ନାମିବ୍ୟାରୁ ଭାରତ ଆସୁଥିବା ୮ଟି ଚିତା ବାବଦରେ ଜାଣନ୍ତୁ ରୋଚକ କଥା

ଭାରତ ଆସୁଥିବା ୮ଟି ଚିତା ମଧ୍ୟରୁ ଦୁଇଟି ପୁରୁଷ ଚିତା ପ୍ରକୃତ ଭାଇ ଓ ଉଭୟ ସାଢେ ପାଞ୍ଚ ବର୍ଷ ବୟସର। ସେମାନଙ୍କୁ ହେଲିକପ୍ଟର ଯୋଗେ କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ।

ଭାରତ ଆସୁଛନ୍ତି ୮ଟି ଚିତା (ପ୍ରତୀକାତ୍ମକ ଛବି)

ଭାରତ ଆସୁଛନ୍ତି ୮ଟି ଚିତା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ବର୍ତ୍ତମାନ ଚିତା ଭାରତକୁ ଫେରିବାକୁ ଯାଉଛି। ନାମବ୍ୟାରୁ ୮ ଟି ଚିତା ଶୀଘ୍ର ଭାରତ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର ୧୭ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୁକ୍ତ କରିବେ।

କୌତୁହଳର ବିଷୟ, ଏହି ୮ଟି ଚିତା ମଧ୍ୟରେ ୫ ଜଣ ମାଈ ଓ ୩ଟି ଅଣ୍ଡିରା ଚିତା ଅଛନ୍ତି। ସେଥିମଧ୍ୟରୁ ଦୁଇଟି ପୁରୁଷ ଚିତା ପ୍ରକୃତ ଭାଇ ଓ ଉଭୟ ସାଢେ ପାଞ୍ଚ ବର୍ଷ ବୟସର। ଅଣ୍ଡିରା ଚିତାମାନେ ସାରା ଜୀବନ ଏକାଠି ରୁହନ୍ତି ଓ ଶିକାରରେ ପରସ୍ପରକୁ ସମର୍ଥନ କରନ୍ତି। ଏହି ୮ଟି ଚିତା ମଧ୍ୟରୁ ୨ ଟି ମାଈ ଚିତା ପରସ୍ପରର ବହୁତ ଭଲ ବନ୍ଧୁ ଓ ସର୍ବଦା ପରସ୍ପର ସହିତ ଦେଖାଯାଆନ୍ତି।

ଆଜି ଏହି ୮ଟି ଚିତା B747 ଜମ୍ବୁ ଜେଟରେ ନାମିବ୍ୟା ରାଜଧାନୀ ୱିଣ୍ଡହୋକ୍ ରୁ ୧୬ ଘଣ୍ଟା ଉଡାଣ ଭରିବା ପରେ ଦିନ ୧୦.୪୫ରେ ଗ୍ୱାଲିଅରରେ ପହଞ୍ଚିବେ। ଚିତା ଆସୁଥିବା ବିମାନ ଇନ୍ଧନ ଭରିବା ପାଇଁ ମଧ୍ୟ ରାସ୍ତାରେ କେଉଁଠି ଅଟକିନାହିଁ। ପହଞ୍ଚିବା ପରେ ସେମାନଙ୍କୁ ହେଲିକପ୍ଟର ଯୋଗେ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନ ନିଆଯିବ ଓ ସେଠାରୁ ସେମାନଙ୍କୁ ହେଲିକପ୍ଟର ଯୋଗେ କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ।

ସୂଚନାଯୋଗ୍ୟ ଯେ, ଭାରତରେ ଚିତା ବାଘଙ୍କୁ ପୁନଃ ସ୍ଥାପିତ କରିବା ପାଇଁ ଦୀର୍ଘକାଳୀନ ଉଦ୍ୟମ ଚାଲିଛି ଓ ଏହି କ୍ରମରେ, ୨୦୦୯ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଆନ୍ତର୍ଜାତୀୟ ଚିତା ବିଶେଷଜ୍ଞମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ସେହିପରି ୨୦୧୦ରେ, ଚିତା ପୁନରୁଦ୍ଧାର ପାଇଁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ସମଗ୍ର ଭାରତରେ ୧୦ଟି ସମ୍ଭାବ୍ୟ କ୍ଷେତ୍ର ଉପରେ ଏକ ସର୍ଭେ କରାଯାଇଥିଲା। ଏହି ସମ୍ଭାବ୍ୟ ୧୦ଟି ସ୍ଥାନ ମଧ୍ୟରୁ କୁନୋ ଅଭୟାରଣ୍ୟ (ବର୍ତ୍ତମାନର କୁନୋ ଜାତୀୟ ଉଦ୍ୟାନ) ସବୁଠାରୁ ଉପଯୁକ୍ତ ବୋଲି ଜଣାପଡ଼ିଛି। ଚିତାମାନଙ୍କର ପୁନରୁଦ୍ଧାର ସମ୍ବନ୍ଧରେ ପର୍ଯ୍ୟାପ୍ତ ଅଧ୍ୟୟନର ଅଭାବ ହେତୁ ୨୦୧୩ରେ ସୁପ୍ରିମକୋର୍ଟ ଚିତାକୁ ଭାରତ ଆଣିବାକୁ ବାରଣ କରିଥିଲେ।
Published by:Soumya Das
First published: