ମନି ଲଣ୍ଡରିଂ ମାମଲାରେ ନିରବ ମୋଦୀଙ୍କ ପତ୍ନୀଙ୍କ ବିରୋଧରେ ଇଣ୍ଟରପୋଲ ଜାରି କଲା ରେଡ଼ କର୍ଣ୍ଣର ନୋଟିସ

ନିରବ ମୋଦୀ(Nirav Modi) ଓ ତାଙ୍କ ସଂସ୍ଥା ବିରୋଧରେ ବ୍ୟାଙ୍କ ସହିତ ୧୪,୦୦୦ କୋଟି ଟଙ୍କା ଠକେଇ କରିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି ।

ମନି ଲଣ୍ଡରିଂ ମାମଲାରେ ନିରବ ମୋଦୀଙ୍କ ପତ୍ନୀଙ୍କ ବିରୋଧରେ ଇଣ୍ଟରପୋଲ ଜାରି କଲା ରେଡ଼ କର୍ଣ୍ଣର ନୋଟିସ
ନିରବ ମୋଦୀ (ଫାଇଲ ଫଟୋ)
  • News18 Odia
  • Last Updated: August 25, 2020, 3:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ (PNB) ଲୋନ ନେଇ ଠକେଇ କରିଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କ (Nirav Modi) ପରିବାର ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଉଛି । ମଙ୍ଗଳବାର ଦିନ ଇଣ୍ଟରପୋଲ ଭାରତରେ ମନି ଲଣ୍ଡରିଂ ମାମଲାରେ ନିରଭ ମୋଦୀଙ୍କ ପତ୍ନୀଙ୍କ ବିରୋଧରେ ରେଡ଼ କର୍ଣ୍ଣର ନୋଟିସ ଜାରି କରିଛି । ଭାରତରେ ଦାଖଲ ହୋଇଥିବା ଅର୍ଥ ହେରଫେର ମାମଲାରେ ତାଙ୍କ ପତ୍ନୀଙ୍କ ବିରୋଧରେ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ଇଣ୍ଟରପୋଲର ରେଡ୍ କର୍ଣ୍ଣର ନୋଟିସ୍ ଅର୍ଥ ହେଉଛି ଆନ୍ତର୍ଜାତୀୟ ଗିରଫ ୱାରେଣ୍ଟ । ଏହା ଅଧୀନରେ ପ୍ରତ୍ୟର୍ପଣ ପ୍ରକ୍ରିୟା ମଧ୍ୟ କରାଯାଇଥାଏ । ପୂର୍ବରୁ ନିରବ ମୋଦୀ, ତାଙ୍କ ଭାଇ ନେହାଲ ଓ ଭଉଣୀ ଇଷ୍ଟର୍ନଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରି ସାରିଛି । ବ୍ୟାଙ୍କ ସହିତ ୧୪,୦୦୦ କୋଟି ଟଙ୍କା ଠକେଇ ପାଇଁ ନିରବ ମୋଦୀ ଓ ତାଙ୍କ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି । ୨୦୧୯ ମସିହାରେ ନିରବ ମୋଦୀଙ୍କୁ ଲଣ୍ଡନରେ ଗିରଫ କରାଯାଇଛି । ସେ ଲଣ୍ଡନର ୱାଣ୍ଡସୱର୍ଥ ଜେଲରେ ରହିଛନ୍ତି । ତାଙ୍କ ବିରୋଧରେ ପ୍ରତ୍ୟର୍ପଣ ଶୁଣାଣି ମଧ୍ୟ ଚାଲିଛି ।

ନିରବ ମୋଦୀଙ୍କ ମାମୁଁ ଓ ଅନ୍ୟ ଅଭିଯୁକ୍ତ ମେହୁଲ ଚୋକସି ବର୍ତ୍ତମାନ ଆଣ୍ଟିଗୁଆର କାରିବିଆନ୍ ଦ୍ୱୀପରେ ରହୁଛନ୍ତି । ସେ ସେଠାରେ ନାଗରିକତ୍ୱ ମଧ୍ୟ ନେଇଛନ୍ତି । ସେ ଭାରତକୁ ନ ଫେରିବା ପାଇଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି । ଏହି ଦୁର୍ନୀତିରେ ଉଭୟ ନୀରବ ମୋଦୀ ଓ ମେହୁଲ ଚୋକସିଙ୍କ ନାମ ରହିଛ । ମେ ମାସରେ ଦାଖଲ ହୋଇଥିବା ଏକ ଚାର୍ଜସିଟରେ ସିବିଆଇ ଅଭିଯୋଗ କରିଛି ଯେ, ନୀରବ ମୋଦୀଙ୍କ ଦ୍ୱାରା ୬,୪୯୮.୨୦ କୋଟି ଟଙ୍କା ଠକେଇ ହୋଇଛି । ମେହୁଲ ଚୋକସିଙ୍କ ଦ୍ୱାରା ୭,୦୮୦.୮୬ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ୨୦୧୮ ମସିହାରେ ସିବିଆଇ ତଦନ୍ତ ଆରମ୍ଭ କରିବା ପୂର୍ବରୁ ଉଭୟ ଅଭିଯୁକ୍ତ ଭାରତ ଛାଡି ପଳାଇଥିଲେ ।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ED) ମନି ଲଣ୍ଡରିଂ ମାମଲାରେ ନିରବ ମୋଦୀଙ୍କ ଯାଞ୍ଚ କରୁଅଛି । ପୂର୍ବ ମାସରେ ED ନିରବ ମୋଦୀଙ୍କ ୩୩୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଥିଲା । ଏଥିରେ ମୁମ୍ବାଇ, ଲଣ୍ଡନ ଓ ୟୁଏଇରେ ଫ୍ଲାଟ ଅନ୍ତର୍ଭୁକ୍ତ ଥିଲା । ଅନୁସନ୍ଧାନକାରୀ ସଂସ୍ଥା ପୂର୍ବରୁ ୨,୩୪୮ କୋଟି ଟଙ୍କା ସମ୍ପତ୍ତି ଜବତ କରିଥିଲା ।
Published by: Jagdish Barik
First published: August 25, 2020, 3:02 PM IST
corona virus btn
corona virus btn
Loading