IPL 2020: ଜୋଫ୍ରା ଆର୍ଚର ୭ ବର୍ଷ ପୂର୍ବେ କରିଥିଲେ ଭବିଷ୍ୟବାଣୀ - କ୍ରିସ୍ ଗେଲ୍ କରି ପାରିବେ ନାହିଁ ଶତକ; ଟ୍ୱିଟ୍ ହେଉଛି ଭାଇରାଲ୍

IPL 2020: ମ୍ୟାଚର ୧୯ ତମ ଓଭରରେ ଜୋଫ୍ରା ଆର୍ଚର (Jofra Archer) କ୍ରିସ୍ ଗେଲଙ୍କୁ (Chris Gayle) ୯୯ ରନ ସ୍କୋରରେ ଆଉଟ କରିଦେଇଥିଲେ ।

IPL 2020: ଜୋଫ୍ରା ଆର୍ଚର ୭ ବର୍ଷ ପୂର୍ବେ କରିଥିଲେ ଭବିଷ୍ୟବାଣୀ - କ୍ରିସ୍ ଗେଲ୍ କରି ପାରିବେ ନାହିଁ ଶତକ; ଟ୍ୱିଟ୍ ହେଉଛି ଭାଇରାଲ୍
ଜୋଫ୍ରା ଆର୍ଚର ୭ ବର୍ଷ ପୂର୍ବେ କରିଥିଲେ ଭବିଷ୍ୟବାଣୀ - କ୍ରିସ୍ ଗେଲ୍ କରି ପାରିବେ ନାହିଁ ଶତକ
  • News18 Odia
  • Last Updated: October 31, 2020, 4:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇଂଲଣ୍ଡର ଫାଷ୍ଟ ବୋଲର ଜୋଫ୍ରା ଆର୍ଚର (Jofra Archer) ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ଏହାର କାରଣ ହେଉଛି ତାଙ୍କର ସଠିକ ଭବିଷ୍ୟବାଣୀ । ଏଥିରୁ ଜଣାପଡୁଛି ଯେ କ୍ରିକେଟ୍ ଦୁନିଆରେ ଆଗାମୀ ଦିନରେ କଣ ଘଟିବ ସେ ଏହି ବିଷୟରେ ଆଗରୁ ଜାଣିଛନ୍ତି । କୌଣସି ମ୍ୟାଚରେ ଏକ ବଡ ଘଟଣା ପରେ ପ୍ରଶଂସକମାନେ ତାଙ୍କ ପୁରୁଣା ଟ୍ୱିଟ୍କୁ ସର୍ଚ୍ଚ କରିଥାନ୍ତି ଓ ପରେ ଏହାକୁ ବର୍ତ୍ତମାନର ଘଟଣା ସହିତ ସଂଯୋଗ କରି ଦେଖିଥାନ୍ତି । ଆର୍ଚର ଯାହାବି ନିଜ ପୁରୁଣା ଟ୍ୱିଟରେ ଲେଖନ୍ତି ତାହା ସତ ହୋଇଥାଏ । ଏବେ କିଙ୍ଗସ ଏକାଦଶ ପଞ୍ଜାବର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ (Chris Gayle) ୯୯ ରନରେ ଆଉଟ ହେବା ପରେ ଆର୍ଚରଙ୍କ ୭ବର୍ଷ ପୁରୁଣା ଟ୍ୱିଟ ଭାଇରାଲ ହେବାରେ ଲାଗିଛି ।

ପୁରୁଣା ଟ୍ୱିଟରେ ଆର୍ଚର କ’ଣ ଲେଖିଛନ୍ତି?
ଜୋଫ୍ରା ଆର୍ଚର ୨୨ ଫେବୃଆରୀ ୨୦୧୩ ରାତି ୧୦:୩୦ ରେ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ ସେ ଲେଖିଛନ୍ତି ଯେ ଯଦି ସେ ବୋଲିଂ କରିଥାନ୍ତେ ତେବେ କ୍ରିସ୍ ଗେଲ ତାଙ୍କ ଶତକ ପୂରଣ କରିବାକୁ ଦେଇ ନ ଥାନ୍ତେ । ଶୁକ୍ରବାର ରାତିରେ ତାହା ହିଁ ଘଟିଛି । ମ୍ୟାଚର ୧୯ତମ ଓଭରରେ ଗେଲ୍ ଜୋଫ୍ରା ଆର୍ଚରଙ୍କ ତୃତୀୟ ବଲରୁ ଚମତ୍କାର ଛକା ସହ ୯୯ ସ୍କୋରରେ ପହଞ୍ଚିଥିଲେ । ଗେଲଙ୍କ ବ୍ୟାଟରେ ଆଉ ଏକ ଶତକ ବାହାରିବାର ନିଶ୍ଚିତ ମାନେ ହେଉଥିଲା କିନ୍ତୁ ସେ ଚତୁର୍ଥ ବଲରେ ବୋଲ୍ଡ ହୋଇଥିଲେ ।



ଗେଲ୍ ମିଳାଇଲେ ହାତ- ଆଉଟ ହେବ ପରେ କ୍ରିସ୍ ଗେଲ ହାତବାକ ହୋଇ ନିଜ ବ୍ୟାଟ୍କୁ ମିଡ ୱିକେଟ୍ ଆଡକୁ ଫିଙ୍ଗିଦେଇଥିଲେ କିନ୍ତୁ ପାଭିଲିୟନକୁ ଫେରିବାବେଳେ ସେ ଆର୍ଚରଙ୍କ ସହ ହାତ ମିଳାଇଥିଲେ । ଆର୍ଚର ନିଜେ ମଧ୍ୟ ଏହି ଫଟୋକୁ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଗେଲ ତାଙ୍କ ସହିତ ହାତ ମିଳାଉଛନ୍ତି । ସେ ଲେଖିଛନ୍ତି ଯେ ସେ ଏବେବି ବସ୍ ଅଟନ୍ତି ।



ଜୋଫ୍ରାଙ୍କ ପ୍ରଶଂସା: ଜୋଫ୍ରାଙ୍କ ପୁରୁଣା ଟ୍ୱିଟ୍ ବହୁତ ଭାଇରାଲ୍ ହେବାରେ ଲାଗିଛି । ଲୋକମାନେ ଜୋଫ୍ରା ଆର୍ଚର ସବାସୀ ଦେଉଛନ୍ତି । ଆର୍ଚର ଏହି ମ୍ୟାଚ୍‌ରେ ୪ ଓଭର ବୋଲିଂରେ ଦୁଇଟି ୱିକେଟ୍ ନେଇଥିଲେ ।





ଆର୍ଚର ମହାନ ବୋଲିଂ ରାଜସ୍ଥାନ ରୟାଲ୍ସ ପାଇଁ ପ୍ଲେ ଅଫରେ ସ୍ଥାନ ପାଇବାକୁ ନେଇ ଆଶା ବଢ଼ାଇଛି ।
Published by: Jagdish Barik
First published: October 31, 2020, 4:04 PM IST
corona virus btn
corona virus btn
Loading