ଭୋକରେ ସଢ଼ୁଛି ଭାରତ; GHI ତାଲିକାରେ ୧୦୧ତମ ସ୍ଥାନରେ ରହିଛି ଭାରତ

କ୍ଷୁଧା ଓ ପୁଷ୍ଟିହୀନତାକୁ ଟ୍ରାକ କରୁଥିବା 'ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ ୨୦୨୧'ର ରିପୋର୍ଟ ଆସିଛି। ଏହି ତାଲିକାରେ ଭାରତ ୧୦୧ତମ ସ୍ଥାନକୁ ଖସି ଆସିଛି, ଯାହାକି ୨୦୨୦ରେ ୯୪ତମ ସ୍ଥାନରୁ ଆସିଛି।

ଭାରତରେ ଅନାହାର ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି (ପ୍ରତୀକାତ୍ମକ ଛବି)

ଭାରତରେ ଅନାହାର ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭୋକରେ ପେଟ ଆଉଁସୁଛି ଭାରତ। ଦିନକୁ ଦିନ ଭୋକ ଓ ଅନାହାର ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି। କ୍ଷୁଧା ଓ ପୁଷ୍ଟିହୀନତାକୁ ଟ୍ରାକ କରୁଥିବା 'ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ ୨୦୨୧'ର ରିପୋର୍ଟ ଆସିଛି। ଏହି ରିପୋର୍ଟ ଭାରତ ପାଇଁ ଭଲ ସଙ୍କେତ ଦେଉନାହିଁ। ଏହି ତାଲିକାରେ ଭାରତ ୧୦୧ତମ ସ୍ଥାନକୁ ଖସି ଆସିଛି, ଯାହାକି ୨୦୨୦ରେ ୯୪ତମ ସ୍ଥାନରୁ ଆସିଛି। ଆଶ୍ଚର୍ଯ୍ୟର କଥା ଏହା ପଡୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ ଓ ନେପାଳ ପଛରେ ରହିଛି। ୧୧୭ଦେଶ ତାଲିକାରେ ଭାରତ ୧୦୧ ତମ ସ୍ଥାନ ପାଇଛି। ଏଥି ସହିତ ପାକିସ୍ତାନ ୯୨ ତମ ସ୍ଥାନରେ, ନେପାଳ ଓ ବାଂଲାଦେଶ ୭୬ ତମ ସ୍ଥାନରେ ରହିଛି।

ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରୁ ମିଳିଥିବା ସୂଚନା ଅନୁଯାୟୀ, ଚାଇନା, ବ୍ରାଜିଲ ଓ କୁଏତ ସମେତ ୧୮ଟି ଦେଶ GHIସ୍କୋର ପାଞ୍ଚରୁ କମ୍ ତାଲିକାରେ ଶୀର୍ଷରେ ରହିଛନ୍ତି। ବିଭିନ୍ନ ଦେଶରେ ଲୋକମାନେ କିପରି ଓ କେତେ ଖାଦ୍ୟ ସାମଗ୍ରୀ ପାଆନ୍ତି ତାହା ଦେଖାଇବାର ଏକ ମାଧ୍ୟମ ହେଉଛି ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ। ସର୍ବଶେଷ ତଥ୍ୟ ସହିତ ପ୍ରତିବର୍ଷ 'ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ'ର ସୂଚକାଙ୍କ ପ୍ରକାଶ ପାଇଥାଏ।

ଏହି ସୂଚକାଙ୍କ କ’ଣ?

ଏହି ସୂଚକାଙ୍କ ମାଧ୍ୟମରେ ଭୋକ ବିରୋଧରେ ଚାଲିଥିବା ଅଭିଯାନର ସଫଳତା ଓ ବିଫଳତା ସମଗ୍ର ବିଶ୍ୱରେ ଦର୍ଶାଯାଇଛି। ଆୟର୍ଲାଣ୍ଡର ସହାୟତା ଏଜେନ୍ସି କନ୍ସର୍ନ ୱାର୍ଲ୍ଡ ୱାର୍ଲ୍ଡ ଓ ଜର୍ମାନୀର ସଂଗଠନ ୱେଲ୍ଟ ହଙ୍ଗର ହିଲଫେ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।  ଏହି ରିପୋର୍ଟ ଭାରତରେ ଭୋକର ସ୍ତର ନେଇ ଚିନ୍ତା ବଢାଇଛି। ୨୦୨୦ ମସିହାରେ, ୧୦୭ ଦେଶ ତାଲିକାରେ ଭାରତ ୯୪ରେ ସ୍ଥାନ ପାଇଥିଲା।  ରିପୋର୍ଟ ଅନୁଯାୟୀ, ଭାରତର GHI ସ୍କୋର ହ୍ରାସ ପାଇଛି। ୨୦୦୦ମସିହାରେ ଏହା ୩୮.୮ ଥିଲା, ଯାହା ୨୦୧୨ରୁ ୨୦୨୧ ମଧ୍ୟରେ ୨୮.୮-୨୭.୫କୁ ହ୍ରାସ ପାଇଛି।

GHI ସ୍କୋର କିପରି ନିର୍ଣ୍ଣୟ କରାଯାଏ?

GHI ସ୍କୋର ଚାରୋଟି ସୂଚକ ଆଧାରରେ ନିର୍ଣ୍ଣୟ କରାଯାଏ - ପୁଷ୍ଟିହୀନତା, ଶିଶୁ ଅପଚୟ (ପାଞ୍ଚ ବର୍ଷରୁ କମ୍ ପିଲା, ଯେଉଁମାନେ ଉଚ୍ଚତା ପାଇଁ କମ୍ ଓଜନ କରନ୍ତି, ତୀବ୍ର ପୁଷ୍ଟିହୀନତାକୁ ସୂଚାଇଥାଏ), ଶିଶୁ ଷ୍ଟଣ୍ଟିଂ (ପାଞ୍ଚ ବର୍ଷରୁ କମ୍) ବୟସ ପିଲାମାନଙ୍କର ଉଚ୍ଚତା ବୟସ ପାଇଁ ସ୍ୱଳ୍ପ ଅଟେ। କ୍ରନିକ ପୁଷ୍ଟିହୀନତାକୁ ସୂଚାଇଥାଏ) ଓ ଶିଶୁ ମୃତ୍ୟୁହାର (ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କର ମୃତ୍ୟୁ ହାର)।
Published by:Soumya Das
First published:
)}