IPL 2020: ବିରାଟ କୋହଲିଙ୍କୁ କଲେ ଟାର୍ଗେଟ ଗୌତମ ଗମ୍ଭୀର; କହିଲେ - ତାଙ୍କ ବ୍ୟତୀତ ଅନ୍ୟ କାହାକୁ ଅଧିନାୟକ ବନାନ୍ତୁ RCB

Eliminator, RCB Vs SRH: ବିରାଟଙ୍କ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୩୧ ରନ୍ ସ୍କୋର କରି ପାରିଥିଲା । ଏହାର ଜବାବରେ ସନରାଇଜର୍ସ ୬ଟି ୱିକେଟ୍ ହରାଇ ଏହି ମ୍ୟାଚକୁ ଜିତି ନେଇଥିଲା । ଏହି ପରାଜୟ ପରେ ବିରାଟଙ୍କ ଦଳ ଆଇପିଏଲରୁ ବାହାରି ଯାଇଥିଲା ।

IPL 2020: ବିରାଟ କୋହଲିଙ୍କୁ କଲେ ଟାର୍ଗେଟ ଗୌତମ ଗମ୍ଭୀର; କହିଲେ - ତାଙ୍କ ବ୍ୟତୀତ ଅନ୍ୟ କାହାକୁ ଅଧିନାୟକ ବନାନ୍ତୁ RCB
ବିରାଟଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ ଗମ୍ଭୀର
  • News18 Odia
  • Last Updated: November 7, 2020, 10:49 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିରାଟ କୋହଲିଙ୍କ (Virat Kohli) ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର (RCB) ପୁଣି ଥରେ ଆଇପିଏଲ ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଛି । ଶୁକ୍ରବାର ଦିନ ଏଲିମିନେଟର ମ୍ୟାଚ୍‌ରେ ଆରସିବି ଦଳ ସନରାଇଜର୍ସ ହାଇଦ୍ରାବାଦ (SRH) ଠାରୁ ସହଜରେ ପରାସ୍ତ ହୋଇଛି । ବିରାଟଙ୍କ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୩୧ ରନ୍ ସ୍କୋର କରିବାକୁ । ଏହାର ଜବାବରେ ସନରାଇଜର୍ସ ୬ଟି ୱିକେଟ୍ ହରାଇ ଏହି ମ୍ୟାଚକୁ ଜିତି ନେଇଥିଲା । ଆରସିବି ପରାଜୟ ପରେ ଭାରତର ପୂର୍ବତନ ଦଳର କ୍ରିକେଟର ଗୌତମ ଗମ୍ଭୀର (Gautam Gambhir) ବିରାଟଙ୍କ ଅଧିନାୟକତ୍ୱ ଓ ତାଙ୍କ ଦଳ ଉପରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଏହି ଦଳ ପ୍ଲେ ଅଫରେ ମଧ୍ୟ ପହଞ୍ଚିବା ପାଇଁ ଯୋଗ୍ୟ ନ ଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଆରବସିଙ୍କୁ ବିରାଟଙ୍କ ବ୍ୟତୀତ ଅନ୍ୟ କାହାକୁ ଅଧିନାୟକ କରାଯିବା ଉଚିତ୍ ।

ପରିବର୍ତ୍ତନ କରନ୍ତୁ ଅଧିନାୟକ
ଆରସିବି ପରାଜୟ ପରେ ଗମ୍ଭୀର ESPN କ୍ରିକିନଫୋ ସହ କଥା ହୋଇ କହିଛନ୍ତି ଯେ ଆରସିବି ବର୍ତ୍ତମାନ ଅଧିନାୟକଙ୍କୁ ପରିବର୍ତ୍ତନ କରିବା ଆବଶ୍ୟକ । ଗମ୍ଭୀରଙ୍କୁ ପଚରାଯାଇଥିଲା କି ଆରସିବି ଅଧିନାୟକତ୍ୱରେ ପରିବର୍ତ୍ତନ ଆବଶ୍ୟକ କି? ଏହି ପ୍ରଶ୍ନର ଉତ୍ତରରେ ଗମ୍ଭୀର କହିଛନ୍ତି, 'ଅବଶ୍ୟ ଶତ ପ୍ରତିଶତ । ପ୍ରକୃତରେ ସମସ୍ୟା ହେଉଛି ଦାୟିତ୍ୱ ବିଷୟରେ । ବିନା ଟ୍ରଫିରେ ୮ବର୍ଷ । ୮ ବର୍ଷ ଏକ ଦୀର୍ଘ ସମୟ । ଆପଣ ଟ୍ରଫି ବିନା ଅନ୍ୟ ଖେଳାଳୀଙ୍କୁ ରଖବେ ନାହିଁ । ଏହା ଏକ ଦାୟିତ୍ୱ ଅଟେ ।

ପରାଜୟ ପାଇଁ କିଏ ଦାୟୀ?
ଗମ୍ଭୀର ବିରାଟ କୋହଲିଙ୍କ ନାମ ନ ରଖି ସେ କହିଛନ୍ତି ଯେ ଏହି ଦଳର ସହାୟକ କର୍ମଚାରୀ, ପରିଚାଳନା ଓ ନେତୃତ୍ୱରେ ସମସ୍ୟା ରହିଛି । ସେ କହିଛନ୍ତି, 'ଯେପର୍ଯ୍ୟନ୍ତ ପରାଜୟ ପାଇଁ ନେତୃତ୍ୱ ଦାୟୀ ନହୁଏ, ସେପର୍ଯ୍ୟନ୍ତ ଏହା ଘଟିବ । ସପୋର୍ଟ ଷ୍ଟାଫ୍, କୋଚ୍, ବ୍ୟାଟିଂ କୋଚ୍, ସମସ୍ତଙ୍କ ପାଇଁ ମୁଁ ବହୁତ ଦୁଃଖିତ । ପ୍ରତିବର୍ଷ କୋଚ୍ ବଦଳା ଯାଉଛି । କିନ୍ତୁ ସମସ୍ୟା ଅନ୍ୟତ୍ର ରହିଛି ।

ମଞ୍ଜରେକର ମଧ୍ୟ ଦଳ ଉପରେ ପ୍ରଶ୍ନ ଉଠାଇଛନ୍ତି
ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ସଞ୍ଜୟ ମଞ୍ଜରେକର କହିଛନ୍ତି ଯେ ପ୍ଲେ ଅଫରେ ପହଞ୍ଚିବା ବଡ କଥା ନୁହେଁ । ସେ କହିଛନ୍ତି, 'ଆରସିବିରେ ସମସ୍ୟା ହେଉଛି ଏହି ଦଳ ପାଞ୍ଚଟି ମ୍ୟାଚ୍ ଜିତିବ ଓ ପରେ ପାଞ୍ଚଟି ମ୍ୟାଚ୍ ହାରିବ । ପ୍ଲେ ଅଫ୍ ରେ ପହଞ୍ଚିବା ଏକ ବଡ କଥା ନୁହେଁ । ଏଠାରେ ୮ଟି ଦଳ ମଧ୍ୟରୁ ୪ଟି ଦଳ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିନ୍ତି । ଅର୍ଥାତ ୫୦ ପ୍ରତିଶତ ଦଳ ପ୍ଲେ ଅଫରେ ସ୍ଥାନ ମିଳିଯାଇ ଥାଏ ।"
Published by: Jagdish Barik
First published: November 7, 2020, 10:47 AM IST
corona virus btn
corona virus btn
Loading