IPL 2020: ଲିଗ୍ ରାଉଣ୍ଡ ଶେଷ ହେଲା; Play off ରେ କିଏ କାହା ସହିତ ଖେଳିବ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ଆଇପିଏଲ୍ ୨୦୨୦ ର (IPL 2020) ଲିଗ୍ ରାଉଣ୍ଡ ଶେଷ ହୋଇଛି ଓ ଗୁରୁବାର ଠାରୁ ପ୍ଲେ ଅଫ୍ ମ୍ୟାଚ ଆରମ୍ଭ ହେବାକୁ ଯାଉଛି ।

ଗୁରୁବାର ଠାରୁ ପ୍ଲେ ଅଫ୍ ମ୍ୟାଚ ଆରମ୍ଭ ହେବାକୁ ଯାଉଛି
- News18 Odia
- Last Updated: November 4, 2020, 11:16 AM IST
ନୂଆ ଦିଲ୍ଲୀ: ଆଇପିଏଲ୍ ୨୦୨୦ ଟୁର୍ନାମେଣ୍ଟର (IPL 2020) ପ୍ଲେ ଅଫ୍ ମ୍ୟାଚ ପାଇଁ ସମସ୍ତ ଚାରୋଟି ଦଳର ନିଷ୍ପତ୍ତି ହୋଇସାରିଛି । ମଙ୍ଗଳବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians), ଦିଲ୍ଲୀ କ୍ୟାପିଟାଲ (Delhi Capitals), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ପରେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫରେ ପହଞ୍ଚିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଶେଷ ମ୍ୟାଚରେ ହାଇଦ୍ରାବାଦ ୧୦ ୱିକେଟରେ ବିଜୟ ଲାଭ କରିଛି । ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ସମାନ ପଏଣ୍ଟ ପାଇଥିଲେ କିନ୍ତୁ ଭଲ ନେଟ ରନ୍ ଯୋଗୁଁ ୨୦୧୬ ର ଚାମ୍ପିଅନ୍ ସନରାଇଜର୍ସ ପ୍ଲେ ଅଫ୍ ରେ ପହଞ୍ଚିଥିଲା । ସମସ୍ତ ଦଳ ସହିତ ପ୍ଲେ ଅଫ୍ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ମଧ୍ୟ ସ୍ଥିର ହୋଇସାରିଛି ।
ମୁମ୍ବାଇ ଇଣ୍ଡିଆନ୍ସ ଦଳ ୧୪ଟି ମ୍ୟାଚ ମଧ୍ୟରୁ ୯ଟି ଜିତି ୧୮ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ।ଏଥି ସହିତ ଦିଲ୍ଲୀ କ୍ୟାପିଟାଲ ଦଳ ଆଠଟି ମ୍ୟାଚ ଜିତି ୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଗୁରୁବାର ଦିନ ଖେଳାଯିବ । ଏହି ମ୍ୟାଚ୍ ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଏଥି ସହିତ ଶୁକ୍ରବାର ଦିନ ଆବୁଧାବିରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ଏଲିମିଟର ମ୍ୟାଚ ଖେଳାଯିବ । ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ହାରିଥିବା ଦଳ ୮ ନଭେମ୍ବରରେ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ବିଜେତା ଦଳକୁ ଭେଟିବ । ଉଭୟ ଯୋଗ୍ୟତା ପର୍ଯ୍ୟାୟର ବିଜେତା ଦଳ ୧୦ ନଭେମ୍ବରରେ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଯାହା ଦୁବାଇ ଦୁବାଇରେ ଖେଳାଯିବ ।
ଏଠାରେ ଜାଣନ୍ତୁ ପ୍ଲେ ଅଫ୍ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
୦୬-୧୧-୨୦୨୦ - ସନରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ପ୍ରଥମ ଏଲିମିନେଟର - ସନ୍ଧ୍ୟା ୦୭:୩୦ - ଆବୁଧାବି
୦୮-୧୧-୨୦୨୦ - ଦ୍ୱିତୀୟ ଯୋଗ୍ୟତା - ସନ୍ଧ୍ୟା ୦୭:୩୦ - ଆବୁଧାବି
୧୦-୧୧-୨୦୨୦ - ଫାଇନାଲ୍ - ସନ୍ଧ୍ୟା ୦୭:୩୦ - ଦୁବାଇ