IPL 2020: ୟୁଏଇରେ ପହଞ୍ଚିବା ମାତ୍ରେ କେଭିନ ପିଟରସେନ ଏକ ବଡ଼ ବିବୃତ୍ତି ଦେଲେ; କହିଲେ କିଏ ଏହି ସିଜନରେ ବିଜେତା ହେବ

ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ କେଭିନ୍ ପିଟରସେନ୍ ଆଇପିଏଲ୍ ୨୦୨୦ କମେଣ୍ଟ୍ରି ପ୍ୟାନେଲର ଏକ ଅଂଶ ଓ ସେ ୟୁଏଇରେ (UAE) ପହଞ୍ଚି ସାରିଛନ୍ତି ।

କେଭିନ୍ ପିଟରସେନ IPL ପାଇଁ UAE ପହଞ୍ଚିଛନ୍ତି (ଫାଇଲ୍ ଫଟୋ)

କେଭିନ୍ ପିଟରସେନ IPL ପାଇଁ UAE ପହଞ୍ଚିଛନ୍ତି (ଫାଇଲ୍ ଫଟୋ)

  • News18 Odia
  • Last Updated :
  • Share this:
News18 Odia Digital
ନୂଆ ଦିଲ୍ଲୀ: ବର୍ତ୍ତମାନ ଆଇପିଏଲର (IPL) ୧୩ ତମ ସିଜନ୍ ଆରମ୍ଭ ହେବାକୁ ଆଉ ମାତ୍ର ଏକ ସପ୍ତାହରୁ କମ୍ ସମୟ ବାକି ଅଛି । ଖେଳାଳିଙ୍କ ପରେ ସମୀକ୍ଷକ ମାନେ ମଧ୍ୟ ୟୁଏଇରେ ପହଞ୍ଚିଛନ୍ତି । ଏହି ସିଜିନରେ ପ୍ରତ୍ୟେକ ଦଳ ଦୃଢ଼ ଦେଖା ଯାଉଛନ୍ତି । ତେଣୁ ଏହି ସମୟରେ ବିଜେତା ବାଛିବା ବହୁତ କଷ୍ଟକର । କିନ୍ତୁ ୟୁଏଇରେ ପହଞ୍ଚିବା ମାତ୍ରେ ଇଂଲଣ୍ଡ ତାରକା ବ୍ୟାଟ୍ସମ୍ୟାନ୍ କେଭିନ ପିଟରସେନ କହିଛନ୍ତି ଯେ ତାଙ୍କ ଅନୁଯାୟୀ କିଏ ଏଥର ବିଜେତା ହେବ । ପିଟରସନ ଆଇପିଏଲର କମେଣ୍ଟ୍ରି ପ୍ୟାନେଲର ଏକ ଅଂଶ ଅଛନ୍ତି ।

ପିଟରସନ ଯୁବ ଦିଲ୍ଲୀ ଉପରେ ବିଶ୍ୱାସ କରିଛନ୍ତି
ପିଟରସେନ (Kevin Pietersen) ଏକ ବିବୃତ୍ତିରେ କହିଛନ୍ତି ଯେ ଏଥର ସେ ଅନୁଭବ କରୁଛନ୍ତି ଯେ ଦିଲ୍ଲୀ କ୍ୟାପିଟାଲ ଦଳ ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ ଆଇପିଏଲ ଟାଇଟଲ ଜିତିପାରିବ । ଦିଲ୍ଲୀକୁ ଟାଇଟଲ୍ ପ୍ରତିଯୋଗୀ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଶ୍ରେୟାସଙ୍କ ଅଧିନାୟକତ୍ୱରେ ଏହି ଦଳ ବହୁତ ଶକ୍ତିଶାଳୀ ଦେଖାଯାଉଛି ଓ ତାଙ୍କ ବିଜୟର ସମ୍ଭାବନା ବହୁତ ଅଧିକ । ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ ଦଳ ପ୍ଲେ ଅଫରେ ପହଞ୍ଚିଥିଲା । ତେବେ ସେ ଥରେ ବି ଟାଇଟଲ ଜିତିବାରେ ସକ୍ଷମ ହୋଇନାହାଁନ୍ତି । କେଭିନ ପିଟରସେନ ମଧ୍ୟ ଦିଲ୍ଲୀ ପାଇଁ ଖେଳିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ ଦଳକୁ ଏଥର ଭିନ୍ନ ରଙ୍ଗରେ ଦେଖିବାକୁ ମିଳିବ
ଦିଲ୍ଲୀ କ୍ୟାପିଟାଲ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେଉଛନ୍ତି ଋଷଭ ପନ୍ତ ଯିଏ ଗତ ଦୁଇ ସିଜିନରେ ଭଲ ପ୍ରଦର୍ଶନ କରୁଛନ୍ତି । ଗତ ଦୁଇ ସିଜିନରେ ଋଷଭ ପନ୍ତ ୧୧୭୨ ରନ୍ ସ୍କୋର କରିଛନ୍ତି ଓ ତାଙ୍କର ମ୍ୟାଚ ପିଚା ରନ ହାରାହାରି ୪୫.୦୭ ରହିଛି । ବୋଲିଂରେ କାଗିସୋ ରାବାଡା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର । ଗତ ସିଜିନରେ ରାବଡା ମାତ୍ର ୧୪.୭୨ ହାରାହାରିରେ ମୋଟ ୨୫ ୱିକେଟ୍ ନେଇଥିଲେ । ଯଦି ଆଇପିଏଲର କୌଣସି ଦଳ ଯୁବକଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରାଯିବ, ତେବେ ଏହା ହେଉଛି ଦିଲ୍ଲୀ । ଦିଲ୍ଲୀ କ୍ୟାପିଟାଲ ଦଳର ଶ୍ରେୟସ୍ ଆୟରଙ୍କ ପାଖରେ ଋଷଭ ପନ୍ତ ଓ ପୃଥ୍ବୀ ଶୋ ପରି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ଯୁବ ଦ୍ରୁତ ବୋଲର କାଗିସୋ ରାବାଡା ମଧ୍ୟ ଏହି ଦଳର ଏକ ଅଂଶ କିନ୍ତୁ ଏହା ସତ୍ୱେ ଦଳ କେବେବି ଆଇପିଏଲର ଫାଇନାଲରେ ପ୍ରବେଶ କରି ନାହିଁ ।
Published by:Jagdish Barik
First published: