କଶ୍ମୀର: କାରଗିଲକୁ ଫେରିଲା ଇଣ୍ଟରନେଟ୍ ସୁବିଧା; ସ୍ୱାବାଭିକ ଅବସ୍ଥାକୁ ଫେରୁଛି ଲଦାଖ
ଇଣ୍ଟରନେଟ୍ ସେବା ପୁନଃ ଅବସ୍ଥାପିତ ହେବା ଦର୍ଶାଉଛି ଯେ କାରଗିଲରେ ଶାନ୍ତି ଫେରିଆସିଛି । ଏହାର ସବୁଠୁ ବଡ଼ ଉଦାହରଣ ହେଉଛି ବିଗତ ଚ଼ାରି ମାସ ମଧ୍ୟରେ ସେଠାରେ କୌଣସି ପ୍ରକାର ଅଘଟଣ ନ ଘଟିବା, କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ ।

ସେନାର ଜବାନମାନେ କଶ୍ମୀରରେ ଏକ ରାସ୍ତା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି ।
- News18 Odia
- Last Updated: December 28, 2019, 5:55 AM IST
ଏ ସମ୍ପର୍କରେ ସେଠାକର ଜଣେ ଅଧିକାରୀ କହିଛନ୍ତି ଯେ କାରଗିଲରେ ଇଣ୍ଟରନେଟ ଚାଲୁ ହେବା ଏବଂ ବିଗତ ଚ଼ାରି ମାସ ମଧ୍ୟରେ କୌଣସି ହିଂସା ନ ଘଟିବା ସେଠାରେ ପରିସ୍ଥିତି ସାମାନ୍ୟ ହୋଇଥିବା ଦର୍ଶାଉଛି । ସେଠାକାର ଧାର୍ମିକ ନେତାମାନେ ମଧ୍ୟ ଲୋକମାନଙ୍କୁ ବ୍ୟବସ୍ଥାର ଦୁରୁପୋଯୋଗ ନ କରିବାକୁ ଅନୁରୋଧ କରିଛନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।
ଚାଲୁ ହୋଇଛି ଲ୍ୟାଣ୍ଡଲାଇନ ସେବା
ସମ୍ବିଧାନର ୩୭୦ ଧାରାକୁ ଉଚ୍ଛେଦ କରି ଜାମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ଭାଗ କରିବା ଦିନ ସେଠାକାର କର୍ତ୍ତୃପକ୍ଷ ଲ୍ୟାଣ୍ଡ ଲାଇନ ଟେଲିଫୋନ୍ ଓ ମୋବାଇଲ୍ ଫୋନ୍ ସେବାକୁ ବନ୍ଦ କରିଦେଇଥିଲେ । ଏହା ସହ ଅଧିକାଂଶ ବିଶିଷ୍ଟ ରାଜନେତା, ବିଚ୍ଛିନ୍ନତାବାଦୀ ତଥା ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହେବୁବା ମୁଫ୍ତିଙ୍କୁ ଗୃହବନ୍ଦୀ କରାଯାଇଥିଲା । ଏହାପରେ ସ୍ଥିତି ସ୍ବାବାଭିକ ହେବା ପରେ ପ୍ରଥମେ ଲ୍ୟାଣ୍ଡଲାଇନ ଟେଲିଫୋନ ଚାଲୁ କରାଯାଇଥିଲା ଏବଂ ପରେ ପୋଷ୍ଟପେଡ୍ ମୋବାଇଲ ଚାଲୁ କରାଯାଇଥିଲା ।