ଗର୍ଭାଶୟ ପରିବର୍ତ୍ତେ ଡାକ୍ତର କାଢ଼ିଦେଲେ କିଡନୀ; ଏବେ ସୁନୀତା 'ବଞ୍ଚିବା' ପାଇଁ ମାଗୁଛନ୍ତି ଭିକ୍ଷା

ଗତ ୩ ସେପ୍ଟେମ୍ବରରେ ସୁନୀତାଙ୍କୁ ଗର୍ଭାଶୟ ଅପରେସନ୍ ପାଇଁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ଗର୍ଭାଶୟ ବଦଳରେ ଉଭୟ କିଡନୀ କାଢ଼ି ନେଇଥିଲେ ।

ଗର୍ଭାଶୟ ପରିବର୍ତ୍ତେ ଡାକ୍ତର କାଢ଼ିଦେଲେ କିଡନୀ; ଏବେ ସୁନୀତା 'ବଞ୍ଚିବା' ପାଇଁ ମାଗୁଛନ୍ତି ଭିକ୍ଷା

ଗର୍ଭାଶୟ ପରିବର୍ତ୍ତେ ଡାକ୍ତର କାଢ଼ିଦେଲେ କିଡନୀ; ଏବେ ସୁନୀତା 'ବଞ୍ଚିବା' ପାଇଁ ମାଗୁଛନ୍ତି ଭିକ୍ଷା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁଜାଫରପୁର ; ଡାକ୍ତରଖାନାରେ କାନ୍ଦି କାନ୍ଦି ମହିଳା କହୁଛନ୍ତି ମୋର ଜୀବନ ବଞ୍ଚାଇ ଦିଅନ୍ତୁ । ଡାକ୍ତରଖାନା ଶଯ୍ୟାରେ ଶୋଇଥିବା ମୁଜାଫରପୁରର ସାକରା ବ୍ଲକର ମଥୁରାପୁରର ସୁନୀତା ଦେବୀ ତାଙ୍କ ନିକଟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବାରମ୍ବାର ଏହି ଅନୁରୋଧ କରୁଛନ୍ତି । ଏବେ କିଡନୀ ବିନା ମୃତ୍ୟୁର ଛାଇ ତାଙ୍କ ଆଡକୁ ମାଡି ଆସୁଥିବାର କଳ୍ପନା କରି ସେ ଦିନରାତି କାନ୍ଦୁଛନ୍ତି । ଗତ ୩ ସେପ୍ଟେମ୍ବରରେ ସୁନୀତାଙ୍କୁ ଗର୍ଭାଶୟ ଅପରେସନ୍ ପାଇଁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ଗର୍ଭାଶୟ ବଦଳରେ ଉଭୟ କିଡନୀ କାଢ଼ି ନେଇଥିଲେ ।

ଯେତେବେଳେ ଏହି ମାମଲା ପ୍ରଶାସନ ପାଖରେ ପହଞ୍ଚିଲା ସେତେବେଳେ ସୁନୀତାଙ୍କୁ ମୁଜାଫରପୁରରୁ ପାଟନାର ଆଇଜିଏମ୍ଏସ୍ ପଠାଯାଇଥିଲା । ସେଠାରେ କିଛି ଦିନ ରହିବା ପରେ କିଡନୀ ନ ପାଇବା କାରଣରୁ ତାଙ୍କୁ ମୁଜାଫରପୁରକୁ ପଠାଯାଇଥିଲା । ଏଠାରେ ଥିବା SKMCH ରେ, ସୁନୀତା କିଡନୀ ଡାଏଲିସିସ୍ ସାହାଯ୍ୟରେ ଗୋଟିଏ ଗୋଟିଏ ଦିନ ବିତାଉଛନ୍ତି ।

'ସୁନୀତାଙ୍କ ମୃତ୍ୟୁ ଦିନକୁ ସମସ୍ତେ ଗଣୁଛନ୍ତି'

ସୁନୀତାଙ୍କ ମା ତେତ୍ରି ଦେବୀ କାନ୍ଦି କହୁଛନ୍ତି ଆମକୁ କିଛି ଦରକାର ନାହିଁ , ଖାଲି ମୋ ଝିଅ ପାଇଁ କିଡନୀ ଯୋଗାଡ଼ କରିଦିଅ । ଏହା କହି ସେ କାନ୍ଦିବାକୁ ଲାଗିଲେ। ସୁନୀତାଙ୍କ ସ୍ୱାମୀ ଅକ୍ଲୁ ରାମ ମଧ୍ୟ ସାହସ ହରାଇ ସାରିଲେଣି । ସେ କହୁଛନ୍ତି ଏମିତି କେତେ ଦିନ ହସ୍ପିଟାଲରେ ରଖିବୁ ? ଟଙ୍କା ମଧ୍ୟ ସରିଗଲାଣି । କିଡନୀ ବିନା, ବର୍ତ୍ତମାନ ସମସ୍ତେ ତାଙ୍କ ମୃତ୍ୟୁର ଦିନ ଗଣୁଛନ୍ତି ।

ଡାୟଲିସିସ୍ ସାହାଯ୍ୟରେ ଜୀବନ୍ତ ରଖାଯାଇଛି, କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ?

ସୁନୀତାଙ୍କ ଚିକିତ୍ସା କରୁଥିବା ଡାକ୍ତର ଆରୋହୀ କୁମାର କହିଛନ୍ତି ଯେ ସୁନୀତାଙ୍କ ଚିକିତ୍ସାରେ କିଡନୀ ଅଭାବକୁ ପୂରଣ କରିବା ପାଇଁ ଡାୟଲିସିସ୍ କରାଯାଉଛି । ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଅତି କମରେ ଗୋଟିଏ କିଡନୀ ଦରକାର । କିଡନୀ ଯେତେ ଶୀଘ୍ର ମିଳିବ, ସୁନୀତାଙ୍କ ପାଇଁ ସେତେ ଭଲ ହେବ ।
Published by:Soubhagya Mishra
First published: