IPL 2020: ଗୋଟିଏ ବଲରେ 'ଦୁଇଥର ଆଉଟ୍' ହେଲେ ରାସିଦ ଖାନ୍; ଦେଖନ୍ତୁ ଏହି ମଜାଳିଆ VIDEO

ଏହି ମ୍ୟାଚରେ ରସିଦ ଖାନ (Rashid Khan) ୮ଟି ବଲରେ ୧୪ ରନ କରିଥିଲେ । ଏହି ଛୋଟ ଇନିଂସରେ ରସିଦ ଅନେକ ମଜାଦାର ସଟ୍ ଖେଳିଥିଲେ ଓ ପରେ ଆଉଟ ହୋଇ ଯାଇଥିଲେ । ରସିଦ ଖାନ ଗୋଟିଏ ବଲରେ ଦୁଇଥର ଆଉଟ୍ ହେଲେ ।

IPL 2020: ଗୋଟିଏ ବଲରେ 'ଦୁଇଥର ଆଉଟ୍' ହେଲେ ରାସିଦ ଖାନ୍; ଦେଖନ୍ତୁ ଏହି ମଜାଳିଆ VIDEO
ଗୋଟିଏ ବଲରେ 'ଦୁଇଥର ଆଉଟ୍' ହେଲେ ରାସିଦ ଖାନ୍
  • News18 Odia
  • Last Updated: October 14, 2020, 3:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର (IPL 2020) ୨୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୨୦ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଓ ୬ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ସନରାଇଜର୍ସ ହାଇଦ୍ରାବାଦ ୮ଟି ୱିକେଟ୍ ହରାଇ ୧୪୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଏହା ସହ ଚେନ୍ନାଇ ସୁପର କିଙ୍ଗ୍ସ ୮ଟି ମ୍ୟାଚରେ ତୃତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଅଛି । ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବୋଲର ରସିଦ ଖାନ ଏକ ମଜାଳିଆ ଢ଼ଙ୍ଗରେ ଆଉଟ୍ ହୋଇଥିଲେ ।

ଏହି ମ୍ୟାଚରେ ରସିଦ ଖାନ ୮ଟି ବଲରେ ୧୪ ରନ ଖେଳିଥିଲେ । ଏହି ଛୋଟ ଇନିଂସରେ ରସିଦ ଅନେକ ମଜାଦାର ସଟ୍ ଖେଳିଥିଲେ ଓ ପରେ ଆଉଟ ହୋଇଯାଇଥିଲେ । ରସିଦ ଖାନ ଗୋଟିଏ ବଲରେ ଦୁଇଥର ଆଉଟ୍ ହୋଇଥିଲେ । ଏହି ଘଟଣାଟି ବହୁତ ମଜାଦାର ଥିଲା । ବାସ୍ତବରେ ହାଇଦ୍ରାବାଦ ଶେଷ ୭ଟି ବଲରୁ ୨୨ ରନ୍ ଆବଶ୍ୟକ କରୁଥିଲା । ଏହି ସମୟରେ ରସିଦ ଖାନ ଓ ଶାହାବାଜ ନାଦିମ ବ୍ୟାଟିଂ କରୁଥିଲେ । ଚେନ୍ନାଇ ପାଇଁ ଶାର୍ଦ୍ଦୁଲ ଠାକୁର ବୋଲିଂ କରୁଥିଲେ ।

ରସିଦ ଖାନ ଷ୍ଟ୍ରାଇକର ଶେଷରେ ଥିଲେ ଓ ଦଳ ଜିତିବା ପାଇଁ ସମସ୍ତ ପ୍ରକାର ଶଟ ଖେଳିବାକୁ ଚେଷ୍ଟା କରୁଥିଲେ । ଏହି ସମୟ ମଧ୍ୟରେ ଶାର୍ଦ୍ଦୁଲଙ୍କ ବଲରେ ସେ ଲଙ୍ଗ ଅନକୁ ମାରିବାକୁ ଚେଷ୍ଟା କରିଥିଲେ । ଏହି ପ୍ରୟାସରେ ସେ କ୍ରିଜଠାରୁ ବହୁତ ପଛରେ ଥିଲେ ଓ ତାଙ୍କ ଗୋଡ ଷ୍ଟମ୍ପରେ ବାଜି ଯାଇଥିଲା । ଅନ୍ୟ ପଟେ ଦୀପକ ଚହର ରସିଦଙ୍କ ଏହି ସଟ୍କୁ କ୍ୟାଚ କରିନେଇ ଥିଲେ । ଏହି କ୍ୟାଚ୍ ଧରି ଦୀପକ ବହୁତ ଖୁସି ଦେଖାଯାଉଥିଲେ ।





ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲାକୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

କିଛି ସମୟ ପରେ ଦୀପକ ଚହର ଜାଣିବାକୁ ପାଇଲେ ଯେ ରସିଦ ଖାନଙ୍କୁ ହିଟ୍ ୱିକେଟ୍ ଦିଆଯାଇଛି । ଏହିପରି ରସିଦ ଖାନଙ୍କୁ ସମାନ ବଲରେ ଦୁଇଥର ଆଉଟ ହୋଇ ଯାଇଥିଲେ । ପ୍ରଥମେ ହିଟ୍ ୱିକେଟ୍ ଓ ଦ୍ୱିତୀୟଟି କ୍ୟାଚ୍ ଆଉଟ୍ । ରସିଦଙ୍କ ୱିକେଟ୍ ପରେ ସମୀକ୍ଷକ କହିଛନ୍ତି ଯେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଷ୍ଟାଇଲ୍ ଅନୁକରଣ କରୁଥିଲେ କିନ୍ତୁ ସଫଳ ହୋଇପାରିଲେ ନାହିଁ ।



୮ଟି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଏହା ପଞ୍ଚମ ପରାଜୟ । ବର୍ତ୍ତମାନ ପର୍ଯ୍ୟନ୍ତ ହାଇଦ୍ରାବାଦ ୩ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି । ଦଳର ନେଟ୍ ରନ୍ ହାର +୦.୦୦୯ ଏବଂ ୬ ପଏଣ୍ଟ ରହିଛି । ରବିବାର (ଅକ୍ଟୋବର ୧୮) ରେ କୋଲକାତା ନାଇଟ୍ ରାଇଡର୍ସ ସହିତ ସନରାଇଜର୍ସ ହାଇଦ୍ରାବାଦର ପରବର୍ତ୍ତୀ ମ୍ୟାଚ୍ ଖେଳିବା । ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଏହି ମ୍ୟାଟ୍ ଖେଳାଯିବ ।
Published by: Jagdish Barik
First published: October 14, 2020, 3:31 PM IST
corona virus btn
corona virus btn
Loading