ଖରାପ ମଧ୍ୟାହ୍ନ ଭୋଜନ ନ ଖାଇବାରୁ ଶିକ୍ଷକଙ୍କ ନିର୍ଧୁମ ମାଡ଼; ଛାତ୍ରୀଙ୍କ ଭାଙ୍ଗିଲା ହାତ

ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ପରେ ପିଲାମାନେ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ। ଓଲଟା ଶିକ୍ଷକ ସେମାନଙ୍କୁ ମାଡ଼ ମାରିଛନ୍ତି ।

ଖରାପ ମଧ୍ୟାହ୍ନ ଭୋଜନ ନ ଖାଇବାରୁ ଶିକ୍ଷକଙ୍କ ନିର୍ଧୁମ ମାଡ଼

ଖରାପ ମଧ୍ୟାହ୍ନ ଭୋଜନ ନ ଖାଇବାରୁ ଶିକ୍ଷକଙ୍କ ନିର୍ଧୁମ ମାଡ଼

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପାଟଣା: ବିହାରର ବୈଶାଳୀ ଜିଲ୍ଲାର ଲାଲଗଞ୍ଜ ଅତୁଲ୍ଲାପୁରରେ ଅବସ୍ଥିତ ଏକ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ପୋକ ବାହାରକୁ ଆସିବା ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ପିଲାମାନେ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ, ସେ କହିଥିଲେ ଯେ ଚୁପଚାପ୍ ଖାଅ, ପୋକରେ ଭିଟାମିନ୍ ଥାଏ। କିନ୍ତୁ ଛାତ୍ରଛାତ୍ରୀ ଏହାକୁ ଖାଇବାକୁ ମନା କରିନଥିଲେ, ସେତେବେଳେ ଶିକ୍ଷକ ତାଙ୍କ ପିଟିଥିଲେ। ଯେତେବେଳେ ଏହି ଖବର ପିତାମାତାଙ୍କ ନିକଟରେ ପହଞ୍ଚିଲା, ସେତେବେଳେ ସ୍କୁଲରେ ବହୁତ ଗଣ୍ଡଗୋଳ ହୋଇଥିଲା।

ଅଭିଯୋଗ ଅନୁସାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଡ ମିଲରେ ଖରାପ ଖାଦ୍ୟ ଦିଆଯାଉଥିଲା। ଯେତେବେଳେ ଛାତ୍ରମାନେ ପୋକ ଦେଖିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏକ ପୋକ ଦେଖାଇଲ। କିନ୍ତୁ ପ୍ରିନ୍ସିପାଲ ଚୁପଚାପ୍ ଭୋଜନ ଶେଷ କରିବାକୁ କହିଥିଲେ। ରାଗି ଯାଇ ଶିକ୍ଷକ ମାଡ଼ ମାରିଥିଲେ।

ଏହି ଖବର ପାଇ ବରିଷ୍ଠ ଅଧିକାରୀଙ୍କ ଦଳ ବିଦ୍ୟାଳୟରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ। ଲାଲଗଞ୍ଜର ବ୍ଲକ ଶିକ୍ଷା ଅଧିକାରୀ ପର୍ଶୁରାମ ସିଂ ବିଦ୍ୟାଳୟରେ ପହଞ୍ଚି ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିଥିଲେ ଓ ଜଣେ ଛାତ୍ରୀଙ୍କର ହାତ ଭାଙ୍ଗିଯାଇଥିବା ଡାକ୍ତରୀ ରିପୋର୍ଟ ଯାଞ୍ଚ କରିଥିଲେ। ତଦନ୍ତକାରୀ ଦଳ ଏହି ମାମଲାକୁ ଗୁରୁତର ସହ ନିଆଯିବ ଓ ସମଗ୍ର ଘଟଣାର ତଦନ୍ତ କରାଯିବ ଓ ଯଦି ଅଭିଯୋଗ ସତ୍ୟ ହୋଇଯାଏ ତେବେ ଏହି ମାମଲାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।

କିନ୍ତୁ ଏହି ଘଟଣାକୁ ଅସ୍ବୀକାର କରିଛନ୍ତି ଶିକ୍ଷକ ଜଣଙ୍କ। ଶ୍ରେଣୀରେ ପିଲାମାନଙ୍କ ସହ ରହିଥିବା ବେଳେ ଏପରି ଘଟିଛି ବୋଲି ସେ କହିଛନ୍ତି।
Published by:Soumya Das
First published: