IPL 2020: କଣ ଧୋନିଙ୍କ କ୍ରୋଧ ଯୋଗୁଁ ଅମ୍ପାୟାର ବଦଳାଇ ଦେଲେ ନିଜ ନିଷ୍ପତ୍ତି; ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା

ଏହି ମ୍ୟାଚ୍ ସମୟରେ ପ୍ରଶଂସକମାନେ ପୁଣି ଥରେ ମହେନ୍ଦ୍ର ସିଂ ଧୋନିଙ୍କ (MS Dhoni) କ୍ରୋଧ ଦେଖିବାକୁ ପାଇଥିଲେ । ଧୋନିଙ୍କ ଏହି କ୍ରୋଧ ଯୋଗୁଁ ଅମ୍ପାୟାର ୱାଇଡ ବଲ (Wide Ball) ଦେଇନଥିଲେ ।

IPL 2020: କଣ ଧୋନିଙ୍କ କ୍ରୋଧ ଯୋଗୁଁ ଅମ୍ପାୟାର ବଦଳାଇ ଦେଲେ ନିଜ ନିଷ୍ପତ୍ତି; ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା
ଧୋନିଙ୍କ କ୍ରୋଧ ଯୋଗୁଁ ଅମ୍ପାୟାର ବଦଳାଇ ଦେଲେ ନିଜ ନିଷ୍ପତ୍ତି!
  • News18 Odia
  • Last Updated: October 14, 2020, 9:59 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟ ଲିଗର (IPL 2020) ୧୯ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ (Chennai Super Kings) ଓ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା । CSK ତରଫରୁ ସେନ ୱାଟସନ ସର୍ବଧିକ ୪୨ ରନ୍ ଓ ଅମ୍ବାତି ରାୟୁଡୁଙ୍କ ୪୧ ରନ୍ ସ୍କୋର କରିଥିଲେ । ରବିନ୍ଦ୍ର ଜାଡେଜା ଶେଷରେ ୧୦ଟି ବଲରୁ ତିନିଟି ଚୌକା ଓ ଗୋଟିଏ ଛକା ସହ ୨୫ ରନ୍ କରିନଥିଲେ । ପ୍ରଥମେ ବ୍ୟାଟିଂ କରି CSK ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ସନରାଇଜର୍ସ ହାଇଦ୍ରାବାଦର ଦଳ ୮ଟି ୱିକେଟ୍ ହରାଇ ୧୪୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା ଓ ୨୦ ରନରେ ଏହି ମ୍ୟାଚଟିକୁ ହାରିଯାଇଥିଲା । ମ୍ୟାଚ୍ ସମୟରେ ମହେନ୍ଦ୍ର ସିଂ ଧୋନି ଓ ଅମ୍ପାୟାରଙ୍କ ମଧ୍ୟରେ ଏକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହେଉଛି ।

ଏହି ମ୍ୟାଚ୍ ସମୟରେ ପ୍ରଶଂସକମାନେ ପୁଣି ଥରେ ମହେନ୍ଦ୍ର ସିଂ ଧୋନିଙ୍କ (MS Dhoni) କ୍ରୋଧ ଦେଖିବାକୁ ପାଇଥିଲେ । ଧୋନିଙ୍କ ଏହି କ୍ରୋଧ ଯୋଗୁଁ ଅମ୍ପାୟାର ୱାଇଡ ବଲ (Wide Ball) ଦେଇନଥିଲେ । ଧୋନିଙ୍କ କ୍ରୋଧର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଧୋନିଙ୍କ କ୍ରୋଧ ହେତୁ ଅମ୍ପାୟାରଙ୍କ ୱାଇଡ ବଲ ନଦେବା ମଧ୍ୟ ସମାଲୋଚିତ ହେଉଛି ।













ବାସ୍ତବରେ ଶାର୍ଦ୍ଦୁଲ ଠାକୁର ବୋଲିଂ କରୁଥିବାବେଳେ ସନରାଇଜର୍ସ ହାଇଦ୍ରାବାଦର ଇନିଂସର ୧୯ ତମ ଓଭରରେ ଏହା ଘଟିଥିଲା । ୧୯ ଓଭରର ଦ୍ୱିତୀୟ ବଲ ଶାର୍ଦ୍ଦୁଲ ଠାକୁର (Shardul Thakur) ରସିଦ ଖାନଙ୍କୁ ଏକ ୱାଇଡ ୟର୍କର ବଲ ପକାଇଥିଲେ ଯାହା ଅଫ୍ ଷ୍ଟମ୍ପ ବାହାରେ ଦେଇ ଯାଇଥିଲା । ଏହା ଉପରେ ଅମ୍ପାୟାର ପଲ୍ ରିଫେଲ୍ (Paul Reiffel) ୱାଇଡ ବଲ ଦେବାକୁ ହାତ ବାହାର କରିଥିଲେ କିନ୍ତୁ ଧୋନି ୱିକେଟ୍ ପଛରେ କ୍ରୋଧିତ ହେବା ନଜର ଆସିଥିଲେ । ଧୋନି ଅମ୍ପାୟାରଙ୍କ ଉପରେ କ୍ରୋଧିତ ହୋଇଠିଆ ନଜର ଆସିଥିଲେ ଯାହା ପରେ ଅମ୍ପାୟାର ଏକ ୱାଇଡ ବଲ ଦେଇନଥିଲେ ।

ମହେନ୍ଦ୍ର ସିଂ ଧୋନିଙ୍କ କ୍ରୋଧ ଯୋଗୁଁ ଅମ୍ପାୟାର ଏହିପରି ଭାବେ ନିଷ୍ପତି ପରିବର୍ତ୍ତନ କରିଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ପ୍ରଶଂସକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ଏହି ବିଜୟ ପରେ ସିଏସକେ ଅଧିନାୟକ ଧୋନି କହିଛନ୍ତି ଯେ ଏହି ମ୍ୟାଚ୍ ଭଲ ଥିଲା ଓ ଶେଷରେ ଦୁଇ ପଏଣ୍ଟ ଗୁରୁତ୍ୱପୂର୍ଣ୍ଣ । ମହେନ୍ଦ୍ର ସିଂ ଧୋନି ((MS Dhoni) କହିଛନ୍ତି, ''ମୁଁ ଭାବୁଛି ଆଜି ଆମକୁ ଦୁଇ ପଏଣ୍ଟ ମିଳିବା ଯଥାର୍ଥ ଓ ଆଜି ଆମେ ଭଲ କରିଛୁ । ଏହା ଏପରି ଏକ ମ୍ୟାଚ୍ ଥିଲା ଯାହା 'ପରଫେକ୍ଟ' ର ନିକଟତର ଥିଲା । ଏକ ଦୁଇ ଓଭର ଟିକିଏ ଭଲ ହୋଇ ପାରିଥାନ୍ତା, କିନ୍ତୁ ମ୍ୟାଚ୍ ଭଲ ଥିଲା ।''

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଅନେକ ଉନ୍ନତି କରିପାରିବୁ, କିନ୍ତୁ ଆମେ ବର୍ତ୍ତମାନ ଭଲ ଅଛୁ । ଯଦି ଆମେ ମ୍ୟାଚ୍ ଜିତିବା ଜାରି ରଖିବୁ ତେବେ ପଏଣ୍ଟ ଟେବୁଲ୍ ମଧ୍ୟ ଠିକ ହୋଇଯିବ, ପଏଣ୍ଟ ଟେବୁଲକୁ ଦେଖିବାର କୌଣସି ଅର୍ଥ ନାହିଁ, କିନ୍ତୁ ଆମେ ଆମେ ଏହା ଦେଖିବୁ ଯେ ଆମେ କେଉଁଥିରେ ଉନ୍ନତି କରିପାରିବୁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ମ୍ୟାଚ୍ ଜିତିଛୁ ବୋଲି କାରଣ ଲୁଚାଇବୁ ନାହିଁ ।''
Published by: Jagdish Barik
First published: October 14, 2020, 9:48 AM IST
corona virus btn
corona virus btn
Loading