IPL 2020: କ୍ରିସ୍ ଗେଲଙ୍କୁ ମହଙ୍ଗା ପଡିଲା ବ୍ୟାଟ୍ ଫିଙ୍ଗିବା; ମ୍ୟାଚ୍ ରେଫରି ଲଗାଇଲେ ଜୋରିମାନା

IPL 2020: ରାଜସ୍ଥାନ ରୟାଲ୍ସ ବିପକ୍ଷରେ କ୍ରିସ୍ ଗେଲ୍ (Chris Gayle) ମାତ୍ର ୬୩ଟି ବଲରୁ ୯୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏହି ଇନିଂସରେ ସେ ୬ଟି ଚୌକା ଓ ୮ଟି ଛକା ମାରିଥିଲେ ।

IPL 2020: କ୍ରିସ୍ ଗେଲଙ୍କୁ ମହଙ୍ଗା ପଡିଲା ବ୍ୟାଟ୍ ଫିଙ୍ଗିବା; ମ୍ୟାଚ୍ ରେଫରି ଲଗାଇଲେ ଜୋରିମାନା
ଆଉଟ ହେବା ପରେ ପ୍ୟାଭିଲିୟନକୁ ଫେରିବା ସମୟରେ ଗେଲ୍ (ଫଟୋ- KXIP)
  • News18 Odia
  • Last Updated: October 31, 2020, 1:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କିଙ୍ଗ୍ସ ଏକାଦଶ ପଞ୍ଜାବର (KXIP) ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲଙ୍କୁ (Chris Gayle) ମ୍ୟାଚ୍ ରେଫରିଙ୍କ ଦ୍ୱାରା ଜୋରିମାନା କରାଯାଇଛି । ଆଇପିଏଲରେ ଆଚରଣ ବିଧି ଉଲ୍ଲଂଘନ (code of conduct breach) କରି ଗେଲ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ପେନାଲ୍ଟି ହିସାବରେ ମ୍ୟାଚ୍ ଫି ର ୧୦ ପ୍ରତିଶତ ଅର୍ଥ ଦେବାକୁ ପଡିବ । ଶୁକ୍ରବାର ଦିନ ରାଜସ୍ଥାନ ରୟାଲ୍ସ (KXIP Vs RR) ବିପକ୍ଷ ମ୍ୟାଚ୍ ସମୟରେ ଗେଲ୍ ଆଉଟ ହେବା ପରେ ଗ୍ରାଉଣ୍ଡରେ ନିଜ ବେଟକୁ ଫିଙ୍ଗି ଦେଇଥିଲେ । ତାଙ୍କୁ ଆଇପିଏଲ ଆଚରଣ ସଂହିତା ଲେଭଲ -୧ ଦ୍ୱାରା ଜୋରିମାନା କରାଯାଇଛି । ଗେଲଙ୍କ ଉପରେ ଖେଳ ଭାବନାକୁ ଆଘାତ ପହଞ୍ଚାଇ ଥିବାର ଅଭିଯୋଗ ହୋଇଛି ।

କ’ଣ ଥିଲା ଗେଲଙ୍କ ଦୋଷ?
କ୍ରିସ୍ ଗେଲ ରାଜସ୍ଥାନ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ । ଚୌକା ଓ ଛକା ବର୍ଷା କରୁଥିବା ଗେଲ ଆଇପିଏଲରେ ତାଙ୍କର ସପ୍ତମ ଶତକର ନିକଟତର ହୋଇଥିଲା । ୧୯ତମ ଓଭରରେ ଜୋଫ୍ରା ଆର୍ଚରଙ୍କ ତୃତୀୟ ବଲରୁ ଚମତ୍କାର ଛକା ମାରିବା ପରେ ୯୯ ରନରେ ପହଞ୍ଚିଥିଲେ । ଗେଲଙ୍କ ବ୍ୟାଟରୁ ଆଉ ଏକ ଶତକ ହେବା ପ୍ରାୟ ନିଶ୍ଚିତ ଥିଲା । କିନ୍ତୁ ସେ ଚତୁର୍ଥ ବଲରେ ବୋଲ୍ଡ ହୋଇ ଯାଇଥିଲେ । ଜୋଫ୍ରା ଆର୍ଚରଙ୍କ ୟର୍କର ବଲଟି ପ୍ରଥମେ ଗେଲଙ୍କ ପେଡରେ ବାଜି ଷ୍ଟମ୍ପରେ ବାଜିଥିଲା । ଏହା ପରେ ରାଗରେ ଗେଲ୍ ତାଙ୍କ ବ୍ୟାଟ୍କୁ ଭୂମିରେ ମାରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ବ୍ୟାଟ୍ ହାତରୁ ଖସି ମିଡ ୱିକେଟ୍ ଆଡ଼େ ଯାଇ ପଡିଥିଲା । ତେବେ ପରେ ଗେଲ୍ ପ୍ୟାଭିଲିୟନକୁ ଫେରିବାବେଳେ ଜୋଫ୍ରା ଆର୍ଚରଙ୍କ ସହ ହାତ ମିଳାଇଥିଲେ ।

ଗେଲଙ୍କ ଧମାକା
କ୍ରିସ୍ ଗେଲ୍ ମାତ୍ର ୬୩ଟି ବଲରୁ ୯୯ ରନ୍ ସଂଗ୍ରହ କରିଥିଲେ । ଏହି ସମୟ ମଧ୍ୟରେ ସେ ୬ଟି ଚୌକା ଓ ୮ଟି ଛକା ମାରିଥିଲେ । ଅର୍ଥାତ୍ ସେ ମାତ୍ର ଚୌକା ଓ ଛକା ସହ ୭୨ ରନ୍ ପୂରଣ କରିଥିଲେ । କେଏଲ ରାହୁଲ ଓ ଗେଲ୍ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୧୨୦ ରନର ଭାଗିଦାରୀ କରିଥିଲେ । ବର୍ତ୍ତମାନର ଆଇପିଏଲରେ ଗେଲଙ୍କ ବ୍ୟାଟରେ ଏହା ତୃତୀୟ ଅର୍ଦ୍ଧଶତକ ଥିଲା । ଛକା ବର୍ଷା କରୁଥିବା ଗେଲ ଏହି ସିଜିନରେ ସର୍ବାଧିକ ଛକା ମାରିବା ରେସରେ ତୃତୀୟ ନମ୍ବରରେ ପହଞ୍ଚି ଯାଇଛନ୍ତି । ସେ ଏପର୍ଯ୍ୟନ୍ତ ୨୩ ଟି ଛକା ମାରିସାରିଛନ୍ତି ।
Published by: Jagdish Barik
First published: October 31, 2020, 10:53 AM IST
corona virus btn
corona virus btn
Loading