IPL 2020: ପ୍ରକାଶ ପାଇଲା IPL ର କାର୍ଯ୍ୟସୂଚୀ; ଜାଣନ୍ତୁ କେଉଁ ଦିନ କେଉଁ ଦଳ ସଂଘର୍ଷ କରିବେ

ଆଇପିଏଲ୍ ୨୦୨୦ ର ୧୩ ତମ ସିଜନ୍ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ୟୁଏଇରେ ଅନୁଷ୍ଠିତ ହେବ ।

IPL 2020: ପ୍ରକାଶ ପାଇଲା IPL ର କାର୍ଯ୍ୟସୂଚୀ; ଜାଣନ୍ତୁ କେଉଁ ଦିନ କେଉଁ ଦଳ ସଂଘର୍ଷ କରିବେ
IPL ର ଉଦ୍‌ଘାଟନୀ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ
  • News18 Odia
  • Last Updated: September 6, 2020, 6:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍ (Coronavirus) ବିପଦ ମଧ୍ୟରେ ବର୍ତ୍ତମାନ IPL ର ୧୩ ତମ ସିଜନ୍ ଅନୁଷ୍ଠିତ ହେବାକୁ ଯାଉଛି । ୟୁଏଇରେ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଆଇପିଏଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ । ଏହି କ୍ରିକେଟ ଲିଗର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ ଆଇପିଏଲର ଦୁଇ ସଫଳ ଦଳ, ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ ।

ମାର୍ଚ୍ଚ ମାସରେ ଆଇପିଏଲ୍ ୧୩ତମ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବାର ଥିଲା, କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ଯେହେତୁ ପ୍ରଥମେ ଏସିଆ କପ୍ ଓ ପରେ ଟି -୨୦ ବିଶ୍ୱକପ୍ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ଫଳରେ ବିସିସିଆଇ ଏହା ଆୟୋଜନ କରିବା ପାଇଁ ୱିଣ୍ଡୋ ପାଇଥିଲା । ବିସିସିଆଇ ମଧ୍ୟ ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ୟୁଏଇରେ ଏହାକୁ ସଂଗଠିତ କରିବାକୁ ସ୍ଥିର କରିଥିଲା ।



ଏଥର ଲିଗ୍ ର ପୂରା ସିଜନ୍ ୫୩ ଦିନ ଧରି ଚାଲିବ । ଯେଉଁଥିରେ ସମୁଦାୟ ୧୦ଟି ଡବଲ୍ ହେଡର୍ ମ୍ୟାଚ ଖେଳାଯିବ । ବିଶ୍ୱର ସର୍ବବୃହତ୍ତ ଟି -୨୦ କ୍ରିକେଟ୍ ଲିଗ୍ ମଧ୍ୟରୁ ଆଇପିଏଲ୍ ୟୁଏଇର ତିନିଟି ସ୍ଥାନରେ ଆବୁଧାବି, ଦୁବାଇ ଓ ଶାରଜା ଠାରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁଯାୟୀ ମ୍ୟାଚ୍ ଅପରାହ୍ନ ୩:୩୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୭:୩୦ରେ ଶେଷ ହେବ । ସନ୍ଧ୍ୟାର ମ୍ୟାଚ୍ ଅଧା ଘଣ୍ଟା ପୂର୍ବରୁ କରି ଦିଆଯାଇଛି । ଦୁବାଇରେ ୨୪ଟି, ଆବୁଧାବିରେ ୨୦ଟି ଓ ଶାରଜାରେ ୧୨ଟି ମ୍ୟାଚ୍ ଖେଳାଯିବ । ପରେ ପ୍ଲେ ଅଫ୍ ଓ ଫାଇନାଲ ମ୍ୟାଚ କାର୍ଯ୍ୟସୂଚୀ ଘୋଷଣା କରାଯିବ ।



ସମସ୍ତଙ୍କ ନଜର ଧୋନି ଉପରେ ରହିବ
ପ୍ରଥମ ମ୍ୟାଚରେ ପ୍ରଶଂସକମାନେ ପଡ଼ିଆରେ ଏମଏସ ଧୋନିଙ୍କ ଝଲକ ପାଇବେ । ଗତ ବର୍ଷ ବିଶ୍ୱକପ ପରଠାରୁ କ୍ରିକେଟ୍ ଠାରୁ ଦୂରରେ ରହିଥିବା ଧୋନି ଆଇପିଏଲ୍ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିବାର ପରଦିନ ଅନ୍ତର୍ଜାତୀୟ କ୍ରିକେଟ୍କୁ ବିଦାୟ ଜଣାଇଥିଲେ ଓ ବର୍ତ୍ତମାନ ଧୋନି ଏକ ବର୍ଷରୁ ଅଧିକ ସମୟ ପରେ ପଡ଼ିଆରେ ହାଜର ହେବାକୁ ଯାଉଛନ୍ତି । ଧୋନିଙ୍କ ଅବସର ପରେ ରୋହିତ ଶର୍ମା ଟ୍ୱିଟ୍ କରି ଅଭିନନ୍ଦନ ଜଣାଇ କହିଥିଲେ ଯେ ସେ ତାଙ୍କୁ ସେପ୍ଟେମ୍ବର ୧୯ରେ ଟସ୍‌ରେ ଭେଟୁଛନ୍ତି ।
Published by: Jagdish Barik
First published: September 6, 2020, 6:27 PM IST
corona virus btn
corona virus btn
Loading