Budget 2021: ବୀମାକୁ ବାଧ୍ୟତାମୂଳକ କରାଯାଇପାରେ; ଧାରା 80-Dର ସୀମା ବିସ୍ତାର ହୋଇପାରେ

ବୀମା କ୍ଷେତ୍ର (Insurance Sector) ଚାହୁଁଛି ଯେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୀମାକୁ ପ୍ରତି ନାଗରିକ ପାଇଁ ବାଧ୍ୟତାମୂଳକ କରନ୍ତୁ । ବୀମା କ୍ଷେତ୍ର ଆୟକର ଅଧିନିୟମର ଧାରା 80C ଅନୁଯାୟୀ ଟିକସ ରିହାତି ସୀମା ବଢ଼ାଯାଉ ବୋଲି ବି ଚାହୁଁଛି ।

Budget 2021: ବୀମାକୁ ବାଧ୍ୟତାମୂଳକ କରାଯାଇପାରେ; ଧାରା 80-Dର ସୀମା ବିସ୍ତାର ହୋଇପାରେ
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ବୀମା କ୍ଷେତ୍ରର ବହୁତ ଆଶା ରହିଛି ।
  • News18 Odia
  • Last Updated: February 1, 2021, 12:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ଆସନ୍ତାକାଲି ଅର୍ଥାତଫେବୃଆରୀ ୧ରେ ସଂସଦରେ ଦିନ ୧୧ଟା ସମୟରେ ୨୦୨୧-୨୨ର ବଜେଟ୍‌ (Budget 2021) ଉପସ୍ଥାପନ କରିବେ । କରୋନା ସଙ୍କଟ ଯୋଗୁଁ ଏହି ବର୍ଷର ବଜେଟ୍ ବହୁତ ଅଲଗା ହୋଇପାରେ ବୋଲି ବିଶ୍ୱାସ କରାଯାଉଛି । ଏଥିରେ ସ୍ୱାସ୍ଥ୍ୟ କ୍ଷେତ୍ର (health sector) ସହିତ ଅନ୍ୟାନ୍ୟ କ୍ଷେତ୍ର ଉପରେ ଖର୍ଚ୍ଚ ବଢ଼ାଇବାକୁ ଘୋଷଣା କରାଯାଇପାରେ ।

ଏଭଳି ପରିସ୍ଥିତିରେ ପ୍ରତି କ୍ଷେତ୍ର କେନ୍ଦ୍ର ସରକାରଙ୍କ (Central Government) ତରଫରୁ ରିଲିଫ୍ ଘୋଷଣା କରାଯିବାର ଆଶା କରୁଛି । ଏହି କ୍ରମରେ ବୀମା କ୍ଷେତ୍ର (Insurance Sector) ମଧ୍ୟ ଚାହୁଁଛି ଯେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସରକାର ବୀମା ବାଧ୍ୟତାମୂଳକ କରନ୍ତୁ । ଆହୁରି ମଧ୍ୟ ଆଶା କରାଯାଉଛି ଯେ ଆୟକର ଅଧିନିୟମର (IT Act) ଧାରା 80C ଅନୁଯାୟୀ ଟିକସ ରିହାତି ସୀମା (Tax Deduction Limit) ବୃଦ୍ଧି କରାଯାଉ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ: ପୁରୁଷ ବନ୍ଧୁ ଗିରଫ ହେଲା; ସାମ୍ନାକୁ ଆସିଲା ନୂଆ CCTV ଫୁଟେଜ୍

ଆମ ଦେଶରେ ସାଧାରଣତଃ ଏକ ବୀମା ପଲିସି କିଣିବା ଖରାପ ସମୟରେ ଆର୍ଥିକ ସହାୟତା ପାଇଁ ପ୍ରସ୍ତୁତି ପରିବର୍ତ୍ତେ ଏକ ଖର୍ଚ୍ଚ ବୋଲି ଲୋକେ ଭାବନ୍ତି । ଏ ଭଳି ସ୍ଥିତିରେ ବୀମା କ୍ଷେତ୍ର ସହିତ ଜଡି଼ତ ଲୋକେ କୁହନ୍ତି ଯେ ସରକାର ଲୋକଙ୍କୁ ବୀମା ଯୋଜନା ବିଷୟରେ ଅବଗତ କରାଇବା ପାଇଁ ପଦକ୍ଷେପ ନେବା ଉଚିତ୍ । ଆହୁରି ମଧ୍ୟ ଅଣ-ଜୀବନ ବୀମା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଟିକସ ବେନିଫିଟସ୍‌ ସୀମା ବୃଦ୍ଧି କରାଯିବା ଉଚିତ ।

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ


ବୀମା କ୍ଷେତ୍ର ସହ ଜଡ଼ିତ ଲୋକେ କହିଛନ୍ତି ଯେ ସରକାର ନୂଆ ବୀମା ଯୋଜନା ଆରମ୍ଭ କରିବା ଉପରେ ଚିନ୍ତା କରିବା ଉଚିତ, ଯାହା ଦ୍ୱାରା ସାଧାରଣ ଲୋକେ ଅଧିକ ଲାଭ ପାଇପାରିବେ । ଆପଣ ଜାଣିବା ଉଚିତ ଯେ ସମସ୍ତ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପଲିସି ଧାରା 80C ଅନୁଯାୟୀ ଟିକସ ଛାଡ଼ (tax rebate) ସୁବିଧା ପାଇଥାଏ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି

ଆୟକର ଅଧିନିୟମର ସେକ୍ସନ୍ 80C ଅନୁସାରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ଟିକସ ରିହାତିର ଲାଭ ମିଳିଥାଏ ଧାରା 80Cରେ ଅନ୍ୟ ଅନେକ ଉତ୍ପାଦ ଯଥା ELSS, PPF ଓ NSC ବି ଅନ୍ତର୍ଭୁକ୍ତ ।ଏପରି ପରିସ୍ଥିତିରେ ଲୋକେ ଧାରା 80C ଅଧୀନରେ ଟିକସରେ ରିହାତି ପାଇବା ପାଇଁ ବୀମା ଯୋଜନା ପରିବର୍ତ୍ତେ ଏହି ପରି ବିକଳ୍ପରେ ବିନିଯୋଗ କରିବାକୁ ପସନ୍ଦ କରନ୍ତି ଯେଉଁଥିରେ ସେମାନଙ୍କୁ ଟିକସରେ ରିହାତି ସହିତ ଦୀର୍ଘ ସମୟ ମଧ୍ୟରେ ଭଲ ରିଟର୍ଣ୍ଣ ବି ମିଳିପାରୁଛି । ତେଣୁ ଧାରା 80C ଅନୁଯାୟୀ ଟିକସ ଛାଡ଼ ସୀମା ବୃଦ୍ଧି କରିବାକୁ ସରକାର ବିଚାର କରିପାରନ୍ତି ଯାହା ଦ୍ୱାରା ବର୍ତ୍ତମାନର ସୀମା ଦେଢ଼ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇପାରେ ।

ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁରରେ ଦୁଇ ଜଣ ଯୁବତୀ ପରସ୍ପରକୁ ବାହା ହେଲେ; ପରିବାର ଡରରେ ଥାନାକୁ ଆସିଲେ

କେନ୍ଦ୍ର ସରକାର ଧାରା 80-Dର ସୀମା ବି ବୃଦ୍ଧି କରିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଏହି ଧାରା ଅନ୍ତର୍ଗତ ସୀମା ହେଉଛି ୫୦,୦୦୦ ଟଙ୍କା ।ଏହା କେବଳ ବରିଷ୍ଠ ନାଗରିକଙ୍କ ପାଇଁ ଥିଲା ।ଏହି ବଜେଟରେ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବିସ୍ତାର କରାଯାଇପାରେ ।



ଧାରା 80-CCDରେ ପେନସନ୍ ଯୋଜନାଗୁଡି଼କୁ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇପାରେ ବୋଲି କୁହାଯାଉଛି । ଏବେ NPS ସ୍କିମରେ କରାଯାଇଥିବା ବିନିଯୋଗ ଉପରେ ଧାରା 80-CCD(1B) ଅଧୀନରେ ୫୦,୦୦୦ ଟଙ୍କାର ଅତିରିକ୍ତ ରିହାତି ମିଳୁଛି । ଏହି କାରଣରୁ ଲୋକେ ଜୀବନ ବୀମା ପରିବର୍ତ୍ତେ NPSରେ ବିନିଯୋଗ କରିବାକୁ ପସ୍ନ୍ଦ କରୁଛନ୍ତି ।ଆଶା କରାଯାଉଛି ଯେ ଧାରା 80CCD (1B) ଅନୁଯାୟୀ ପେନସନ୍ ଯୋଜନାଗୁଡି଼କ ଉପରେ ମଧ୍ୟ ଟ୍ୟାକ୍ସ ଛାଡ଼ ମିଳିବ ।
Published by: Anand Shankar Thankur Das
First published: January 31, 2021, 8:31 PM IST