IPL 2020: ଚେନ୍ନାଇ ସୁପର କିଙ୍ଗ୍ସ ଟୁର୍ନାମେଣ୍ଟରୁ ବାଦ୍ ପଡିଲା; ପ୍ରଥମ ଥର ପାଇଁ ଦଳ ସହିଲା ଏପରି ଲଜ୍ଜାଜନକ ପରାଜୟ

ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ଲେ ଅଫ୍ କିଙ୍ଗ କୁହାଯାଉଥିବା ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜନରେ ପ୍ଲେ ଅଫ୍ ଦୌଡରୁ ବାଦ ପଡିଛି । ଅଧିନାୟକ ଧୋନି ନିଜେ ସ୍ୱୀକାର କରି କହିଛନ୍ତି ଯେ ସେ ବର୍ତ୍ତମାନ ପରବର୍ତ୍ତୀ ସିଜନକୁ ଧ୍ୟାନ ଦେବେ ।

IPL 2020: ଚେନ୍ନାଇ ସୁପର କିଙ୍ଗ୍ସ ଟୁର୍ନାମେଣ୍ଟରୁ ବାଦ୍ ପଡିଲା; ପ୍ରଥମ ଥର ପାଇଁ ଦଳ ସହିଲା ଏପରି ଲଜ୍ଜାଜନକ ପରାଜୟ
ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୦ ଟୁର୍ନାମେଣ୍ଟରୁ ବାଦ୍ ପଡିଲା
  • News18 Odia
  • Last Updated: October 24, 2020, 11:21 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗସ୍ ଆଇପିଏଲର ସେହି ଦଳ ଯିଏ ସର୍ବଦା ପ୍ଲେ ଅଫ୍ ନିଜ ସ୍ଥାନ ପକ୍କା କରିଥାଏ । କୁହାଯାଏ ଯେ ଯେ ପ୍ଲେ ଅଫ୍ ଯୁଦ୍ଧ ପାଇଁ ୭ଟି ଦଳ ସଂଘର୍ଷ ହୋଇଥାଏ ଓ ଚେନ୍ନାଇ ସୁପର କିଙ୍ଗ୍ସର ନାମ ପୂର୍ବରୁ ସ୍ଥିର ହୋଇ ସରିଥାଏ କିନ୍ତୁ ଏହା ଚଳିତ ଆଇପିଏଲ ୨୦୨୦ ରେ ସମ୍ଭବ ହେବ ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୦ ୱିକେଟ୍ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ଆଇପିଏଲ୍ ୨୦୨୦ ରୁ ବାଦ୍ ପଡ଼ିଛ । ଚେନ୍ନାଇ ସୁପର କିଙ୍ଗ୍ସ ୧୧ଟି ମ୍ୟାଚ ମଧ୍ୟରୁ ମାତ୍ର ୩ଟି ଜିତିଛି ଓ ୮ଟି ମ୍ୟାଚ ହାରିଛି । ଯଦିଓ ସେ ନିଜର ଅବଶିଷ୍ଟ ୩ଟି ମ୍ୟାଚ୍ ଜିତନ୍ତି ତେବେ ତାଙ୍କୁ ୧୨ ପଏଣ୍ଟ ମିଳିବ ଓ କିନ୍ତୁ ଚେନ୍ନାଇ ପଏଣ୍ଟ ଟେବୁଲରେ ଚତୁର୍ଥ ନମ୍ବରରେ ଆସିବା ଅସମ୍ଭବ । ଦେଖିବାକୁ ଗଲେ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନରେ ଖରାପ ଖେଳୁଥିଲା କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ନିଜର ସବୁ ସୀମା ପାର କରିଯାଇଥିଲା । କେହି ଭାବିନଥିଲେ ଯେ ତିନିଥର ଆଇପିଏଲ୍ ଚାମ୍ପିଅନ୍ ଦଳ ଏହିପରି ଆଣ୍ଠୁମାଡି ଦେବ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇର ପରାଜୟ ପରେ ଅନେକ ରେକର୍ଡ ତିଆରି ହୋଇଛି ଓ ଭାଙ୍ଗିଛି  । ଆସନ୍ତୁ ସେଗୁଡ଼ିକ ଉପରେ ନଜର ପକାଇବା ।

ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ୧୦ ୱିକେଟରେ ମ୍ୟାଚ୍ ହାରିଲା । ଏହାପୂର୍ବରୁ ସେ ୯ ୱିକେଟରେ ମ୍ୟାଚ୍ ହାରିଥିଲା । ରନ୍ ଦୃଷ୍ଟିରୁ ଚେନ୍ନାଇକୁ ମଧ୍ୟ ସବୁଠାରୁ ବଡ଼ ପରାଜୟ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ମିଳିଥିଲା । ୨୦୧୩ ମସିହାରେ ସେ ମୁମ୍ବାଇ ଠାରୁ ୬୦ ରନରେ ପରାସ୍ତ ହୋଇଥିଲେ ।

ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ବଲ ଦୃଷ୍ଟିରୁ ସବୁଠୁ ବଡ଼ ପରାଜୟର ସମ୍ମୁଖୀନ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇକୁ ୪୬ ବଲ ପୂର୍ବରୁ ମ୍ୟାଚରେ ପରାସ୍ତ କରିଛି ।

ଚେନ୍ନାଇ ବିପକ୍ଷରେ ସବୁଠୁ ଦ୍ରୁତତମ ଟାର୍ଗେଟ ପିଛା କରି ହାସଲ କରିବାର ରେକର୍ଡ ଏବେ ମୁମ୍ବାଇ ଇଣ୍ଡିଆନ୍ସଙ୍କ ନାମରେ ହୋଇଛି । ମୁମ୍ବାଇ ୧୨.୨ ଓଭରରେ ଲକ୍ଷ୍ୟ ହାସଲ କରିଥିଲା । ଏହାପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ ୨୦୧୨ ମସିହାରେ ୧୩.୨ ଓଭରରେ ଚେନ୍ନାଇ ଦେଇଥିବା ଟାର୍ଗେଟକୁ ହାସଲ କରିଥିଲା ।

ଚେନ୍ନାଇ ସୁପର କିଙ୍ଗ୍ସ ୧୮ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାରା ପରାସ୍ତ ହୋଇଥିଲା । ଅନ୍ୟ ଦଳ ମାନେ ଚେନ୍ନାଇକୁ ୯ ରୁ ଅଧିକ ମ୍ୟାଚ୍ ପରାସ୍ତ କରିପାରିନଥିଲେ । ଚେନ୍ନାଇ ଆଇପିଏଲର ଲିଗ୍ ପର୍ଯ୍ୟାୟରେ ପ୍ରଥମ ଥର ପାଇଁ ୮ଟି ମ୍ୟାଚ୍ ହାରିଛି ଓ ପ୍ରଥମ ଥର ପାଇଁ ସେ ପ୍ଲେ ଅଫ୍ ଦୌଡରୁ ବାଦ୍ ପଡିଛି ।
Published by: Jagdish Barik
First published: October 24, 2020, 11:21 AM IST
corona virus btn
corona virus btn
Loading