IPL 2020: ୧୪ ଓ ୧୨ ପଏଣ୍ଟରେ ଅଟକି ରହିଛନ୍ତି ୬ଟି ଦଳ; ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ ଏବେ କର ବା ମରର ଲଢ଼େଇ

IPL Playoff Scenarios: ଆଇପିଏଲର ଏହି ସିଜିନରେ ୬ଟି ଦଳ ୩ଟି ସ୍ଥାନ ପାଇଁ ଲଢ଼ୁଥିବାବେଳେ ଲିଗ୍ ପର୍ଯ୍ୟାୟରେ ମାତ୍ର ଆଉ ୪ଟି ମ୍ୟାଚ୍ ବାକି ଅଛି ।

IPL 2020: ୧୪ ଓ ୧୨ ପଏଣ୍ଟରେ ଅଟକି ରହିଛନ୍ତି ୬ଟି ଦଳ; ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ ଏବେ କର ବା ମରର ଲଢ଼େଇ
ପ୍ଲେ ଅଫ୍ ଲଢ଼େଇ (ଫାଇଲ୍ ଫଟୋ - BCCI / IPL)
  • News18 Odia
  • Last Updated: November 1, 2020, 11:43 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗରେ (IPL 2020) ଶନିବାର ଦିନ ହୋଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ (Delhi Capitals) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର (RCB) ପରାଜୟ ପଏଣ୍ଟ ଟେବୁଲକୁ ଦୋହଲାଇ ଦେଇଛି । ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଦଳ ୧୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ସାରିଛି କିନ୍ତୁ ଅବଶିଷ୍ଟ ୩ଟି କେଉଁ ଦଳ ପ୍ଲେ ଅଫରେ ରହିବ ସେନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ଏହି ୩ଟି ସ୍ଥାନ ପାଇଁ ୬ଟି ଦଳ ଏବେବି ସଂଗ୍ରାମ କରୁଥିବାବେଳେ ଆଇପିଏଲର ଲିଗ୍ ପର୍ଯ୍ୟାୟରେ କେବଳ ୪ଟି ମ୍ୟାଚ୍ ବାକି ଅଛି । ଏପରି ପରିସ୍ଥିତିରେ ଅବଶିଷ୍ଟ ମ୍ୟାଚ୍ ଗୁଡିକ ୬ଟି ଦଳ ପାଇଁ ଏକର ବା ମରର ଲଢ଼େଇ ଅଟେ । ବର୍ତ୍ତମାନ ସମସ୍ତ ଦଳକୁ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବାକୁ ବାକି ଅଛି ।

୧୪ ପଏଣ୍ଟରେ ୨ଟି ଦଳ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ ୧୪ ପଏଣ୍ଟରେ ଅଟକି ରହିଛି । ଶନିବାର ଦିନ ସମସ୍ତେ ଆଶା କରିଥିଲେ ଯେ ଏହି ଦୁଇ ଦଳ ଗୋଟିଏ ଲେଖାଏଁ ଜିତିବା ସହ ଆରାମରେ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିବେ । କିନ୍ତୁ ଉଭୟଙ୍କୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । ବିଶେଷ କଥା ହେଉଛି ଉଭୟ ଦଳ ପରସ୍ପର ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବାକୁ ପଡିବ । ଅର୍ଥାତ୍ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ସେମିଫାଇନାଲ ଭଳି ହେବ । ଏଥିରେ ବିଜୟର ଅର୍ଥ ସିଧାସଳଖ ପ୍ଲେ ଅଫ୍ ପ୍ରବେଶ କିନ୍ତୁ ହାରିଥିବା ଦଳକୁ ଅନ୍ୟ ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ ।

ପଏଣ୍ଟ ଟେବୁଲ


ସନରାଇଜର୍ସ ହାଇଦ୍ରାବାଦ, କିଙ୍ଗସ ଏକାଦଶ ପଞ୍ଜାବ, ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ, ଏହି ସମସ୍ତ ଦଳର ଆକାଉଣ୍ଟରେ ୧୨ ପଏଣ୍ଟ ଲେଖାଏଁ ରହିଛି । ସନରାଇଜର୍ସଙ୍କ ପାଇଁ ଭଲ କଥା ହେଉଛି ଯେ ସେମାନଙ୍କର ନେଟ୍ ରନ୍ ରେଟ୍ ପ୍ଲସ୍ ରେ ଅଛି । ଅବଶିଷ୍ଟ ଦଳଗୁଡିକ ନେଟ୍ ରନ୍ ରେଟ୍ ମାଇନସ୍ ରେ ଥିବାବେଳେ ଏଥିରେ କୋଲକାତାରେ ସବୁଠାରୁ ଖରାପ ନେଟ୍ ରନ୍ରେଟ୍ (-୦.୪୬୭) ରହିଛି । ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ ପଞ୍ଜାବକୁ କେବଳ ଗୋଟିଏ ବିଜୟ ଆବଶ୍ୟକ । ତାଙ୍କୁ ଶେଷ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳିବାକୁ ବାକି ଅଛି ।

କୋଲକାତା ଓ ରାଜସ୍ଥାନ ଚ୍ୟାଲେଞ୍ଜ
କେକେଆର୍ ଓ ରାଜସ୍ଥାନକୁ ପରସ୍ପର ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବାକୁ ପଡିବ । ସେମାନଙ୍କୁ କେବଳ ଶେଷ ମ୍ୟାଚ୍ ଜିତିବାକୁ ପଡିବ ନାହିଁ ବରଂ ପ୍ରାର୍ଥନା କରିବାକୁ ପଡିବ ଯେ ଉଭୟ ସନରାଇଜର୍ସ ଓ ପଞ୍ଜାବ ସେମାନଙ୍କର ଶେଷ ମ୍ୟାଚ୍ ନ ଜିତନ୍ତୁ । ଏଠାରେ ଉଭୟ ଦଳ ପାଇଁ ବିପଦ ହେଉଛି ନେଟ୍ ରନ୍ ହାର । ଖରାପ ନେଟ୍ ରନ୍ ରେଟ୍ ସେମାନଙ୍କର ଆଶାକୁ ଝଟକା ଦେଇପାରେ ।
Published by: Jagdish Barik
First published: November 1, 2020, 11:40 AM IST
corona virus btn
corona virus btn
Loading