ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଅଗଷ୍ଟ ୩୧ ଯାଏଁ ବିଦେଶକୁ ବିମାନ ଉଡ଼ାଣ ବନ୍ଦ; ଡିଜିସିଏ ଦେଲେ ସୂଚନା

ଅଗଷ୍ଟ ୩୧ ଯାଏଁ ବିଦେଶକୁ ବିମାନ ଉଡ଼ାଣ ବନ୍ଦ; ଡିଜିସିଏ ଦେଲେ ସୂଚନା

କରୋନା ମହାମାରୀକୁ ଆଖି ଆଗରେ ରଖି ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇଛନ୍ତି। ଏହି ରୋକ ସମୟ ସୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ରହିଛି।

ଅଗଷ୍ଟ ୩୧ ଯାଏଁ ବିଦେଶକୁ ବିମାନ ଉଡ଼ାଣ ବନ୍ଦ; ଡିଜିସିଏ ଦେଲେ ସୂଚନା
ଅଗଷ୍ଟ ୩୧ ଯାଏଁ ବିଦେଶକୁ ଉଡ଼ିବନି ବିମାନ(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ:କରୋନା ମହାମାରୀ ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଥିବା ରୋକକୁ କେନ୍ଦ୍ର ସରକାର ୩୧ ଅଗଷ୍ଟ ଯାଏଁ ବୃଦ୍ଧି କରିଛନ୍ତି। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି।  ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ କହିଛନ୍ତି ଯେ, ତଥାପି, ମନୋନୀତ ମାର୍ଗ ଉପରେ ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଅନୁମତି ଦିଆଯିବ। ମହାମାରୀ କରୋନା ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୩ ତାରିଖରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଭାରତରୁ ବିଦେଶକୁ ଯିବାକୁ ଥିବା ଓ ବିଦେଶରୁ ଭାରତକୁ ଆସିବାକୁ ଥିବା ସମସ୍ତ ଧାର୍ଯ୍ୟ ବିମାନ ସେବା ଉପରେ ରୋକ ଲଗାଇଥିଲେ।

ଡିଜିସିଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଅଗଷ୍ଟ ୩୧ ତାରିଖ ରାତି ୧୧.୫୯ ଯାଏ ବ୍ୟାନ୍ ଲଗାଇଥିଲେ ହେଁ ଏହି ନିୟମ ପରିବହନ ବିମାନ ଗୁଡ଼ିକ ଉପରେ ଲାଗୁ ହେବନି। ସେହିପରି ଜରୁରି ଓ ସ୍ୱତନ୍ତ୍ର ଅନୁମତିକ୍ରମେ ମଧ୍ୟ ଏହି ବ୍ୟାନ୍ ଅବଧି ମଧ୍ୟରେ ଭାରତକୁ ଓ ଭାରତରୁ ବିମାନ ଉଡ଼ି ପାରିବ।

ମଇ ୨୦୨୦ରୁ ଭାରତ ମିଶନ ଅଧୀନରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ ହେଉଛି। ଜୁଲାଇ ୨୦୨୦ ରୁ କେତେକ ଦେଶ ସହିତ 'ଏୟାର ବବଲ' (ଦ୍ୱିପାକ୍ଷିକ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ) ଚୁକ୍ତି ଅଧୀନରେ ବିମାନ ଚଳାଚଳ ଚାଲିଛି। ଆମେରିକା, ବ୍ରିଟେନ, ୟୁଏଇ, କେନିଆ, ଭୁଟାନ ଏବଂ ଫ୍ରାନ୍ସ ସମେତ ପ୍ରାୟ ୨୪ଟି ଦେଶ ସହିତ ଭାରତ 'ଏୟାର ବବୁଲ' ଚୁକ୍ତିନାମା ସ୍ୱାକ୍ଷର କରିଛି।

ଭାରତ ସରକାର ଯେଉଁ ସବୁ ଦେଶ ସହ ବାୟୋବବଲ୍ସ ଚୁକ୍ତି କରିଛନ୍ତି, ସେଠାକୁ ସ୍ୱତନ୍ତ୍ର ଅନୁମତିକ୍ରମେ ବିମାନ ଚଳାଚଳ କରିପାରିବ ବୋଲି ଡିଜିସିଏ ବିଜ୍ଞପ୍ତିରେ କହିଛି।
Published by: Soumya Das
First published: July 30, 2021, 6:37 PM IST