International Dog Day 2020: କୁକୁର ମାନଙ୍କୁ ମଣିଷର ସର୍ବୋତ୍ତମ ବନ୍ଧୁ କୁହାଯାଏ; ଜାଣନ୍ତୁ କାହିଁକି

ପ୍ରତିକୂଳ ପରିସ୍ଥିତି କିମ୍ବା ସଙ୍କଟ ସମୟରେ କୁକୁର ମାନେ ନିଜ ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ।

International Dog Day 2020: କୁକୁର ମାନଙ୍କୁ ମଣିଷର ସର୍ବୋତ୍ତମ ବନ୍ଧୁ କୁହାଯାଏ; ଜାଣନ୍ତୁ କାହିଁକି
କୁକୁର ପାଳିବା ଦ୍ୱାରା ମନୁଷ୍ୟର ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି ପାଇଥାଏ
  • News18 Odia
  • Last Updated: August 26, 2020, 12:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଆଜି, ସାରା ବିଶ୍ୱରେ ଆନ୍ତର୍ଜାତୀୟ କୁକୁର ଦିବସ ପାଳନ କରାଯାଉଛି । ଯଦି ପଶୁମାନଙ୍କ ମଧ୍ୟରରେ କେହି ମଣିଷର ନିକଟତର ଥାଏ ତେବେ ଏହା ଏକ କୁକୁର । କୁକୁର ଓ ମଣିଷ ସମ୍ବନ୍ଧରେ ଅନେକ ପ୍ରକାରର ଗବେଷଣା ରହିଛି । ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ କୁକୁର ପାଳିବା ଯୋଗୁଁ ମଣିଷର ଶାରୀରିକ କାର୍ଯ୍ୟକଳାପକୁ ବଢ଼ିଥାଏ । ଯେତେବେଳେ ଲୋକମାନେ ସେମାନଙ୍କର ଜୀବନଶ ଶୈଳୀରେ ଭଲ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରନ୍ତି, ସେତେବେଳେ ସେମାନଙ୍କର ହୃଦୟ ସୁସ୍ଥ ରହିଥାଏ । ଏହି କାରଣରୁ ମେଦବହୁଳତା ଓ ମଧୁମେହ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ । କୁକୁରମାନେ ମଣିଷର ଭଲ ବନ୍ଧୁ ଅଟନ୍ତି । ଆଜି ଆନ୍ତର୍ଜାତୀୟ କୁକୁର ଦିବସ । ଜାଣନ୍ତୁ କାହିଁକି କୁକୁରମାନେ ମଣିଷର ସର୍ବୋତ୍ତମ ବନ୍ଧୁ ।

କୁକୁର ମାନେ ପ୍ରତିରକ୍ଷା କରନ୍ତି
କୁକୁର ମାନେ ଯେକୌଣସି ପ୍ରଜାତିର ହୋଇପାରନ୍ତି କିନ୍ତୁ ସେମାନେ ପ୍ରାୟତଃ ନିଜ ମାଲିକଙ୍କୁ ରକ୍ଷା କରନ୍ତି । ଯେତେବେଳେ ସେମାନେ ନିଜ ମାଲିକଙ୍କ ପ୍ରତି କୌଣସି ପ୍ରକାରର ବିପଦ କିମ୍ବା ଅସୁବିଧା ଅନୁଭବ କରନ୍ତି, ସେତେବେଳେ ସେମାନେ ଭୁକିବା ଆରମ୍ଭ କରନ୍ତି । ଏହା କରିବା ଦ୍ୱାରା ସେମାନେ ତାଙ୍କ ମାଲିକଙ୍କୁ ଆସୁଥିବା ବିପଦ ବିଷୟରେ ସଚେତନ କରାଇଥାନ୍ତି ।

ଫିଟନେସ୍ ବଜାୟ ରଖିବାରେ ସାହାଯ୍ୟକାରୀ
ଯଦି ଆମେ ଗୋଟିଏ କୁକୁର ପାଳିଛନ୍ତି, ତେବେ ବୁଝିବା ଆବଶ୍ୟକ ଯେ ଏହା ଆମର ଫିଟନେସ୍ ବଜାୟ ରଖିବାରେ ବହୁତ ସାହାଯ୍ୟ କରିବ। ବାସ୍ତବରେ କୁକୁରକୁ ବୁଲାଇବା ବେଳେ ନିଜକୁ ମଧ୍ୟ ତା ସହିତ ବୁଲିବାକୁ ପଡ଼ିଥାଏ ଯାହା ଦ୍ୱାରା ଶାରୀରିକ ବ୍ୟାୟାମ ହୁଏ ଓ ଏହା ଶରୀରକୁ ଫିଟ୍ ରଖେ ।

କୁକୁରମାନେ ସ୍ୱାର୍ଥପର ନୁହଁନ୍ତି
ମଣିଷ ମଧ୍ୟରେ ବନ୍ଧୁତ୍ୱର କୌଣସି ସ୍ଥାନରେ କିଛି ସ୍ୱାର୍ଥପରତା ଲୁଚି ରହିଥାଏ କିନ୍ତୁ କୁକୁର ମାନେ କୌଣସି କ୍ଷେତ୍ରରେ ସ୍ୱାର୍ଥପର ନୁହଁନ୍ତି । କୁକୁରମାନେ ନିଜ ମାଲିକକୁ ନିସ୍ୱାର୍ଥପର ଭାବରେ ଭଲ ପାଆନ୍ତି ଓ ଏହା ପ୍ରତିବଦଳରେ କେବଳ ମାଲିକଙ୍କଠାରୁ ଭଲପାଇବା ଆଶା କରନ୍ତି ।

କୁକୁରମାନେ ହେଉଛନ୍ତି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ
ଆମେ ଯେକୌଣସି ପ୍ରାଣୀ ପାଳନ୍ତୁ ନା କାହିଁକି କିନ୍ତୁ ସମସ୍ତ ପ୍ରାଣୀ ମାନଙ୍କ ମଧ୍ୟରେ କୁକୁରଟି ସବୁଠାରୁ ବିଶ୍ୱସ୍ତ ପଶୁ ଭାବରେ ପରିଗଣିତ ହୁଏ । ପ୍ରତିକୂଳ ପରିସ୍ଥିତି କିମ୍ବା ସଙ୍କଟ ସମୟରେ କୁକୁରମାନେ ନିଜ ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ ।

ଏକାନ୍ତପଣ ଦୂର କରିବାରେ ସାହାଯ୍ୟକାରୀ
ଯଦି ଆମେ ଏକୁଟିଆ ଅନୁଭବ କରୁଛ କିମ୍ବା ଆମର ଭଲ ସାଙ୍ଗ ନାହିଁ, ତେବେ ଆମେ ଗୋଟିଏ କୁକୁର ପାଳି ପାରିବ। ଗୋଟିଏ କୁକୁର କେବଳ ଆମର ଏକାନ୍ତପଣକୁ ଦୂର କରେ ନାହିଁ ବରଂ ସେ ଆମର ସର୍ବୋତ୍ତମ ବନ୍ଧୁ ମଧ୍ୟ ହୋଇପାରେ ।
Published by: Jagdish Barik
First published: August 26, 2020, 12:00 PM IST
corona virus btn
corona virus btn
Loading