IPL 2020: MI vs CSK Preview: ଚେନ୍ନାଇ ସୁପର କିଙ୍ଗ୍ସ ଆଗରେ ତିଷ୍ଠି ପାରିବନି ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ!

Mumabi Indians Vs Chennai Super Kings, Match Preview: ଜାଣନ୍ତୁ କଣ ପାଇଁ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଭାରୀ ପଡିବ?

IPL 2020: MI vs CSK Preview: ଚେନ୍ନାଇ ସୁପର କିଙ୍ଗ୍ସ ଆଗରେ ତିଷ୍ଠି ପାରିବନି ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ!
IPL 2020: ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସ ଉପରେ କାହିଁକି ପଡ଼ିବ ବୋଲି ଜାଣନ୍ତୁ
  • News18 Odia
  • Last Updated: September 19, 2020, 10:54 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଶେଷ ହେବାକୁ ଯାଉଛି କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ଅପେକ୍ଷା । ଶେଷରେ ସେହି ମୁହୂର୍ତ୍ତ ଆସିଛି ଯେତେବେଳେ ଦୁନିଆର ସବୁଠୁ ବଡ଼ ଲିଗର ଏକରୁ ଅଧିକ ଭେଟେରାନ୍ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୨୨ ୟାର୍ଡ଼ର ପିଚ ଓ ୭୦ ୟାର୍ଡ଼ର ସୀମା ଭିତରେ ଦେଖିବାକୁ ମିଳିବ ବଲ୍ ଓ ବ୍ୟାଟର ସବୁଠାରୁ ବଡ ଲଢ଼େଇ । ଇଣ୍ଡିଆନ୍ ପ୍ରିମିୟର ଲିଗର (IPL 2020) ୧୩ତମ ସିଜନ୍ ୧୯ ସେପ୍ଟେମ୍ବର ଶନିବାର ଠାରୁ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ୍ ଆଇପିଏଲର ଦୁଇ ବଡ଼ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବାକୁ ଯାଉଛି । ମୁମ୍ବାଇ ଇଣ୍ଡିଆନ୍ସ ଚାରିଥର ଆଇପିଏଲ ଜିତିଥିବାବେଳେ ଚେନ୍ନାଇ ମଧ୍ୟ ତିନି ଥର ଚାମ୍ପିୟନ ହେବାରେ ସଫଳ ହୋଇଛି । ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇକୁ ୧ ରନରେ ଚେନ୍ନାଇକୁ ହରାଇ ଚାମ୍ପିଅନ୍ ହୋଇଥିଲା । ଯଦିଓ ଏବେ ବର୍ଷ ନୂଆ, ସିଜିନ ନୂଆ, ଓ ଦିନ ବି ନୂଆ ଫଳରେ ଏହି ଟୁର୍ନାମେଣ୍ଟର ବିଜେତା ମଧ୍ୟ ନୂଆ ହୋଇପାରେ । ଜାଣନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବିଜୟ ପାଇଁ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ କିଏ?

ଚେନ୍ନାଇ ଆଗରେ ତିଷ୍ଠି ପାରିବନି ନାହିଁ ମୁମ୍ବାଇ ?
ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସବୁବେଳେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । କିନ୍ତୁ ଶନିବାର ହେବାକୁ ଥିବା ମ୍ୟାଚରେ ଧୋନିଙ୍କ ସେନା ରୋହିତଙ୍କ ଯୋଦ୍ଧାଙ୍କ ଉପରେ ଭାରି ପଡି ପାରନ୍ତି । ଏହାର କାରଣ ହେଉଛି ଆଇପିଏଲର ୟୁଏଇକୁ ସ୍ଥାନାନ୍ତର ହେବା । ୟୁଏଇର ପିଚ୍ ଭାରତ ଭଳି ପାଟା ବା ଶକ୍ତ ନୁହେଁ । ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଏହି ମ୍ୟାଚ୍ ଆବୁଧାବିରେ ଖେଳାଯିବ ଯେଉଁଠାରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ରନ୍ ସ୍କୋର କରିବା ଏତେ ସହଜ ନୁହେଁ । ଚେନ୍ନାଇ ସୁପର କିଙ୍ଗ୍ସ ଆବୁଧାବିରେ ବହୁତ ଲାଭବାନ ହୋଇପାରେ କାରଣ ଏଠାରେ ଥିବା ପିଚ୍ ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ ପରି ଓ ସ୍ପିନରଙ୍କ ପାଇଁ ଉପଯୋଗୀ ଓ ସହାୟକ ହୋଇଥାଏ ।

ଧୋନିଙ୍କ ପାଖର ଅଛନ୍ତି ସର୍ବୋତ୍ତମ ସ୍ପିନର
ଆବୁଧାବିର ପିଚ୍ ଅନୁଯାୟୀ ଚେନ୍ନାଇ ସୁପର କିଙ୍ଗ୍ସର ମୁମ୍ବାଇ ଦଳ ଅପେକ୍ଷା ଭଲ ଖେଳାଳି ଅଛନ୍ତି । ଚେନ୍ନାଇ ଦଳର ସ୍ପିନ୍ ଆକ୍ରମଣ ମୁମ୍ବାଇ ଅପେକ୍ଷା ଭଲ । ଧୋନିଙ୍କ ପାଖରେ ରବିନ୍ଦ୍ର ଜାଡେଜା, ମିଚେଲ ସାଣ୍ଟନର୍, ଇମ୍ରାନ ତାହିର ଓ ପୀୟୁଷ ଚାୱଲାଙ୍କ ଭଳି ଶ୍ରେଷ୍ଠ ସ୍ପିନର ଅଛନ୍ତି । ଧୋନି ପ୍ରଥମ ମ୍ୟାଚରେ ଇମ୍ରାନ ତାହିର, ପୀୟୁଷ ଚାୱଲା ଓ ରବିନ୍ଦ୍ର ଜାଡେଜାଙ୍କୁ ଏକା ସହ ଦଳର ଏକାଦଶରେ ସାମିଲ କରି ପାରନ୍ତି । ଏଥି ସହିତ ମୁମ୍ବାଇ ଇଣ୍ଡିଆନ୍ସ ଭାରତୀୟ ପିଚ୍ ଅନୁଯାୟୀ ନିଜ ଦଳରେ ଖେଳାଳି ଚୟନ କରିଥିଲା ​​ଓ ଏମାନଙ୍କ ପାଖରେ ରାହୁଲ ଚହର, କ୍ରୁନାଲ ପାଣ୍ଡ୍ୟାଙ୍କ ଭଳି ସ୍ପିନର ଅଛନ୍ତି କିନ୍ତୁ ଏମାନଙ୍କ ଅଭିଜ୍ଞତା ଧୋନିଙ୍କ ସ୍ପିନରଙ୍କଠାରୁ ଅଧିକ ନୁହେଁ । ତେବେ କ୍ରିକେଟ୍ ସେହି ଦିନର ଖେଳ ଓ ଯିଏ ଆବୁଧାବି ପିଚ୍ ରେ ଭଲ କ୍ରିକେଟ୍ ଖେଳିବ ସେ ବିଜୟ ହେବ ।

ମୁମ୍ବାଇ ବ୍ୟାଟିଂ ଶକ୍ତିଶାଳୀ
ଯଦି ଚେନ୍ନାଇର ବୋଲିଂ ଶକ୍ତିଶାଳୀ ତେବେ ମୁମ୍ବାଇର ବ୍ୟାଟିଂ ଅର୍ଡରବି ଅଧିକ ଶକ୍ତିଶାଳୀ । ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତ ଶର୍ମା, କ୍ୱିଣ୍ଟନ୍ ଡିକକ୍, ସୂର୍ୟ୍ଯକୁମାର ଯାଦବ, କେୟାରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଚମତ୍କାର ବ୍ୟାଟ୍ସମ୍ୟାନ୍ ଅଛନ୍ତି । ଧୋନିଙ୍କ ପାଖରେ ୱାଟସନ, ରାୟୁଡୁ ଓ ଡୁପ୍ଲେସିଙ୍କ ଭଳି ବ୍ୟାଟ୍ସମ୍ୟାନ୍ ମଧ୍ୟ ଅଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂ ମୁମ୍ବାଇ ଭଳି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରେ ନାହିଁ ।

ପରିସଂଖ୍ୟାନରେ ମୁମ୍ବାଇ ଆଗରେ
ପରିସଂଖ୍ୟାନ ଦୃଷ୍ଟିରୁ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସର୍ବଦା ଭାରୀ ରହିଆସିଛି । ଦୁଇ ଦଳ ମଧ୍ୟରେ ୨୮ଟି ମ୍ୟାଚ୍ ହୋଇଛି, ସେଥିମଧ୍ୟରୁ ୧୭ଟି ମ୍ୟାଚ୍ ମୁମ୍ବାଇ ଓ ୧୧ଟି ଚେନ୍ନାଇ ଜିତିଛି । ବାସ୍ତବରେ ଗତ ୭ବର୍ଷ ମଧ୍ୟରେ ମୁମ୍ବାଇ ଦଳ ପ୍ରଥମ ମ୍ୟାଚ୍ କେବେ ଜିତି ନାହିଁ । କିନ୍ତୁ ମୁମ୍ବାଇ ଶେଷ ୧୦ଟି ମ୍ୟାଚ୍ ମଧ୍ୟରୁ ୮ଟିରେ ଚେନ୍ନାଇକୁ ପରାସ୍ତ କରିଛି ।

ଚେନ୍ନାଇ ସୁପର କିଙ୍ଗ୍ସ ସମ୍ଭାବ୍ୟ ଦଳ
୧. ସେନ ୱାଟସନ, ୨. ଅମ୍ବାତି ରାୟୁଡୁ, ୩. ଫାଫ ଡୁପ୍ଲେସି, ୪. ଏମଏସ ଧୋନି (ଅଧିନାୟକ / ୱିକେଟକିପର), ୫. କେଦାର ଯାଦବ, ୬. ରବିନ୍ଦ୍ର ଜାଡେଜା, ୭. ପୀୟୁଷ ଚାୱଲା, ୮. ଦୀପକ ଚହର, ୯. ଶାର୍ଦ୍ଦୁଲ ଠାକୁର, ୧୦. ଇମ୍ରାନ୍ ତାହିର, ୧୧. ଡ୍ରେୱନ ବ୍ରାଭୋ

ମୁମ୍ବାଇ ଇଣ୍ଡିଆନ୍ସର ସମ୍ଭାବ୍ୟ ଦଳ
୧. ରୋହିତ ଶର୍ମା (ଅଧିନାୟକ), ୨. କ୍ୱିଣ୍ଟନ୍ ଡି କକ୍ (ୱିକେଟକିପର), ୩. ସୂର୍ଯ୍ୟକୁମାର ଯାଦବ, ୪. ଇଶାନ କିଶନ, ୫. କାୟରନ ପୋଲାର୍ଡ, ୬. ହାର୍ଦ୍ଦିକ ପାଣ୍ଡ୍ୟା, ୭. କ୍ରୁନାଲ ପାଣ୍ଡ୍ୟା, ୮. ନାଥନ କୁଲ୍ଟର-ନାଇଲ, ୯. ରାହୁଲ ଚହର, ୧୦. ଟ୍ରେଣ୍ଟ ବୋଲ୍ଟ, ୧୧. ଜସପ୍ରୀତ ବୁମ୍ରା
Published by: Jagdish Barik
First published: September 19, 2020, 10:53 AM IST
corona virus btn
corona virus btn
Loading