IPL 2020: ଜିତିବା ପରେ RCB ଡ୍ରେସିଂ ରୁମରେ ଧମାଲ୍ କଲେ; କୋହଲି ସାର୍ଟ୍ କାଢ଼ିଦେଲେ! VIDEO

IPL 2020 RCB Vs SRH: Sunrisers Hyderabadକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPLରେ ନିଜ ବିଜୟ ଯାତ୍ରା ଆରମ୍ଭ କରିଛି । ବିରାଟ କୋହଲି ଖୁସିରେ ନିଜ ସାର୍ଟ କାଢ଼ିଦେଇଥିଲେ ।

IPL 2020: ଜିତିବା ପରେ RCB ଡ୍ରେସିଂ ରୁମରେ ଧମାଲ୍ କଲେ; କୋହଲି ସାର୍ଟ୍ କାଢ଼ିଦେଲେ! VIDEO
ବିରାଟ କୋହଲି ଖୁସିରେ ସାର୍ଟ୍ ବାହାର କରିଦେଇଛନ୍ତି ।
  • News18 Odia
  • Last Updated: September 22, 2020, 5:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
IPL 2020 RCB Vs SRH: ସନରାଇଜର୍ସ ହାଇଦ୍ରାବାଦକୁ (Sunrisers Hyderabad, SRH) ପରାସ୍ତ କରି ଆଇପିଏଲରେ (IPL) ବିଜୟ ସହ ନିଜ ଯାତ୍ରା ଆରମ୍ଭ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore, RCB) । ସେମାନେ SRHକପ ୧୦ ରନରେ ହରାଇଥିଲେ । ମ୍ୟାଚର ହିରୋ ୟୁଜବେନ୍ଦ୍ର ଚହଲ ୪ ଓଭରରେ ୧୮ ରନ୍ ଦେଇ ତିନିଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ମ୍ୟାଚ୍ ପରେ ବିରାଟ କୋହଲି (Virat Kohli) ଓ ତାଙ୍କ ସାଥୀ ଖେଳାଳିମାନେ ଜୋରଦାର ଉତ୍ସବ ପାଳନ କରିଥିଲେ । ମ୍ୟାଚ୍ ପରେ RCB ଖେଳାଳିମାନେ ଡ୍ରେସିଂ ରୁମରେ ମଜା କରିଥିଲେ ଓ ଅନେକ ଗୁପ୍ତ କଥା ପ୍ରକାଶ କରିଥିଲେ । ବିରାଟ କୋହଲିଙ୍କୁ ସେଠାରେ ବିନା ସାର୍ଟରେ ଦେଖିବାକୁ ମିଳିଥିଲା । ସେ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଉଥିବାର ଦେଖାଯାଇଥିଲେ ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଖେଳାଳିମାନେ ପଡ଼ିଆ ଛାଡ଼ି ଡ୍ରେସିଂ ରୁମରେ ପହଞ୍ଚୁଛନ୍ତି । ବିରାଟ କୋହଲି ସେଠି ପହଞ୍ଚିବା ମାତ୍ରେ ନିଜ ଟି-ସାର୍ଟ କାଢ଼ିଦେଉଛନ୍ତି ଓ ଖେଳାଳିମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ କରୁଛନ୍ତି ।

ୟୁଜଭେନ୍ଦ୍ର ଚହଲଙ୍କୁ (Yujavendra Chahal) ଯେତେବେଳେ ପଚରାଯାଇଥିଲା ଯେ ପଡ଼ିଆରେ ତାଙ୍କ ରଣନୀତି କ’ଣ ଥିଲା, ସେ କହିଥିଲେ ଯେ ବିରାଟ କୋହଲି ତାଙ୍କୁ ଗୁଗଲି ବୋଲିଂ କରିବାକୁ କହିଥିଲେ । ସେ ଠିକ୍ ସେମିତି କରିଥିଲେ ଓ ଚମତ୍କାର ବ୍ୟାଟିଂ କରୁଥିବା ଜନି ବେୟରଷ୍ଟୋଙ୍କୁ ବୋଲ୍ଡ ଆଉଟ୍‌ କରିଥିଲେ ।

ଦେଖନ୍ତୁ ଭିଡିଓ (Watch Video):



ବିଜୟର ଆରମ୍ଭରୁ ଖେଳାଳିମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା । ତା’ ପରେ ବିରାଟ କୋହଲିଙ୍କୁ ଖାଉଥିବାର ଦେଖିବାକୁ ମିଳିଥିଲା । ବାକି ଖେଳାଳିମାନେ ବିଶ୍ରାମ ନେଉଥିଲେ ।

ନବାଗତ ଦେବଦତ୍ତ ପଡ଼ିକ୍କଲ ଓ ଭେଟେରାନ ଏବି ଡି ଭିଲିୟର୍ସଙ୍କ ଅର୍ଦ୍ଧ ଶତକ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୋମବାର ଦିନ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ନିଜ ଅଭିଯାନ ଆରମ୍ଭ କରିଥିଲା ।

ଏହା ବି ପଢ଼ନ୍ତୁ | ରାଖୀ ସାୱନ୍ତ ଚର୍ଚ୍ଚାରେ! ପାକିସ୍ତାନ ପତାକା ସହ ପୋଜ୍ ଦେଇଥିବା ଫଟୋ ପାଇଁ ପୁଣି ବିତର୍କରେ

ଏହା ବି ପଢ଼ନ୍ତୁ | CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

ଆଇପିଏଲରେ ନିଜ ପ୍ରଥମ ମ୍ୟାଚ୍ ଖେଳି ପଡ଼ିକ୍କଲ ୪୨ ବଲରେ ଆଠଟି ଚୌକା ସାହାଯ୍ୟରେ ୫୬ ରନ୍ ସଂଗ୍ରହ କରିଥିବା ବେଳେ ଡି ଭିଲିୟର୍ସ ୩୦ଟି ବଲରେ ୫୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଚାରିଟି ଚୌକା ଓ ଦୁଇଟି ଛକା ଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ଆରସିବି ପାଞ୍ଚ ୱିକେଟ୍ ହରାଇ ୧୬୩ ରନ୍ ସଂଗ୍ରହ କରିଥିଲା ।



ଏହାର ଜବାବରେ ଖେଳି ସନରାଇଜର୍ସ ଟିମ୍‌ ୧୯.୪ ଓଭରରେ ୧୫୩ ରନ୍ କରି ଅଲ୍‌-ଆଉଟ୍‌ ହୋଇଯାଇଥିଲା । ଦ୍ୱିତୀୟ ୱିକେଟ୍ ପାଇଁ ଜନି ବେୟାରଷ୍ଟୋ (୪୩ଟି ବଲରୁ ୬୧ ରନ୍‌, ୬ଟି ଚୌକା ଓ ୪ଟି ଛକା, ଦୁଇଟି ଛକା) ଓ ମନୀଷ ପାଣ୍ଡେ (୩୩ଟି ବଲରୁ ୪୩ ରନ୍‌, ୩ଟି ଚୌକା, ଗୋଟିଏ ଛକା) ମିଶି ୭୧ ରନ୍‌ ଯୋଡ଼ିଥିଲେ ।
Published by: Anand Shankar Thankur Das
First published: September 22, 2020, 5:56 PM IST
corona virus btn
corona virus btn
Loading