News18 Odia Digital
ନୂଆ ଦିଲ୍ଲୀ: ଆଇପିଏଲ- ୨୦୨୦ ଲିଗ୍ ଅନ୍ତିମ ରାଉଣ୍ଡରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ସମସ୍ତ ଦଳ ପ୍ଲେ ଅଫରେ (Playoff) ପହଞ୍ଚିବା ପାଇଁ ନିଜର ପୂର୍ଣ୍ଣ ଶକ୍ତି ଲଗାଉଛନ୍ତି । କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ (Mumbai Indians) ଭଲ ଖବର ନାହିଁ । ତାଙ୍କ ଅଧିନାୟକ ରୋହିତ ଶର୍ମାଙ୍କ (Rohit Sharma) ଆଘାତକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଆଘାତ ଯୋଗୁଁ ବିସିସିଆଇ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ଦଳରେ ଅନ୍ତର୍ଭୁକ୍ତ କରି ନାହିଁ । ଏଭଳି ପରିସ୍ଥିତିରେ ସେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଖେଳିବେ କି ନାହିଁ ସେ ବିଷୟରେ କିଛି କୁହାଯାଇପାରିବ ନାହିଁ ।
ରୋହିତଙ୍କ ଉପରେ ସସପେନ୍ସସୋମବାର ଦିନ ବିସିସିଆଇ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟେଷ୍ଟ, ODI ଓ ଟି -୨୦ ଦଳ ଘୋଷଣା କରିଛି । କିନ୍ତୁ ଏହି ଦଳରେ ରୋହିତ ଶର୍ମାଙ୍କ ନାମ ନାହିଁ । ବିସିସିଆଇ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ରୋହିତଙ୍କ ଆଘାତ ଉପରେ ଡାକ୍ତରୀ ଦଳ ନଜର ରଖିବେ । କିନ୍ତୁ ତାଙ୍କୁ କେଉଁ ପ୍ରକାର ଆଘାତ ଲାଗିଛ ସେ ବିଷୟରେ କିଛି କୁହାଯାଇ ନାହିଁ । ରୋହିତଙ୍କ ଆଘାତ ସମ୍ପର୍କରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ମଧ୍ୟ କୌଣସି ଅଧିକାରିକ ବିବୃତ୍ତି ଏ ପର୍ଯ୍ୟନ୍ତ ଦିଆଯାଇନାହିଁ । କିନ୍ତୁ ସୋମବାର ଯେତେବେଳେ ବିସିସିଆଇ ତରଫରୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରାଯାଇଥିଲା ଠିକ ସେତିକିବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଭିଡିଓ ଟ୍ୱିଟ୍ କରିଥିଲା ଯେଉଁଥିରେ ରୋହିତ ଶର୍ମା ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଆଘାତ ପରେ ତାଙ୍କୁ ପ୍ରଥମ ଥର ପାଇଁ ନେଟରେ ଦେଖିବାକୁ ମିଳିଥିଲା ।
ରୋହିତଙ୍କୁ କ’ଣ ହୋଇଛି?୧୮ ଅକ୍ଟୋବରରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ ପରଠାରୁ ରୋହିତ ଶର୍ମା ପରବର୍ତ୍ତୀ ମ୍ୟାଚ ଖେଳିବାରେ ସକ୍ଷମ ହୋଇ ନାହାଁନ୍ତି । ୨୩ ଅକ୍ଟୋବରରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଟସ୍ ପୂର୍ବରୁ କୁହାଯାଇଥିଲା ଯେ ରୋହିତଙ୍କ ଗୋଡରେ ହାମଷ୍ଟ୍ରିଙ୍ଗ୍ ଆଘାତ ହୋଇଛି । ଏହା ପରେ ପୋଲାର୍ଡ ମୁମ୍ବାଇର ଅଧିନାୟକ ହୋଇଥିଲେ ।
ପ୍ଲେ ଅଫ୍ ଆଶାମୁମ୍ବାଇ ଇଣ୍ଡିଆନ୍ସ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି । ୧୧ ଟି ମ୍ୟାଚରେ ତାଙ୍କ ଆକାଉଣ୍ଟରେ ମୋଟ ୧୪ ପଏଣ୍ଟ ରହିଛି । ମୁମ୍ବାଇକୁ ଆଉ ତିନୋଟି ମ୍ୟାଚ୍ ଖେଳିବାକୁ ବାକି ଅଛି । ଏଭଳି ପରିସ୍ଥିତିରେ ପ୍ଲେ ଅଫ୍ ପହଞ୍ଚିବା ପ୍ରାୟ ନିଶ୍ଚିତ ମନେହୁଏ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।