ପ୍ରତିବର୍ଷ କାହିଁକି ପାଳନ ହୁଏ ଆନ୍ତର୍ଜାତୀୟ ପୁରୁଷ ଦିବସ; ଜାଣନ୍ତୁ ମହତ୍ତ୍ୱ ଓ ଉଦ୍ଦେଶ୍ୟ

'ମହିଳା ଦିବସ' ପରି 'ଆନ୍ତର୍ଜାତୀୟ ପୁରୁଷ ଦିବସ' ପ୍ରତିବର୍ଷ ୧୯ ନଭେମ୍ବରରେ ପାଳନ କରାଯାଏ। ଜାଣନ୍ତୁ ଏହି ଦିବସ ପାଳନର ମହତ୍ତ୍ୱ ଓ ଉଦ୍ଦେଶ୍ଯ ବାବଦରେ ।

ଆନ୍ତର୍ଜାତୀୟ ପୁରୁଷ ଦିବସ 2022

ଆନ୍ତର୍ଜାତୀୟ ପୁରୁଷ ଦିବସ 2022

  • News18 Odia
  • Last Updated :
  • Other, India
  • Share this:
News18 Odia Digital

International Men's Day: ଆନ୍ତର୍ଜାତୀୟ ପୁରୁଷ ଦିବସ 2022: 'ମହିଳା ଦିବସ' ପରି, 'ଆନ୍ତର୍ଜାତୀୟ ପୁରୁଷ ଦିବସ' ପ୍ରତିବର୍ଷ ୧୯ ନଭେମ୍ବରରେ ସମାଜ ତଥା ପରିବାରରେ ପୁରୁଷଙ୍କ ମହତ୍ତ୍ୱ ତଥା ଅବଦାନକୁ ସମ୍ମାନ ଜଣାଇ ପାଳନ କରାଯାଏ। ଏହା ମଧ୍ୟ ସେହି ଦିନ ଯେତେବେଳେ ସମାଜରେ ପୁରୁଷଙ୍କ କଲ୍ୟାଣ ଓ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଅଣାଯାଏ। ଆନ୍ତର୍ଜାତୀୟ ପୁରୁଷ ଦିବସ ୬ଟି ସ୍ତମ୍ଭ ଉପରେ ଆଧାରିତ, ଯାହା ସମାଜରେ ପୁରୁଷଙ୍କ ସକରାତ୍ମକ ଭାବମୂର୍ତ୍ତିକୁ ପ୍ରତିଫଳିତ କରିଥାଏ। ଏହି ଦିନ ପୁରୁଷ, ସମାଜ, ସମ୍ପ୍ରଦାୟ, ପରିବାର, ବିବାହ, ଶିଶୁ ଲାଳନ ପାଳନ ଓ ସମାଜରେ ପୁରୁଷଙ୍କ ଅବଦାନକୁ ସମ୍ମାନ ଜଣାଇ ପାଳନ ହୁଏ। ଏହି ଦିନ ସମାଜରେ ପୁରୁଷଙ୍କ ପ୍ରତି ହେଉଥିବା ଭେଦଭାବକୁ ମଧ୍ୟ ଆଲୋକିତ କରାଯାଇଛି। ପୁରୁଷ ଦିବସ ମଧ୍ୟ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିଥାଏ। ଆନ୍ତର୍ଜାତୀୟ ପୁରୁଷ ଦିବସର ଇତିହାସ ଏବଂ ଉଦ୍ଦେଶ୍ୟ ବିଷୟରେ ଜାଣିବା ଆସନ୍ତୁ ।

ଅନ୍ତର୍ଜାତୀୟ ପୁରୁଷ ଦିବସର ଇତିହାସ

ଅନ୍ତର୍ଜାତୀୟ ପୁରୁଷ ଦିବସ ପ୍ରଥମେ ୧୯୯୯ ରେ ତ୍ରିନିଦାଦ ଓ ଟୋବାଗୋସ୍ଥିତ ୱେଷ୍ଟଇଣ୍ଡିଜ୍ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ଡକ୍ଟର ଜେରୋମ ତିଳକସିଂଙ୍କ ଦ୍ୱାରା ତାଙ୍କ ପିତାଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଏହି ଦିନ ସେ ପୁରୁଷଙ୍କ ପ୍ରସଙ୍ଗ ଉଠାଇବାକୁ ଉତ୍ସାହିତ କରିଥିଲେ।  ପ୍ରଥମ ଥର ପାଇଁ ୧୯ ନଭେମ୍ବର ୨୦୦୭ରେ ଭାରତରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଇଥିଲା।

ଅନ୍ତର୍ଜାତୀୟ ପୁରୁଷ ଦିବସର ମହତ୍ତ୍ୱ

ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷଙ୍କ ସୁସ୍ଥତା ଓ ସ୍ୱାସ୍ଥ୍ୟ, ସେମାନଙ୍କର ସଂଘର୍ଷ ଓ ପୁରୁଷମାନେ ବର୍ଷ ବର୍ଷ ଧରି ସମ୍ମୁଖୀନ ହେଉଥିବା ସାମାଜିକ ଅବସ୍ଥା ବିଷୟରେ ସମାଜକୁ ଅବଗତ କରାଇବା।  ଏହି ଦିନ ପୁରୁଷଙ୍କ ପ୍ରତି ଭେଦଭାବ ବିଷୟରେ ମଧ୍ୟ ଆଲୋଚନା କରାଯାଏ ଏବଂ ଉତ୍ତମ ଲିଙ୍ଗ ସମ୍ପର୍କ ସୃଷ୍ଟି କରିବାକୁ ପ୍ରତିଶୃତି ଦିଆଯାଏ।

ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୨ର ଥିମ

ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨ ର ବିଷୟବସ୍ତୁ ହେଉଛି: 'ପୁରୁଷ ଓ ବାଳକମାନଙ୍କୁ ସାହାଯ୍ୟ କରିବା'। ଏହି ଥିମ୍ ଅନ୍ତର୍ଗତ, ପୁରୁଷ ଓ ପୁଅମାନଙ୍କର ମହତ୍ତ୍ୱ ଓ ସାରା ବିଶ୍ୱରେ ସେମାନଙ୍କର ସ୍ୱାସ୍ଥ୍ୟ ବିକାଶ ସଂପର୍କରେ କାର୍ଯ୍ୟ କରାଯିବ।

ଆନ୍ତର୍ଜାତୀୟ ପୁରୁଷ ଦିବସର ଉଦ୍ଦେଶ୍ୟ

- ସମାଜରେ ପୁରୁଷଙ୍କ ଭାବମୂର୍ତ୍ତିକୁ ଉନ୍ନତ କରିବା

-ସମାଜ, ବିବାହ, ପରିବାର ଏବଂ ଶିଶୁ ଯତ୍ନ ପାଇଁ ପୁରୁଷଙ୍କ ଅବଦାନକୁ ପାଳନ କରିବା।

-ସମାଜରେ ପୁରୁଷଙ୍କ ପ୍ରତି ହେଉଥିବା ଭେଦଭାବକୁ ଆଲୋକିତ କରିବା।

-ପୁରୁଷଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା

-ସମାଜ ଏବଂ ପରିବାରରେ ପୁରୁଷମାନଙ୍କର ମଧ୍ୟ ଏକ ଭିନ୍ନ ପରିଚୟ ଅଛି। ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ଜରୁରୀ ଅଟେ।
Published by:Soumya Das
First published: