IPL 2020: କ୍ରିସ୍ ଗେଲ୍ ହସ୍ପିଟାଲରେ ଭର୍ତ୍ତି; କହିଲେ- ମୁଁ ଯୁଦ୍ଧ ନକରି ପଛକୁ ଫେରିବି ନାହିଁ

କ୍ରମାଗତ ପରାଜୟ ହେତୁ କିଙ୍ଗସ ଏକାଦଶ ପଞ୍ଜାବ (Kings XI Punjab) ଟୁର୍ନାମେଣ୍ଟରୁ ବାଦ ପଡିବାର ବିପଦ ଦେଇ ଗତି କରୁଛି । କ୍ରିସ୍ ଗେଲ୍ ଏପର୍ଯ୍ୟନ୍ତ ଏହି ସିଜିନର ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି ।

IPL 2020: କ୍ରିସ୍ ଗେଲ୍ ହସ୍ପିଟାଲରେ ଭର୍ତ୍ତି; କହିଲେ- ମୁଁ ଯୁଦ୍ଧ ନକରି ପଛକୁ ଫେରିବି ନାହିଁ
କ୍ରିସ୍ ଗେଲ୍ ହସ୍ପିଟାଲରେ ଭର୍ତ୍ତି ହେଲେ
  • News18 Odia
  • Last Updated: October 11, 2020, 4:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେଏଲ ରାହୁଲଙ୍କ (KL Rahul) ନେତୃତ୍ୱରେ କିଙ୍ଗସ ଏକାଦଶ ପଞ୍ଜାବ (Kings XI Punjab) ଆଇପିଏଲର ଏହି ସିଜିନରେ ଏକ ଖରାପ ସମୟ ଦେଇ ଗତି କରୁଛି ଓ ଟୁର୍ନାମେଣ୍ଟରୁ ବାଦ ପଡିବାର ବିପଦ ଦେଇ ଗତି କରୁଛି । ଏହି ସମୟରେ ପଞ୍ଜାବର ତାରକା ଖେଳାଳି ଶେଲଡେନ କୋଟ୍ରେଲଙ୍କୁ ଦଳରୁ ଓହରି ଯାଇଛନ୍ତି । ପରବର୍ତ୍ତୀ ମ୍ୟାଚରେ ମଧ୍ୟ ସେ ଦଳ ବାହାରେ ରହିବେ । ଏଥିସହିତ ଦଳ କ୍ରିସ ଗେଲଙ୍କୁ ନେଇ ଚିନ୍ତିତ ଅଛନ୍ତି । ବାସ୍ତବରେ ୟୁନିଭର୍ସ ବସ୍ ଗେଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ସେ ନିଜେ ଫଟୋ ସେୟାର କରିଛନ୍ତି ଓ ଏ ବିଷୟରେ ସୂଚନା ଦେଇଛନ୍ତି ।

ବାସ୍ତବରେ ଦଳକୁ ସଙ୍କଟରୁ ମୁକ୍ତ କରିବା ପାଇଁ ଗେଲ ହେଉଛନ୍ତି ପଞ୍ଜାବର ଶେଷ ଭରସା ଓ ଶେଷ ମ୍ୟାଚ୍ ରେ ମଧ୍ୟ ଏହା ବିଶ୍ୱାସ କରାଯାଉଥିଲା ଯେ ତାଙ୍କୁ ଦଳରେ ସୁଯୋଗ ଦିଆଯିବ କିନ୍ତୁ ସେ ଗ୍ରାଉଣ୍ଡରେ ପହଞ୍ଚି ପାରି ନଥିଲେ ଓ କୋଲକାତା ନାଇଟ ରାଇଡର୍ସ ପଞ୍ଜାବକୁ ୨ ରନରେ ପରାସ୍ତ କରିଥିଲା ।

ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯେ ଗେଲଙ୍କୁ ଦଳର ଏକାଦଶରେ କାହିଁକି ସ୍ଥାନ ଦିଆଯାଇନଥିଲା । ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ଅନିଲ କୁମ୍ବଲେ ଗେଲଙ୍କୁ ଏହି ମ୍ୟାଚରେ ନ ଖେଳିବାର କାରଣ ଦର୍ଶାଇଥିଲେ । ସେ କହିଛନ୍ତି ଯେ ଗେଲ ଏହି ମ୍ୟାଚରେ ଖେଳିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଗତ ଦୁଇ ଦିନ ହେବ ସେ ଅସୁସ୍ଥ ଅଛନ୍ତି ଓ ତାଙ୍କୁ ଫୁଡ଼ ପଏଜନରେ ହୋଇ ଯାଇଛି ।



ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ଏହା ବି ପଢ଼ନ୍ତୁ | ‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍

ଏହା ପରେ ଗେଲ ଡାକ୍ତରଖାନାର ଏକ ଫଟୋ ସେୟାର କରି କହିଥିଲେ ଯେ ସେ ଅସୁସ୍ଥ ଅଛନ୍ତି । ଫଟୋ ସେୟାର କରିବା ସହିତ ସେ ଲେଖିଛନ୍ତି ଯେ ମୁଁ ଆପଣଙ୍କୁ କହିପାରେ । ମୁଁ ଯୁଦ୍ଧ ନକରି କେବେବି ପଛକୁ ଫେରିବି ନାହିଁ । ମୁଁ ୟୁନିଭର୍ସ ବସ୍ । ଏହା କଦାପି ପରିବର୍ତ୍ତନ ହୋଇପାରିବ ନାହିଁ । ତୁମେ ମୋଠାରୁ ଶିଖି ପାରିବ କିନ୍ତୁ ମୋତେ ଅନୁସରଣ କରିବା ଉଚିତ୍ ନୁହେଁ । ମୋ ଶୈଳୀକୁ ଭୁଲନ୍ତୁ ନାହିଁ ।



କିଙ୍ଗସ ଏକାଦଶ ପଞ୍ଜାବ ଏପର୍ଯ୍ୟନ୍ତ ଖେଳାଯାଇଥିବା ୭ଟି ମ୍ୟାଚ ମଧ୍ୟରୁ ମୋଟ ୬ଟି ହାରିଛି ଓ ବର୍ତ୍ତମାନ ଦଳ ପାଇଁ ଆଗାମୀ ରାସ୍ତା କଷ୍ଟକର ମନେହୁଏ ।
Published by: Jagdish Barik
First published: October 11, 2020, 4:15 PM IST
corona virus btn
corona virus btn
Loading