Safest Banks: ନିବେଶ କରନ୍ତୁ ଏହି ବ୍ୟାଙ୍କରେ...କେବେବି ହେବେନି ଦେବାଳିଆ

Safest Banks: ନିବେଶ କରନ୍ତୁ ଏହି ବ୍ୟାଙ୍କରେ...କେବେବି ହେବେନି ଦେବାଳିଆ

Safest Banks: ନିବେଶ କରନ୍ତୁ ଏହି ବ୍ୟାଙ୍କରେ...କେବେବି ହେବେନି ଦେବାଳିଆ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Safest Banks: ବ୍ୟାଙ୍କଗୁଡିକ ହେଉଛି ବିଶ୍ୱସ୍ତ ଅନୁଷ୍ଠାନ ଯାହା ଲୋକଙ୍କ ଟଙ୍କାକୁ ସୁରକ୍ଷିତ ଭାବରେ ପରିଚାଳନା କରିଥାଏ । ଦେଶରେ ଅନେକ ପ୍ରକାରର ବ୍ୟାଙ୍କ ଅଛି । ବର୍ତ୍ତମାନ ଦେଶରେ ସେବା ଯୋଗାଉଛନ୍ତି । ସେମାନେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିଥାନ୍ତି । କିନ୍ତୁ ଆରବିଆଇ କହିଛି ଯେ ଦେଶରେ ୧୩ଟି ବ୍ୟାଙ୍କ ସବୁଠାରୁ ସୁରକ୍ଷିତ । ଏହି ବ୍ୟାଙ୍କଗୁଡିକ କୌଣସି ପରିସ୍ଥିତିରେ ଦେବାଳିଆ ହେବେ ନାହିଁ। ସେମାନେ କଣ ପାଇଁ ଓ କାହିଁକି ଏତେ ସୁରକ୍ଷିତ ? ଆସନ୍ତୁ ଜାଣିବା...

ଆମେ ପ୍ରାୟତଃ 'ବ୍ୟାଙ୍କଗୁଡିକ ଦେବାଳିଆ ହୋଇଯାଇଛି' ଶବ୍ଦ ଶୁଣିଥାଉ । ଉପଯୁକ୍ତ ପରିଚାଳନା ଦକ୍ଷତାର ଅଭାବ ହେତୁ ଅନେକ ବ୍ୟାଙ୍କ ବିଫଳ ହୁଅନ୍ତି ଓ ଆର୍ଥିକ ଯୋଜନାରେ ସଫଳ ହୁଅନ୍ତି ନାହିଁ । ଫଳସ୍ୱରୂପ, ବ୍ୟାଙ୍କ କ୍ଷତି ସହିବା ସହ ବନ୍ଦ ମଧ୍ୟ ହୋଇଯାଇ ଥାଏ । ଆରବିଆଇ (RBI) ଏପରି କ୍ଷେତ୍ରରେ ମଧ୍ୟ ବଡ଼ ନିଷ୍ପତ୍ତି ନେଇଥାଏ । ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ତଦାରଖ ପାଇଁ ଆରବିଆଇ ଦାୟୀ ରହିଥାଏ । ତେଣୁ, ଯଦି ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତିରେ ଦୁର୍ବଳ ହୋଇଯାଏ, ତେବେ ଏହି ଅନୁଷ୍ଠାନ ଉପଯୁକ୍ତ ସଂଶୋଧନ ପାଇଁ ବଡ଼ ବଡ଼ ପଦକ୍ଷେପ ଗ୍ରହଣ କରେ ।

ଏହି ବ୍ୟାଙ୍କ କେବେ ବି ହେବେନି ଦେବାଳିଆ...
ଦେଶର ତିନୋଟି ବ୍ୟାଙ୍କ ଭଲ ସ୍ଥିତିରେ ରହିଛି । ସେଗୁଡ଼ିକ ହେଉଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ( State Bank of India ), ଆଇସିଆଇସିଆଇ( ICICI ),ଏଚ୍‌ଡିଏଫ୍‌ସି ( HDFC) । ଏସବିଆଇ ଏକ ସରକାରୀ ବ୍ୟାଙ୍କ ଓ ଅନ୍ୟ ଦୁଇଟି ହେଉଛି ଘରୋଇ ବ୍ୟାଙ୍କ । ଏହାର କାରଣ ହେଉଛି ସେମାନଙ୍କର ପରିଚାଳନା ଭଲ ରହିଛି ।

ଆରବିଆଇକୁ ଘରୋଇ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କଗୁଡ଼ିକର ତାଲିକା (D-SIB) ଦେବାକୁ ପଡିବ । ଏହି ବ୍ୟାଙ୍କଗୁଡିକର ଚୟନ ପ୍ରକ୍ରିୟା ପାଇଁ ଏକ ନିର୍ଦ୍ଦିଷ୍ଟ ଢାଞ୍ଚା ଜୁଲାଇ ୨୦୧୪ରେ ଆରବିଆଇ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ମନୋନୀତ ବ୍ୟାଙ୍କଗୁଡିକର ନାମ ଏହି ଢାଞ୍ଚା ଅନୁଯାୟୀ ତାଲିକାରେ ଅନ୍ତର୍ଭୁକ୍ତ । ୨୦୧୫ରେ ଆରବିଆଇ ଏସବିଆଇର ନାମ ଘୋଷଣା କରିଥିଲା। ୨୦୧୬ରେ, ଆଇସିଆଇସିଆଇ ବ୍ୟାଙ୍କ ଏହି ନାମ ଯୋଡିଥିଲା । ସଂଗୃହିତ ତଥ୍ୟ ଉପରେ ଆଧାର କରି ପରବର୍ତ୍ତୀ ସମୟରେ ୩୧ ମାର୍ଚ୍ଚ ୨୦୧୭ରେ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କଗୁଡିକର ତାଲିକା ଅପଡେଟ୍ ହୋଇଥିଲା ।ପରେ ଏଥିରେ HDFC ଅନ୍ତର୍ଭୁକ୍ତ ହୋଇଥିଲା ।

ପଢନ୍ତୁ ଏହି ଖବର : Amazonରେ ଆସୁଛି ବଡ଼ ଅଫର୍‌; ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ଜିନିଷରେ ମିଳିବ ୭୫% ପର୍ଯ୍ୟନ୍ତ ରିହାତି !
Published by:Sujit Swain
First published: