ଟି ପରାଜୟ ପରେ ପଞ୍ଜାବର ଆଶା ମଉଳିବାରେ ଲାଗିଛି । ପ୍ଲେ ଅଫ୍ ଦୌଡରେ ରହିବାକୁ ହେଲେ ପଞ୍ଜାବ ଦଳକୁ ଏହି ମ୍ୟାଚ୍ ଜିତିବାକୁ ପଡିବ । ଏହି ମ୍ୟାଚରେ ପଞ୍ଜାବ ଦଳରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏଭଳି ପରିସ୍ଥିତିରେ ଆଜି ସମସ୍ତଙ୍କ ନଜର ଟି -୨୦ ର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ (Chris Gayle) ଉପରେ ରହିବ । ସେହି ଏପରି ବ୍ୟାଟ୍ସମ୍ୟାନ୍ ଯିଏ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାଁନ୍ତି ।

ଗେଲଙ୍କୁ ମିଳିବ ସୁଯୋଗ!
ଗେଲ ମଧ୍ୟ ଗତ ମ୍ୟାଚରେ ଖେଳିବାର ନିଶ୍ଚିତ ଥିଲା । କିନ୍ତୁ ଫୁଡ ପଏଜନ କାରଣରୁ ସେ ମ୍ୟାଚରୁ ବାହାରିଥିଲେ । ଏହା ନିଜେ ପଞ୍ଜାବର ମୁଖ୍ୟ ପ୍ରଶିକ୍ଷକ ଅନିଲ କୁମ୍ବଲେ କହିଛନ୍ତି । ଏପରି ପରିସ୍ଥିତିରେ ଯଦି ସେ ଆଜି ଫିଟ୍ ରୁହନ୍ତି ତେବେ ତାଙ୍କୁ ଆଜିର ଦଳର ଏକାଦଶରେ ସ୍ଥାନ ଦିଆଯାଇପାରେ । କିନ୍ତୁ ଗେଲଙ୍କ ବ୍ୟାଟ୍ କାମ କରିବ କି ନାହିଁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ଜାନୁଆରୀରୁ ସେ ପ୍ରତିଯୋଗିତାମୂଳକ କ୍ରିକେଟ୍ ବାହାରେ ରହିଛନ୍ତି । ବ୍ୟକ୍ତିଗତ କାରଣରୁ ସେ କାରିବିଆନ୍ କ୍ରିକେଟ୍ ଲିଗରୁ ଓହରି ଯାଇଥିଲେ । ତାଙ୍କୁ ଶେଷ ଥର ପାଇଁ ବାଂଲାଦେଶ ପ୍ରିମିୟର ଲିଗରେ ଦେଖିବାକୁ ମିଳିଥିଲା । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ସ୍ଥାନରେ ଗେଲ୍ ଦଳରେ ଏକ ସୁଯୋଗ ପାଇପାରନ୍ତି ।

ଆଇପିଏଲର ରାଜା ଅଟନ୍ତି ଗେଲ୍
ଗେଏଲ୍ ଆଇପିଏଲ୍ ର ରାଜା ଅଟନ୍ତି । ତାଙ୍କ ନାମ ଅନେକ ରେକର୍ଡ ରହିଛି ।
ସର୍ବାଧିକ ଛକା - ୩୨୬
ସର୍ବାଧିକ ସ୍କୋର - ୧୭୫*
ଏକ ଇନିଂସରେ ସର୍ବାଧିକ ଛକା - ୧୭
ସର୍ବାଧିକ ଶତକ - ୬
ଦ୍ରୁତତମ ଶତକ - ୩୦ ବଲ୍

ପଞ୍ଜାବର ଅସୁବିଧା
କିଙ୍ଗସ ଏକାଦଶର ଅସୁବିଧା ବଢ଼ିବାରେ ଲାଗିଛି । କ୍ରମାଗତ ପରାଜୟ ହେତୁ ପଞ୍ଜାବର ଦଳ ଟୁର୍ନାମେଣ୍ଟରୁ ବାଦ ପଡିବାର ବିପଦ ଦେଇ ଗତିକରୁଛି । ପଞ୍ଜାବ ଦଳ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ୍ ଜିତିଛି । ୬ଟି ମ୍ୟାଚ ମଧ୍ୟରୁ ୫ଟି ହାରିଯିବା ପରେ ପଞ୍ଜାବର ଦଳ ପଏଣ୍ଟ ଟେବୁଲରେ ଶେଷରେ ଅଛି । ଶେଷ ୪ ରେ ପହଞ୍ଚିବାକୁ ହେଲେ ସେମାନଙ୍କୁ ବାକି ସମସ୍ତ ମ୍ୟାଚ୍ ଜିତିବାକୁ ପଡିବ ।
Published by: Jagdish Barik
First published: October 10, 2020, 11:09 AM IST
corona virus btn
corona virus btn
Loading