ଇଣ୍ଟରପୋଲ ଜାରି କଲା Blue Corner ନୋଟିସ୍: ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାନନ୍ଦଙ୍କ ଠିକଣା ଜଣାପଡ଼ିପାରେ

ଅହମଦାବାଦରେ ଥିବା ନିତ୍ୟାନନ୍ଦଙ୍କ ଆଶ୍ରମରୁ ଗତ ବର୍ଷ ନଭେମ୍ବରରେ ୨ଜଣ ଯୁବତୀ ନିଖୋଜ ହେବାପରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା । ସେବେଠୁ ତାଙ୍କୁ ଖୋଜାଯାଉଥିବାବେଳେ ଏବେ ଇଣ୍ଟରପୋଲ ନୋଟିସ୍ ଜାରି କରିଛି ।

ଇଣ୍ଟରପୋଲ ଜାରି କଲା Blue Corner ନୋଟିସ୍:  ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାନନ୍ଦଙ୍କ ଠିକଣା ଜଣାପଡ଼ିପାରେ
ପଳାତକ ଘୋଷିତ ହୋଇଥିବା ସ୍ବାମୀ ନିତ୍ୟାନନ୍ଦ
  • News18 Odia
  • Last Updated: January 23, 2020, 2:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଇଣ୍ଟରପୋଲ ପଳାତକ ସ୍ବାମୀ ନିତ୍ୟାନ୍ଦ ବିରୋଧରେ Blue Corner ନୋଟିସ୍ ଜାରି କରିଥିବା ନେଇ ଗୁଜୁରାଟ ପୋଲିସ ୨୨ତାରିଖରେ କୁହାଯାଉଛି । ନିତ୍ୟାନନ୍ଦଙ୍କ ବିରୋଧରେ କର୍ଣ୍ଣାଟକରେ ଦୁଷ୍କର୍ମ ମାମଲା ରୁଜୁ ହେବା ପରେ ସେ ବିନା ପାସପୋର୍ଟରେ ଫେରାର ହୋଇଯାଇଛି । ଗୁଜୁରାଟ ପୋଲିସ ଅନୁସାରେ ଭାରତରେ ଦୁଷ୍କର୍ମ ଏବଂ ଅପହରଣ ଭଳି ମାମଲାରେ ଅଭିଯୁକ୍ତ ହୋଇଥିବାବେଳେ ଫେରାର ଅଛି । ଅନ୍ତର୍ଜାତୀୟ ପୋଲିସ କୋପରେସନ ବଡି ନିତ୍ୟାନନ୍ଦଙ୍କ ସମ୍ପର୍କରେ ଅତିରିକ୍ତ ସୂଚନା ପ୍ରାପ୍ତ କରିବା ଲାଗି ସଦସ୍ୟ ଦେଶ ଗୁଡ଼ିକୁ Blue Corner ନୋଟିସ୍ ଜାରି କରିଛି । ଏହା ଜରିଆରେ ନିତ୍ୟାନନ୍ଦଙ୍କ ଲୋକେସନ ଏବଂ ତାଙ୍କର ଗତିବିଧି ସମ୍ପର୍କରେ ସୂଚନା ମିଳିପାରିବ ।

ଗୁଜୁରାଟ ପୋଲିସର ସୂଚନା ଅନୁସାରେ ନିତ୍ୟାନନ୍ଦଙ୍କ ଅହମଦାବାଦ ଆଶ୍ରମରୁ ଦୁଇ ଜଣ ବାଳିକା ନିଖୋଜ ମାମଲାରେ ସ୍ଥାନୀୟ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇ ସାରିଛି । ଗୁଜୁରାଟ ପୋଲିସ ସିବିଆଇକୁ କହିଥିଲା ଯେ, ସେ ଇଣ୍ଟରପୋଲଠୁ ନିତ୍ୟାନନ୍ଦ ବିରୋଧରେ Blue Corner ନୋଟିସ୍ ଜାରି କରିବା ପାଇଁ ଅନୁମତି ମାଗୁବୋଲି । ଦେଶରେ ସିବିଆଇ ହିଁ ଇଣ୍ଟରପୋଲ ସହ ସମ୍ବନ୍ଧିତ ମାମଲାକୁ ଦେଖୁଛି ।

ଡିଏସପି କେଟି କାମରିଆ କହିଛନ୍ତି ଯେ, ଇଣ୍ଟରପୋଲ ଏହି ମାସରେ ନିତ୍ୟାନନ୍ଦ ବିରୋଧରେ Blue Corner ନୋଟିସ୍ ଜାରି କରିଛି । ବର୍ତ୍ତମାନ ଆମେ Red Corner ନୋଟିସ୍ ଜାରି କରାଯାଇପାରିବ ସେନେଇ କାମ କରୁଛୁ । ଯାହା ନିତ୍ୟାନନ୍ଦଙ୍କ ବିରୋଧରେ ଗିରଫଦାରୀର ଓ୍ବାରେଣ୍ଟ ହେବ । ତେବେ ଗୁଜୁରାଟ ପୋଲିସ ଦ୍ବାରା ତାଙ୍କୁ ପୂର୍ବରୁ ପଳାତକ ଘୋଷିତ କରାଯାଇସାରିଛି ।

ନିତ୍ୟାନନ୍ଦଙ୍କ ବିରୋଧରେ ଅପହରଣ ଛଡ଼ା ଛୋଟ ପିଲାଙ୍କୁ ନେଇ ଚାନ୍ଦା ସଂଗ୍ରହ କରିବା ଏବଂ ସେହି ଚାନ୍ଦାରେ ଆଶ୍ରମ ଚଳାଉଥିବା ଅଭିଯୋଗ ରହିଛି । ପୋଲିସ ତାଙ୍କୁ ସବୁଆଡେ ଖୋଜୁଥିବାବେଳେ ଗତ ବର୍ଷ ଡିସେମ୍ବରରେ ଖବର ଆସିଥିଲା ଯେ, ସେ ଇକ୍ବେଡର ନିକଟରେ ଥିବା ଏକ ଦୀପରେ ନିଜର ଏକ ଦେଶ ତିଆରି କରିଛି । ଏହି ଦେଶର ଅଲଗା ପତାକା ଏବଂ ମୁଦ୍ରା ଅଛି । ମାତ୍ର ପରେ ଇକ୍ବେଡର ପକ୍ଷରୁ ଏଭଳି ଖବରକୁ ମିଥ୍ୟା ବୋଲି ଘୋଷଣା କରାଯାଇଥିଲା ।
First published: January 23, 2020, 2:18 PM IST