ଇନ୍ଫୋସିସ୍ ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ରିଶି ସୁନକ୍ ହେଲେ ବ୍ରିଟେନର ନୂଆ ଅର୍ଥ ମନ୍ତ୍ରୀ

ରିଷି ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ପତି । ସେ ଜଣେ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ପୁଅ । ସେ ଓ ଅକ୍ଷତା ୨୦୦୯ରେ ବାହା ହୋଇଥିଲେ । ରିଷି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ୨୦୦୬ରେ ଏମ.ବି.ଏ. ପଢ଼ୁଥିବା ବେଳେ ସେଠି ଅକ୍ଷତାଙ୍କୁ ଭେଟିଥିଲେ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି ।

ଇନ୍ଫୋସିସ୍ ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ରିଶି ସୁନକ୍ ହେଲେ ବ୍ରିଟେନର ନୂଆ ଅର୍ଥ ମନ୍ତ୍ରୀ
ରିଷି, ଅକ୍ଷତା ମୂର୍ତ୍ତି ଓ ସେମାନଙ୍କ ଦୁଇ ଝିଅ
  • News18 Odia
  • Last Updated: February 14, 2020, 1:08 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଇ.ଟି. କମ୍ପାନୀ ଇନ୍ଫୋସିସର ସହ-ସଂସ୍ଥାପକ ନାରାୟଣ ମୂର୍ତ୍ତି (IT company Infosys co-founder Narayan Murthy) ଙ୍କ ଜ୍ୱାଇଁ ରିଶି ସୁନକଙ୍କୁ ବ୍ରିଟେନର ଚ଼୍ୟାନସଲର ଅଫ୍‌ ଦ ଏକ୍ସଚ଼େକର ବା ଅର୍ଥ ମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ସାଜିଦ ଜାଭିଦ ନିଜ ପଦରୁ ଅଚ଼ାନକ ଇସ୍ତଫା ଦେବା ପରେ ଏହି ପଦ ପାଇଁ ୩୯ ବର୍ଷୀୟ ରିଷିଙ୍କ ନାମ ଘୋଷଣା କରାଯାଇଥିଲା ।

ରିଷି ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ପତି । ସେ ଜଣେ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ପୁଅ । ସେ ଓ ଅକ୍ଷତା ୨୦୦୯ରେ ବାହା ହୋଇଥିଲେ । ରିଷି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ୨୦୦୬ରେ ଏମ.ବି.ଏ. ପଢ଼ୁଥିବା ବେଳେ ସେଠି ଅକ୍ଷତାଙ୍କୁ ଭେଟିଥିଲେ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି ।

ନିଜ ରାଜନୈତିକ କରିଅର ଆରମ୍ଭ କରିବା ପୂର୍ବରୁ ରିଷି ବ୍ୟାଙ୍କିଂ କ୍ଷେତ୍ରରେ କିଛି ବର୍ଷ କାର୍ଯ୍ୟ କରିଥିଲେ । ସେ ନାରାୟଣ ମୂର୍ତ୍ତିଙ୍କ ଇନଭେଷ୍ଟମେଣ୍ଟ କମ୍ପାନୀ କାଟାମାରାନ୍‌ ଭେଞ୍ଚରର ଜଣେ ନିର୍ଦ୍ଦେଶକ ବି ଅଛନ୍ତି । ୨୦୧୪ରେ ରିଷିଙ୍କୁ ନ୍ୟୁ ୟୋର୍କଶାୟାରର ରିଚ଼ମଣ୍ଡ୍‌ ନିର୍ବାଚ଼ନ ମଣ୍ଡଳୀର ପ୍ରାର୍ଥୀ ରୂପେ ଚ଼ୟନ କରା ଯାଇଥିଲା । ସେ ୨୦୧୫ ନିର୍ବାଚ଼ନରେ ସେଠାରୁ ଜିତିଥିଲେ ଓ ପୁଣି ୨୦୧୭ରେ ଆଉ ଥରେ ସେଠାରୁ ନିର୍ବାଚ଼ିତ ହୋଇଥିଲେ । ରିଷି ବ୍ରିଟେନର ୟୁରୋପିଆନ୍‌ ୟୁନିଅନରୁ ଅଲଗା ହୋଇଯିବାର ଭୀଷଣ ସମର୍ଥକ ରହିଆସିଛନ୍ତି ।

ରିଷି ଓ ଅକ୍ଷତା (ଫଟୋ: ଷ୍ଟାନଫୋର୍ଡ଼ ବିଜିନେସ୍‌ ସ୍କୁଲ୍‌)


ରିଷି ବର୍ତ୍ତମାନ ବ୍ରିଟେନର ଟ୍ରେଜେରୀର ମୁଖ୍ୟ ସଚ଼ିବ ପଦରେ ଅଛନ୍ତି । ଦେଶର ଅର୍ଥ ମନ୍ତ୍ରୀ ରୂପେ ତାଙ୍କ ନିଯୁକ୍ତି ବିଷୟରେ ପ୍ରଧାନ ମନ୍ତ୍ରୀ ବୋରିସ ଜନସନଙ୍କ ଆଧିକାରିକ ଟ୍ୱିଟର ହ୍ୟାଣ୍ଡଲ୍‌ 10DowningStreet ରୁ କରାଯାଇଛି । ରଷି ଶୀର୍ଷ ସରକାରୀ ବେଞ୍ଚରେ ଗୃହ ସଚ଼ିବ ପ୍ରୀତି ପଟେଲଙ୍କ ସହ ବ୍ରିଟେନର ଚ଼୍ୟାନସଲର ଅଫ୍‌ ଦି ଏକ୍ସଚ଼େକର ଭାବେ ସାମିଲ ହେବେ ।

ବ୍ରିଟେନର ବଜେଟ ଆସନ୍ତା ମାସ ଉପସ୍ଥାପିତ ହେବ । ଅର୍ଥ ମନ୍ତ୍ରୀ ସାଜିଦ ଜାଭିଦଙ୍କର ପ୍ରଧାନ ମନ୍ତ୍ରୀ ବୋରିସ ଜନସନଙ୍କ ସହିତ ଅନେକ ମାମଲାରେ ମତ ପାର୍ଥକ୍ୟ ଥିବାରୁ ସେ ଗୁରୁବାର ଦିନ ଅଚ଼ାନକ ନିଜ ପଦରୁ ଇସ୍ତଫା ଦେଇଥିଲେ । ରିଷି ଏବେ ସେହି ପଦକୁ ଆସିବା ପରେ ସେ ବ୍ରିଟିଶ୍‌ ସରକାରଙ୍କ କ୍ୟାବିନେଟରେ ପ୍ରଧାନ ମନ୍ତ୍ରୀଙ୍କ ପରେ ଦୁଇ ନମ୍ବରର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ହେବେ । ସେ ବୋରିସ ଜନସନଙ୍କ ଡାହାଣ ହାତ ସପକର୍ମୀ ମଧ୍ୟ ହେବେ ।

ଜାଭିଦଙ୍କ ପ୍ରବକ୍ତା ଜାଭିଦଙ୍କ ଇସ୍ତଫାର ପୁଷ୍ଟି କରି କହିଛନ୍ତି ଯେ ଡିସେମ୍ବରରେ ହୋଇଥିବା ସାଧାରଣ ନିର୍ବାଚ଼ନରେ ଜିତିବା ପରେ ଜନସନ ପ୍ରଥମ ଥର ନିଜ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରିବାକୁ ଯାଉଥିବାରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
First published: February 14, 2020, 1:08 AM IST
corona virus btn
corona virus btn
Loading