IPL 2020: ଏମ୍ଏସ୍ ଧୋନି ଦଳ ପାଇଁ 'ସାହସିକତା' ନିଷ୍ପତ୍ତି ନେଲେ; ସବୁ ଆଡୁ ମିଳୁଛି ପ୍ରଶଂସା !

ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଚାଲିଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଆଇପିଏଲ ୨୦୨୦ କାର୍ଯ୍ୟସୂଚୀ ପ୍ରକାଶିତ ହେବା ପୂର୍ବରୁ ଦଳ ସମ୍ମୁଖରେ ଦୁଇଟି ବିକଳ୍ପ ରଖା ଯାଇଥିଲା ।

IPL 2020: ଏମ୍ଏସ୍ ଧୋନି ଦଳ ପାଇଁ 'ସାହସିକତା' ନିଷ୍ପତ୍ତି ନେଲେ; ସବୁ ଆଡୁ ମିଳୁଛି ପ୍ରଶଂସା !
ଏମ୍ଏସ୍ ଧୋନି (ଫାଇଲ ଫଟୋ)
  • News18 Odia
  • Last Updated: September 8, 2020, 10:20 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଇପିଏଲ ର (IPL 2020) ସବୁଠୁ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (Chennai super kings) ଅଧିନାୟକ ଏମଏସ ଧୋନି (MS Dhoni) ତାଙ୍କ ଦଳ ପାଇଁ ଏକ ବଡ଼ ଓ ଅତି ସାହସିକ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ସବୁଠାରେ ପ୍ରଶଂସା କରାଯାଉଛି । ବାସ୍ତବରେ ଧୋନିଙ୍କ ଦଳ ଆଇପିଏଲ୍ ୨୦୨୦ ରେ ୧୯ ସେପ୍ଟେମ୍ବରରେ ମ୍ୟାଚ୍ ଖୋଲିବା ପରିବର୍ତ୍ତେ ୨୩ ସେପ୍ଟେମ୍ବରରେ ଅଭିଯାନ ଆରମ୍ଭ କରିବାର ବିକଳ୍ପ ପାଇଥିଲେ । ଇନସାଇଡ୍ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ ଆଇପିଏଲ୍ ଗଭର୍ନିଂ କାଉନସିଲର ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏହି ସିଜନରେ ଆଇପିଏଲର ପଞ୍ଚମ ମ୍ୟାଚ୍ ଖେଳିବାର ବିକଳ୍ପ ଦେଇଥିଲେ ଯାହାଦ୍ୱାରା CSK ପ୍ରସ୍ତୁତି ପାଇଁ ଅଧିକ ସମୟ ପାଇବ ଓ ଦଳରେ ଚାଲିଥିବା ସମସ୍ୟାର ସମାଧାନ କରିପାରିବ । କିନ୍ତୁ ଅଧିନାୟକ ଧୋନି ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବାକୁ ପସନ୍ଦ କରିଥିଲେ
ଧୋନି ଆଇପିଏଲର ଉଦଘାଟନୀ ଦିବସରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ CSK ଅଭିଯାନ ଆରମ୍ଭ କରିବାକୁ ପସନ୍ଦ କରିଥିଲେ । ଖବର ଅନୁଯାୟୀ ଆଇପିଏଲ୍ ପରିଚାଳନା ପରିଷଦର ଜଣେ ସଦସ୍ୟ କହିଛନ୍ତି ଯେ କାର୍ଯ୍ୟସୂଚୀ ପ୍ରକାଶ କରିବା ପୂର୍ବରୁ ଆମେ CSK ସହିତ କଥା ହୋଇଥିଲୁ । ଆମେ ପରେ CSK ର ପ୍ରଥମ ମ୍ୟାଚ୍ ନିର୍ଦ୍ଧାରଣ କରି ପାରିଥାନ୍ତୁ,କିନ୍ତୁ ସେମାନେ କେବଳ ଓପନିଂ ମ୍ୟାଚ୍ ଖେଳିବାକୁ ଚାହୁଁଥିଲେ । କେବଳ ଏତିକି ନୁହେଁ ସମସ୍ତ କଳ୍ପନାଜଳ୍ପନାର ବିପରୀତ ଧୋନି CSK କାର୍ଯ୍ୟସୂଚୀକୁ ବାଛିଥିଲେ । ଯେଉଁଥିରେ ଲିଗର ପ୍ରଥମ ୬ ଦିନରେ ୩ଟି ମ୍ୟାଚ୍ ଖେଳିବାକୁ ପଡିବ । ପ୍ରଥମ ସପ୍ତାହରେ ୩ଟି ମ୍ୟାଚ୍ ଖେଳୁଥିବା CSK ହେଉଛି ଏକମାତ୍ର ଦଳ ।

ପ୍ରଥମ ସପ୍ତାହରେ ସିଏସକେ ମୁମ୍ବାଇ ଇଣ୍ଡିଆନ୍ସ , ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ ରାଜଧାନୀ ବିପକ୍ଷରେ ଖେଳିବ । CSK ବିଶ୍ୱାସ କରିଛି ଯେ ଓପନିଂ ମ୍ୟାଚ୍ ପୂର୍ବରୁ ସେମାନେ ସମସ୍ତ ଅସୁବିଧାରୁ ଦୂର ହୋଇଯାଇଥିବ ।

ଦଳରେ ବିସ୍ତାର ହୋଇ ଯାଇଥିଲା କରୋନା
ଚେନ୍ନାଇ ସୁପର କିଙ୍ଗ୍ସ ଅନେକ କାରଣରୁ ହେଡଲାଇନରେ ରହିଆସିଛି । ପ୍ରଥମ ଶିବିରରେ ୧୩ ଜଣ ସଦସ୍ୟ କରୋନା ପଜିଟିଭ ହୋଇଥିଲେ । ଏହା ପରେ ସୁରେଶ ରାଇନା ହଠାତ୍ ଭାରତକୁ ଫେରିଥିଲେ ଓ ହରଭଜନ ସିଂ ମଧ୍ୟ ଆଇପିଏଲରୁ ଓହରି ଯାଇଥିଲେ । ଦଳ କରୋନାରୁ ଉଦ୍ଧାର ହୋଇଛି କିନ୍ତୁ ରାଇନାଙ୍କ କାରଣରୁ ଦଳ ଏବେ ବି ଅଶାନ୍ତ ଲାଗି ରହିଛି । ବାସ୍ତବରେ ଦଳରେ କରୋନା ବିସ୍ତାର ହେବାର ଦୁଇ ଦିନ ପରେ ରାଇନା ଭାରତ ଫେରିଥିଲେ । ତାଙ୍କ ଫେରିବା ପଛରେ CSK ପାରିବାରିକ କାରଣ ଦର୍ଶାଇଥିବାବେଳେ ଦଳର ମାଲିକ ଏନ ଶ୍ରୀନିବାସନ୍ କହିଛନ୍ତି ଯେ ସେ ନିଜ ପସନ୍ଦର ସ୍ଥାନ ନ ପାଇ ସେ ରାଗିଛନ୍ତି ।
Published by: Jagdish Barik
First published: September 8, 2020, 10:20 AM IST
corona virus btn
corona virus btn
Loading