IPL 2020 Playoff: ବାଙ୍ଗାଲୋରର ବିଜୟ ଧୋନିଙ୍କ ପାଇଁ ବଢ଼ାଇଲା ଆଶା; ବର୍ତ୍ତମାନ ଗୋଟିଏ ସ୍ଥାନ ପାଇଁ ୫ ପ୍ରତିଯୋଗୀ

IPL 2020 Playoff: ସର୍ବଶେଷରେ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି ଆଇପିଏଲ୍ ପ୍ଲେ ଅଫ୍ ରେସ୍ । ଆସନ୍ତୁ ବୁଝିବାକୁ ଚେଷ୍ଟା କରିବା ।

IPL 2020 Playoff: ବାଙ୍ଗାଲୋରର ବିଜୟ ଧୋନିଙ୍କ ପାଇଁ ବଢ଼ାଇଲା ଆଶା; ବର୍ତ୍ତମାନ ଗୋଟିଏ ସ୍ଥାନ ପାଇଁ ୫ ପ୍ରତିଯୋଗୀ
ବାଙ୍ଗାଲୋରର ବିଜୟ ଧୋନିଙ୍କ ପାଇଁ ବଢ଼ାଇଲା ଆଶା
  • News18 Odia
  • Last Updated: October 22, 2020, 12:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଇପିଏଲ୍ ୨୦୨୦ ରେ ଏପର୍ଯ୍ୟନ୍ତ ୩୯ ଟି ମ୍ୟାଚ୍ ହୋଇସାରିଛି । ଶେଷ ଚାରିଟିରେ ପହଞ୍ଚିବା ପାଇଁ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଚାଲିଛି । ବୁଧବାର ଦିନ କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର (RCB) ବିଜୟ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ (MS Dhon) ପାଇଁ ସାମାନ୍ୟ ଆଶା ବଢ଼ାଇଛି । ଏହା ବ୍ୟତୀତ ବିରାଟ ଦଳର ବିଜୟ କିଙ୍ଗସ ଏକାଦଶ ପଞ୍ଜାବ, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକଙ୍କ ମୁହଁରେ ହସ ଆଣିଛି । ସର୍ବଶେଷରେ ରୋମାଞ୍ଚକ ମୋଡରେ ପହଞ୍ଚିଛି ପ୍ଲେ ଅଫ୍ ରେସ୍ । ଆସନ୍ତୁ ଏହା ବୁଝିବାକୁ ଚେଷ୍ଟା କରିବା ।

ଏହି ୩ଟି ଦଳ ପ୍ରାୟ ପ୍ଲେ ଅଫ୍ ରେ ଖେଳିବା ପ୍ରାୟ ନିଶ୍ଚିତ ହୋଇଛି
ଦିଲ୍ଲୀ କ୍ୟାପିଟାଲ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରେ ପହଞ୍ଚିବା ନିଶ୍ଚିତ । ଦିଲ୍ଲୀ ଓ ବାଙ୍ଗାଲୋରର ଆକାଉଣ୍ଟରେ ୧୪-୧୪ ପଏଣ୍ଟ ଥିବାବେଳେ ମୁମ୍ବାଇରେ ବର୍ତ୍ତମାନ ୧୨ ପଏଣ୍ଟ ରହିଛି । ମୁମ୍ବାଇ ମାତ୍ର ୯ଟି ମ୍ୟାଚ୍ ଖେଳିଛି । ମୁମ୍ବାଇ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳି ନାହିଁ । ଏପରି ପରିସ୍ଥିତିରେ ଏହି ତିନୋଟି ଦଳ ଅତି କମରେ ଦୁଇରୁ ତିନିଟି ମ୍ୟାଚ୍ ଜିତି ପ୍ଲେ ଅଫ୍ ରେ ନିଜ ସ୍ଥାନ ସୁରକ୍ଷିତ କରିପାରନ୍ତି ।

KKR ର ଆଶା
କୋଲକାତା ନାଇଟ୍ ରାଇଡର୍ସ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ନାହାଁନ୍ତି । ଏହି ସମୟରେ KKR ର ଆକାଉଣ୍ଟରେ 10 ପଏଣ୍ଟ ଅଛି । କିନ୍ତୁ ବାଙ୍ଗାଲୋର ହାତରେ ପରାସ୍ତ ପରାଜୟ ପରେ କେକେଆରର ନେଟ୍ ରନର୍ ମାଇନସ୍ ରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ କେକେଆରକୁ ବାକି ମ୍ୟାଚ୍ ଜିତିବାକୁ ପଡିବ ।

ପଞ୍ଜାବର ଆଶା
ଲଗାତାର ପାଞ୍ଚଟି ମ୍ୟାଚ୍ ହାରିଯିବା ପରେ କିଙ୍ଗସ୍ ଏକାଦଶ ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକ ଶକ୍ତିଶାଳୀ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବର୍ତ୍ତମାନ କେଏଲ ରାହୁଲଙ୍କ ଦଳ ଗତ ୩ଟି ମ୍ୟାଚରେ କ୍ରମାଗତ ଭାବେ ବିଜୟ ଲାଭ କରିଛି । ଏଭଳି ପରିସ୍ଥିତିରେ ଏହି ଦଳ ବାକି ୪ଟି ମ୍ୟାଚ୍ ଜିତି ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ ।

ରାଜସ୍ଥାନ ଓ ସନରାଇଜର୍ସ
୧୦ଟି ମ୍ୟାଚରୁ ୮ ପଏଣ୍ଟ ସହ ରାଜସ୍ଥାନ ଦଳ ଷଷ୍ଠ ସ୍ଥାନରେ ରହିଛି । ୯ଟି ମ୍ୟାଚ ମଧ୍ୟରୁ ୬ଟି ହାରିଯିବା ପରେ ହାଇଦ୍ରାବାଦ ଦଳ ସପ୍ତମ ସ୍ଥାନରେ ରହିଛି । ହାଇଦ୍ରାବାଦ ଆକାଉଣ୍ଟରେ ୬ ଅପଏଣ୍ଟ ଅଛି । ଉଭୟଙ୍କୁ ମଧ୍ୟ ଅବଶିଷ୍ଟ ମ୍ୟାଚ୍ ଜିତିବାକୁ ପଡିବ ।

ଚେନ୍ନାଇ ସୁପର କିଙ୍ଗ୍ସ ଆଶା
ଏବେ କେବଳ ଏକ ଚମତ୍କାର ଧୋନିଙ୍କ ଦଳକୁ ପ୍ଲେ-ଅଫକୁ ଆଣିପାରେ । ଧୋନିଙ୍କ ଦଳ ଏଥର ଶେଷ ସ୍ଥିତିରେ ଅଛି । ଚେନ୍ନାଇ ଦଳ ଟୁର୍ନାମେଣ୍ଟରୁ ପ୍ରାୟ ବାହାରେ । CSK ର ଆକାଉଣ୍ଟରେ ବର୍ତ୍ତମାନ ୬ ଅଙ୍କ ଅଛି । ଯଦି ଧୋନିଙ୍କ ଦଳ ଅବଶିଷ୍ଟ ଚାରିଟି ମ୍ୟାଚ୍ ଜିତେ ଓ ଅନ୍ୟ ଦଳ କ୍ରମାଗତ ଭାବରେ ହାରିଯାନ୍ତି ତେବେ କିଛି ଆଶା ଉଜ୍ଜୀବିତ ହୋଇପାରେ ।
Published by: Jagdish Barik
First published: October 22, 2020, 12:03 PM IST
corona virus btn
corona virus btn
Loading